ETV Bharat / bharat

ଘରୋଇ ପଦ୍ଧତି ଆପଣାନ୍ତୁ, ଆଯ୍ମା ସମସ୍ୟାରୁ ମୁକ୍ତି ପାଆନ୍ତୁ - health tips

ଆଯ୍ମା ରୋଗ ଏପରି ଜଣେ ମଣିଷ ବିନା ଔଷଧ ବିନା ବଞ୍ଚିବା ମୁସ୍କିଲ ହୋଇପଡେ । ଏହି ରୋଗ ହେଲେ ନିଃଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ଦେଖାଦେଇଥାଏ । ତେଣୁ ଏଥିରୁ ରକ୍ଷା ପାଇଁ କିଛି ଘରୋଇ ଉପଚାର ଆପଣାନ୍ତୁ । ଅଧିକ ପଢନ୍ତୁ...

ଘରୋଇ ପଦ୍ଧତି ଆପଣାନ୍ତୁ, ଆସ୍ଥମା ସମସ୍ୟାରୁ ମୁକ୍ତି ପାଆନ୍ତୁ

author img

By

Published : Jun 9, 2020, 5:25 PM IST

ହାଇଦ୍ରାବାଦ: ଆଯ୍ମା ରୋଗୀମାନେ ସେମାନଙ୍କ ସ୍ୱାସ୍ଥ୍ୟର ବିଶେଷ ଭାବେ ଯତ୍ନ ନେବା ଆବଶ୍ୟକ । କାରଣ ଏହା ଏକ ନିଃଶ୍ୱାସ ପ୍ରଶ୍ୱାସ ସମସ୍ୟା ଯେଉଁଥିରେ ରୋଗୀର ନିଃଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଏଭଳି ପରିସ୍ଥିତିରେ ଏହାର ନିୟମିତ ଔଷଧ ରୋଗୀକୁ ଆରାମ ଦେବା ପାଇଁ କାମ କରିଥାଏ । କିନ୍ତୁ ଆଯ୍ମା ରୋଗରେ ଆପଣ କେବଳ ଔଷଧ ଦ୍ବାରା ନୁହେଁ, କିଛି ଘରୋଇ ଉପାୟ ଆପଣାଇ ମଧ୍ୟ ନିଜକୁ ସୁସ୍ଥ ରଖିପାରିବେ।

ଖାଦ୍ୟରେ ଆଣନ୍ତୁ ପରିବର୍ତ୍ତନ

ଯେଉଁମାନେ ଗମ୍ଭୀର ଆଯ୍ମା ରୋଗୀ ସେମାନଙ୍କ ପାଇଁ କୌଣସି ଅଲଗା ଖାଦ୍ୟ ନାହିଁ । ଅଧିକ ମୋଟା ହେବା କାରଣରୁ ଭୟଙ୍କର ଶ୍ୱାସରୋଗ ସମସ୍ୟା ହୋଇପାରେ । ଆପଣଙ୍କ ଖାଦ୍ୟକୁ ସୁସ୍ଥ ଏବଂ ସନ୍ତୁଳିତ ରଖିବା ପାଇଁ ଫଳ ଏବଂ ପନିପରିବା ଅନ୍ତର୍ଭୁକ୍ତ କରିବା ଜରୁରୀ । ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ଫଳ ଏବଂ ପନିପରିବାରେ ବିଟା-କୈରୋଟିନ, ଭିଟାମିନ ସି ଏବଂ ଇ ଆପଣଙ୍କ ପାଇଁ ଯଥେଷ୍ଟ ଭଲ ହୋଇଥାଏମ। ଯାହା ଆପଣଙ୍କ ବାୟୁପଥରେ ଥିବା ପ୍ରଦାହକୁ ହ୍ରାସ କରିବାରେ ବହୁତ ସହାୟକ ହୋଇପାରେ ।

ରସୁଣ ଖାଆନ୍ତୁ

ରସୁଣ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣରେ ପରିପୂର୍ଣ୍ଣ । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ତେଣୁ ରସୁଣ ଆପଣଙ୍କୁ ଶ୍ୱାସରୋଗରୁ ମୁକ୍ତି ଦେବାରେ ବହୁତ ପ୍ରଭାବଶାଳୀ ହୋଇପାରିବ ।

ଅଦା ଖାଆନ୍ତୁ

ଅଦା ଆପଣଙ୍କୁ ଅନେକ ରୋଗରୁ ଦୂରେଇ ରଖିବା ସହିତ ଶ୍ୱାସରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ । ଅଦା ଏପରି ଏକ ଔଷଧ, ଯାହା ଗୁରୁତର ଆଯ୍ମା ରୋଗରେ ଉପଯୋଗୀ ହୋଇପାରିବ ।

ମହୁ ଅତି ଲାଭଦାୟକ

ମହୁ ଏପରି ଗୁଣରେ ଭରପୂର ଅଟେ ଯାହା ଆପଣଙ୍କ ଗଳା ଫୁଲିବା ଏବଂ ଆଯ୍ମାର ଲକ୍ଷଣକୁ କମ କରିଥାଏ । ଏଥିପାଇଁ ଆପଣ ହର୍ବାଲ ଟି କିମ୍ବା କୌଣସି ଗରମ ପାନୀୟ ସହିତ ମହୁ ମିଶାଇ ପିଇ ପାରିବେ। ଏପରି ପରିସ୍ଥିତିରେ, ଆପଣ ଅଳ୍ପ ସମୟ ମଧ୍ୟରେ ଅଳ୍ପ ଅଳ୍ପ କରି ମହୁ ଖାଇପାରିବେ ।

ଶ୍ବାସ ଜନିତ ଯୋଗ କରନ୍ତୁ

ଆପଣ ଶ୍ୱାସକ୍ରିୟା ଜନିତ ଯୋଗ କରି ଆଯ୍ମା ସମସ୍ୟାରୁ ମୁକ୍ତି ପାଇପାରିବେ । ଯୋଗ କରିବା ଦ୍ୱାରା ଆପଣ ଚାପକୁ ହ୍ରାସ କରିପାରିବେ । ଯାହା ଆପଣଙ୍କ ଶ୍ୱାସକୁ ନିୟନ୍ତ୍ରଣ କରିପାରିବ । ଯୋଗରେ ଶ୍ବାସ କୌଶଳ ବ୍ୟବହୃତ କରାଯାଇ ପାରିବ। ଯାହା ବାରମ୍ବାର ଆଯ୍ମା ହେବାର ସମ୍ଭାବନାକୁ କମ କରିବାରେ ସହାୟକ ହୋଇଥାଏ । ଯଦି ଆପଣ ପ୍ରତିଦିନ ଯୋଗ କରନ୍ତି, ତେବେ ଆପଣଙ୍କର ଶ୍ୱାସକ୍ରିୟା ସମସ୍ୟା ବହୁ ପରିମାଣରେ କମିଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.