ETV Bharat / bharat

ସମ୍ବିଧାନ ମୂଳ ଢାଞ୍ଚାର ସିଦ୍ଧାନ୍ତ ଦେଇଥିବା କେଶବାନନ୍ଦ ଭାରତୀ ସ୍ବାମୀଙ୍କ ପରଲୋକ - Edneer Mutt

କେରଳର 79 ବର୍ଷୀୟ କେଶବାନନ୍ଦ ଭାରତୀ ଶ୍ରୀପାଦାଗଲଭାରୁଙ୍କ ବାର୍ଦ୍ଧ୍ୟକ ଜନିତ ଅସୁସ୍ଥତା ହେତୁ ଇଦାନୀର ମଠରେ ପରଲୋକ ହୋଇଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ । ସମ୍ବିଧାନର ମୌଳିକ ଢାଞ୍ଚାର ସିଦ୍ଧାନ୍ତ ଦେଇଥିଲେ କେଶବାନନ୍ଦ । ଅଧିକ ପଢନ୍ତୁ...

ସମ୍ବିଧାନର ମୂଳ ଢାଞ୍ଚାର ସିଦ୍ଧାନ୍ତ ଦେଇଥିବା କେଶବାନନ୍ଦ ଭାରତୀ ସ୍ବାମୀଙ୍କ ପରଲୋକ

author img

By

Published : Sep 6, 2020, 5:22 PM IST

Updated : Sep 6, 2020, 5:31 PM IST

ନୂଆଦିଲ୍ଲୀ: ସମ୍ବିଧାନର ମୌଳିକ ଢାଞ୍ଚାର ସିଦ୍ଧାନ୍ତ ଦେଇଥିବା କେଶବାନନ୍ଦ ଭାରତୀଙ୍କ ରବିବାର ଦେହାନ୍ତ ହୋଇଯାଇଛି । କେରଳର 79 ବର୍ଷୀୟ କେଶବାନନ୍ଦ ଭାରତୀ ଶ୍ରୀପାଦାଗଲଭାରୁଙ୍କ ବାର୍ଦ୍ଧ୍ୟକ ଜନିତ ଅସୁସ୍ଥତା ହେତୁ ଇଦାନୀର ମଠରେ ପରଲୋକ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ରବିବାର ସକାଳେ କେଶବାନନ୍ଦ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଭାରତୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମ୍ପ୍ରଦାୟର ସେବା ତଥା ଦଳିତଙ୍କ ସଶକ୍ତିକରଣ ପାଇଁ ଅବଦାନ ଯୋଗୁଁ ଆମେ ପୂଜ୍ୟ କେଶବାନନ୍ଦ ଭାରତୀଜୀଙ୍କୁ ଚିରଦିନ ପାଇଁ ମନେ ରଖିବୁ । ସେ ଭାରତର ସମୃଦ୍ଧ ସଂସ୍କୃତି ଏବଂ ଆମର ମହାନ ସମ୍ବିଧାନ ସହିତ ଗଭୀର ଭାବରେ ଜଡିତ ଥିଲେ ବୋଲି ମୋଦି କହିଛନ୍ତି ।

ପ୍ରାୟ ଚାରି ଦଶକ ପୂର୍ବରୁ ଭାରତୀ ଏକ କେରଳ ଜମି ସଂସ୍କାର ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ସମ୍ବିଧାନର ମୌଳିକ ଢାଞ୍ଚାର ସିଦ୍ଧାନ୍ତ ଦେଇଥିଲେ । ସୁପ୍ରିମକୋର୍ଟର ଇତିହାସରେ ବର୍ତ୍ତମାନ ସୁଦ୍ଧା ସର୍ବବୃହତ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଥିଲେ । ଏଥିରେ ସାମିଲ ଥିଲେ ସୁପ୍ରିମକୋର୍ଟର 13 ଜଣ ବିଚାରପତି ।

କେଶବାନନ୍ଦ ଭାରତୀ ଓ କେରଳ ରାଜ୍ୟ ସରକାରଙ୍କ ଏହି ମାମଲାର ଶୁଣାଣି ଦୀର୍ଘ 68 ଦିନ ଧରି ଜାରି ରହିଥିଲା । ଏହି ମାମଲାର ଶୁଣାଣି 31 ଅକ୍ଟୋବର 1972ରୁ ଆରମ୍ଭ ହୋଇ 23 ମାର୍ଚ୍ଚ 1973 ଯାଏଁ ଚାଲିଥିଲା । ଭାରତୀୟ ସମ୍ବିଧାନର ଆଇନରେ ଏହି ମାମଲାର ସବୁଠୁ ଅଧିକ ଚର୍ଚ୍ଚା ହୋଇଥାଏ ।

Last Updated : Sep 6, 2020, 5:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.