ETV Bharat / bharat

ନିଫାର ସମବେଦନା କୋରୋନାରେ ଫେରାଇବାକୁ କେରଳ ନର୍ସିଂ ଛାତ୍ରୀଙ୍କ ନିବେଦନ - Keralas Nipah survivor

ନିଫା ଭାଇସ ସହ ଲଢି ଜୀବନ ମୃତ୍ୟୁର ଦୋଛକିରୁ ବିଜୟ ଲାଭ କରିଥିବା କେରଳର ନର୍ସିଂ ଛାତ୍ରୀ ଏମ ଅଜାନିଆ ଏବେ କୋଭିଡ୍ ହସ୍ପିଟାଲରେ ରୋଗୀଙ୍କ ସେବା କରିବାକୁ ନିବେଦନ କରିଛନ୍ତି। ଅଧିକ ଖବର ପଢନ୍ତୁ...

COVID19 fight
ନିଫାର ସମବେଦନା କୋରୋନାରେ ଫେରାଇବାକୁ କେରଳ ନର୍ସିଂ ଛାତ୍ରୀଙ୍କ ନିବେଦନ
author img

By

Published : May 13, 2020, 11:26 AM IST

ନୂଆଦିଲ୍ଲୀ: ମୃତ୍ୟୁକୁ ଅତି ପାଖରୁ ଦେଖିଛି। ମହାମାରୀ ସହିତ ଆଗରୁ ଲଢିଛି। ଯନ୍ତ୍ରଣାରେ ଯେତେବେଳେ ହସ୍ପିଟାଲ ବେଡରେ ଚିତ୍କାର କରୁଥିଲି। ଏହି ସମୟରେ ଅନ୍ୟଙ୍କ ସେବା, ସମବେଦନା ଓ ପ୍ରାର୍ଥନା ମୋତୋ ଯେମିତି ନୂଆ ଜୀବନ ଦେଇଥିଲା। ମୋତେ ଏବେ ତାକୁ ପରିଶୋଧ କରିବାର ସମୟ ଆସିଛି। ଏହି ମହାମାରୀ ଘନଘଟା ମଧ୍ୟରେ କୋଭିଡ୍ ହସ୍ପିଟାଲରେ ସେବିକା ଭାବେ ଯୋଗ ଦେବାକୁ ନିବେଦନ କରିଛନ୍ତି କେରଳର ନିଫା ସର୍ଭାଇବର।

ଏ କାହାଣୀ ହେଉଛି କେରଳର 21 ବର୍ଷୀୟ ଏମ ଅଜାନିଆଙ୍କ। ଯେତେବେଳେ ସେ 19 ବର୍ଷ ବୟସର ଥିଲେ ଭୟଙ୍କର ନିଫା ଭାଇରସରେ ଆକ୍ରାନ୍ତ ହୋଇଥିଲେ। ଯେଉଁଥିରେ ପୀଡିତ ବ୍ୟକ୍ତିର ମୃତ୍ୟୁ 80 ପ୍ରତିଶତ ସୁନିଶ୍ଚିତ। ଏଥିପାଇଁ ସେ ପାଖାପାଖି ଏକ ସପ୍ତାହ ଭେଣ୍ଟିଲେଟରରେ ରହିଥିଲେ। କିନ୍ତୁ ହାର ମାନିନଥିଲେ, ଦୃଢ ଇଚ୍ଛାଶକ୍ତି ଓ ଡାକ୍ତରଙ୍କ ସେବା ପାଇଁ ସେ ପୁଣି ନୂତନ ଜୀବନ ପାଇଥିଲେ।

ମହାମାରୀକୁ ଅତି ପାଖରୁ ଦେଖିବା ଏହି ସାହାସୀ ଅଜାନିଆ କୋଜିକୋଡେସ୍ଥିତ ସରକାରୀ ନର୍ସିଂ କଲେଜରୁ ଜିଏନଏମରେ ଡିଗ୍ରୀ ହାସଲ କରି ଚାକିରୀ ଅପେକ୍ଷାରେ ଅଛନ୍ତି। ତେଣୁ କୋରୋନାରେ ଆକ୍ରାନ୍ତ ଲୋକଙ୍କ ସେବା କରିବାକୁ ସେ ଏକ କୋଭିଡ୍ ହସ୍ପିଟାଲରେ ନିଯୁକ୍ତି ପାଇଁ ନିବେଦନ କରିଛନ୍ତି।

ଅଜାନିଆଙ୍କ ବାପା ଜଣେ କୃଷକ ଓ ମା ଅଙ୍ଗନୱାଡି କର୍ମୀ। 2018 ମସିହାରେ କୋଜିକୋଡେ ମେଡିକାଲ କଲେଜ ହସ୍ପିଟାଲରେ ଇଣ୍ଟର୍ନ କରୁଥିବା ବେଳେ ଆଇସିୟୁରେ ଭର୍ତ୍ତି ହୋଇଥିବା ନିଫା ରୋଗୀଙ୍କ ଦେଖାଶୁଣା କରୁଥିଲେ। ହେଲେ ନିଜେ କେତେବେଳେ ସେ ରୋଗରେ ଆକ୍ରାନ୍ତ ହୋଇଥିଲେ ଜାଣିପାରିନଥିଲେ।

ତେବେ ନର୍ସିଂକୁ ଏକ ଶ୍ରେଷ୍ଠ ବୃତ୍ତି ଭାବେ ଚୟନ କରିଥିବା ଅଜାନିଆ ଲୋକଙ୍କ ସେବା ପାଇଁ ଅପେକ୍ଷାରତ ଅଛନ୍ତି। ଅନେକ ସ୍ଥାନରେ ଚାକିରୀ ପାଇଁ ଆବେଦନ କରିବା ସହ ଡାକ୍ତରଙ୍କ ଯୋଗାଯୋଗରେ ଅଛନ୍ତି।

ସୂଚନା ଥାଉକି, 2019ରେ ନିଫା ଭାଇରସରେ ସଂକ୍ରମିତ ହୋଇଥିବା ମୋଟ 19 ଜଣଙ୍କ ମଧ୍ୟରୁ 2 ଜଣ ବଞ୍ଚିଥିଲେ। ସେମାନଙ୍କ ଭିତରୁ ଅଜାନିଆ ଜଣେ ଥିଲେ। ଜଣେ ହେଡ୍ ନର୍ସ ପ୍ରତି ମିନିଟରେ ତାଙ୍କ ଉପରେ ନଜର ରଖିବା ପାଇଁ ଏକ ସପ୍ତାହ ହସ୍ପିଟାଲରେ ରହିଥିଲେ। ଯାହାର ରଣ ଏବେ ସେବିକା ଭାବେ ଅନ୍ୟମାନଙ୍କ ପାଖରେ ସୁଝିବାକୁ ଚାହିଁଛନ୍ତି ଅଜାନିଆ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.