ମାଙ୍ଗାଲୁରୁ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ହିଂସା ପ୍ରଦର୍ଶନ ଦେଖିବାକୁ ମିଳିଛି । ପ୍ରଦର୍ଶନକାରୀ ଗାଡି ମୋଟରରେ ନିଆଁ ଲଗାଇବା ସହ ବ୍ୟାପକ ସମ୍ପତ୍ତି ନଷ୍ଟ କରିଛନ୍ତି । ପ୍ରଦର୍ଶନକାରୀଙ୍କୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ପକ୍ଷରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପ୍ରଦର୍ଶନ ସମୟରେ ମାଙ୍ଗାଲୁରୁରେ ଆହତ ହୋଇଥିବା 2 ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଛି ।
ମାଙ୍ଗାଲୁରୁରେ ପ୍ରଦର୍ଶନକାରୀ ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିବା ସହ ନିଆଁ ଲଗାଇ ଦେଇଥିଲେ । ଫଳରେ ପୋଲିସକୁ ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡଥିଲା ବୋଲି ମାଙ୍ଗାଲୁରୁ ପୋଲିସ କମିଶନର ଡ. ହର୍ଷା କହିଛନ୍ତି । ପ୍ରଥମେ ପୋଲିସ ଫାଙ୍କା ଗୁଳି ଚାଳନା କରିଥିଲା । ପରେ ପ୍ରଦର୍ଶନକାରୀ ନିୟନ୍ତ୍ରଣରେ ନ ଆସିବାରୁ ଫାୟାରିଂ କରିବାକୁ ପଡିଥିଲା ବୋଲି ସେ କହିଛନ୍ତି । ପୋଲିସ ଫାୟାରିଂରେ ଆହତ ଦୁଇ ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଛି । ମାଙ୍ଗାଲୁରୁରେ ହିଂସା ପ୍ରଦର୍ଶନ ପରେ ଶୁକ୍ରବାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।