ETV Bharat / bharat

ଦିଲ୍ଲୀ ହିଂସା: ଯୋଗେନ୍ଦ୍ର ଯାଦବଙ୍କ ସମେତ ଅନେକ ନେତାଙ୍କ ବିରୋଧରେ ମାମଲା ରୁଜୁ

author img

By

Published : Jan 27, 2021, 3:57 PM IST

ଦିଲ୍ଲୀର ରାଜରାସ୍ତାରେ ଦୀର୍ଘ ଘଣ୍ଟା ଧରି ଦେଖିବାକୁ ମିଳିଥିଲା ପ୍ରଦର୍ଶନକାରୀଙ୍କ ଜୋରଦାର ହଙ୍ଗାମା । ସ୍ବରାଜ ଇଣ୍ଡିଆର ନେତା ଯୋଗେନ୍ଦ୍ର ଯାଦବଙ୍କ ବିରୋଧରେ ମଧ୍ୟ ଦିଲ୍ଲୀ ପୋଲିସ ରୁଜୁ କରିଛି ମାମଲା । ହିଂସା ଘଟଣାରେ ବର୍ତ୍ତମାନସୁଦ୍ଧା 22ଟି ଏଫଆଇଆର ଦାଖଲ ହୋଇସାରିଲାଣି । ଅଧିକ ପଢନ୍ତୁ...

ଟ୍ରାକ୍ଟର ପରେଡ ହିଂସା: 93 ଗିରଫ, ଯୋଗେନ୍ଦ୍ର ଯାଦବଙ୍କ ସମେତ ଅନେକ ନେତାଙ୍କ ବିରୋଧରେ FIR

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଚାଷୀଙ୍କ ଟ୍ରାକ୍ଟର ପରେଡରେ ଅଚାନକ ଉପୁଜିଥିଲା ହିଂସା ଘଟଣା । ଏହାପରେ ଦିଲ୍ଲୀର ରାଜରାସ୍ତାରେ ଦୀର୍ଘ ଘଣ୍ଟା ଧରି ଦେଖିବାକୁ ମିଳିଥିଲା ପ୍ରଦର୍ଶନକାରୀଙ୍କ ଜୋରଦାର ହଙ୍ଗାମା । ହିଂସା ଘଟଣାରେ ବର୍ତ୍ତମାନସୁଦ୍ଧା 22ଟି ଏଫଆଇଆର ଦାଖଲ ହୋଇସାରିଲାଣି ।

ସେପଟେ 9ଜଣ ଚାଷୀ ନେତାଙ୍କ ବିରୋଧରେ ଏତଲା ଦାଏର କରିଛି ଦିଲ୍ଲୀ ପୋଲିସ । ଦିଲ୍ଲୀ ହିଂସାକୁ ନେଇ ପୋଲିସ ଯେଉଁ ଏଫଆଇଆର ଦାଖଲ କରିଛି, ସେଥିରେ ଅଭିଯୋଗ ରହିଛି ଯେ ପୋଲିସ ଦ୍ବାରା ଟ୍ରାକ୍ଟର ରାଲି ସମୟରେ ଯେଉଁ ଏନଓସି ଜାରି ହୋଇଥିଲା ତାହା ପାଳନ ହୋଇନାହିଁ ।

ସୂଚନା ଅନୁଯାୟୀ ସ୍ବରାଜ ଇଣ୍ଡିଆର ନେତା ଯୋଗେନ୍ଦ୍ର ଯାଦବଙ୍କ ବିରୋଧରେ ମଧ୍ୟ ଦିଲ୍ଲୀ ପୋଲିସ ରୁଜୁ କରିଛି ମାମଲା । ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଅନୁଯାୟୀ ଦିଲ୍ଲୀ ପୋଲିସର ଏତଲାରେ ଟ୍ରାକ୍ଟର ରାଲି ସମ୍ବନ୍ଧରେ ଜାରି ଏନଓସିପର ଉଲ୍ଲଙ୍ଘନ ପାଇଁ ଚାଷୀ ନେତା ଦର୍ଶନ ପାଲ, ରାଜିନ୍ଦର ସିଂହ, ବଲବୀର ସିଂହ, ବୁଟ୍ଟା ସିଂହ ଓ ଜୋଗିନ୍ଦର ସିଂହଙ୍କ ନାଁ ସାମିଲ ରହିଛି । ଏଫଆଇଆରରେ ଭାରତୀୟ କିଶାନ ୟୁନିୟନର ମୁଖପାତ୍ର ରାକେଶ ଟିକାୟତଙ୍କ ନାଁ ମଧ୍ୟ ରହିଛି ।

ଅନ୍ୟପକ୍ଷେ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସା ମାମଲାରେ 200 ଜଣଙ୍କୁ ଅଟକ ରଖିଛି ପୋଲିସ । ଦିଲ୍ଲୀ ପୋଲିସର କହିବା ଅନୁଯାୟୀ, ଖୁବ ଶିଘ୍ର ଏମାନଙ୍କୁ ଗିରଫ କରାଯିବ । ଏହାସହ ପୋଲିସ ଦିଲ୍ଲୀ ୱେଷ୍ଟର୍ଣ୍ଣ ଜୋନର 93 ଜଣଙ୍କୁ ଗିରଫ କରିଛି ।

ଏହା ପୂର୍ବରୁ ବୁଧବାର ଦିଲ୍ଲୀ ପୋଲିସ ହିଂସାକୁ ନେଇ ଆଇପିସି ଧାରା 395, 397, 120(ଖ) ଓ ଅନ୍ୟ ଧାରା ଅନ୍ତର୍ଗତ ଏତଲା ଦାଏର କରିଛି । ଚାଷୀମାନେ ଟ୍ରାକ୍ଟର ରାଲି ସମୟରେ ଦିଲ୍ଲୀର ଲାଲକିଲାରେ ହୋଇଥିବା ହିଂସା ସମ୍ବନ୍ଧରେ ଏଫଆଇଆର ଦାଖଲ କରିଛି । ତେବେ ମାମଲାର ଯାଞ୍ଚ କ୍ରାଇମବ୍ରାଞ୍ଚ କରିପାରେ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷେ 300ରୁ ଅଧିକ ପୋଲିସ କର୍ମୀ ଆହତ ହୋଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.