ଥିରୁଅନନ୍ତପୂରମ: ଘରୋଇ ବିମାନ ଯୋଗେ ଯେଉଁମାନେ ରାଜ୍ୟରେ ପହଞ୍ଚିବେ ସେମାନଙ୍କୁ ଲକଡାଉନ୍ ପ୍ରୋଟୋକଲ୍ ଅନୁଯାୟୀ 14 ଦିନିଆ କ୍ବାରେନଣ୍ଟାଇନରେ ରହିବାକୁ ପଡିବ ବୋଲି କହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । କିନ୍ତୁ ଯେଉଁମାନ ଅଳ୍ପ ସମୟ ପାଇଁ ବ୍ୟବସାୟ କରିବାକୁ ଆସୁଛନ୍ତି ସେମାନଙ୍କୁ ଛାଡି ଦିଆଯିବ ।
ମେ 25 ରୁ ଆରମ୍ଭ ହେଉଛି ଘରୋଇ ବିମାନ ସେବା । ଏତିକିବେଳେ କିଛି ବ୍ୟବସାୟିକ ଅଧିକାରୀ କୌଣସ ବ୍ୟବସାୟ କିମ୍ବା ଅନ୍ୟ କୌଣସି କାରଣ ପାଇଁ ରାଜ୍ୟ ପରିଦର୍ଶନ କରିବାକୁ ଆସିପାରନ୍ତି । ତେବେ ସେମାନଙ୍କୁ 14 ଦିନ କ୍ବାରେନଣ୍ଟାଇନ ଦାବି କରାଯିବ ନାହିଁ । ଫଳରେ ସେମାନଙ୍କ କ୍ଷେତ୍ରରେ ସ୍ବାସ୍ଥ୍ୟଗତ ସତର୍କତା ଅବଲମ୍ବନ କରାଯିବ ନାହିଁ ବୋଲି କହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ।
ଏହାପୂର୍ବରୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ଶୌଲଜା କହିଥିଲେ ଯେ ରାଜ୍ୟରେ କୋଭିଡ-19 ମାମଲା ବୃଦ୍ଧି ହେତୁ କେରଳରେ ପହଞ୍ଚୁଥିବା ଘରୋଇ ବିମାନ ଗୁଡିକ ଲକଡାଉନ ଗାଇଡଲାଇନ ଅନୁଯାୟୀ କଡା କ୍ବାରେଣ୍ଟାଇନ ବ୍ୟବସ୍ଥା କରିବାକୁ ପଡିବ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଅଧିକାଂଶ ଲୋକ ଦେଶର ପ୍ରମୁଖ ହଟସ୍ପଟରୁ ଆସିବେ ।
ସେପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲକଡାଉନ ନିୟମ କୋହଳ ହେତୁ ନୁହେଁ ବରଂ ଅନ୍ୟ ରାଜ୍ୟ କିମ୍ବା ବିଦେଶରୁ ଆସୁଥିବା ଲୋକଙ୍କ ପାଇଁ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କିନ୍ତୁ କେରଳ ସରକାର ତାଙ୍କ ନିଜ ଲୋକଙ୍କ ପାଇଁ ଦ୍ବାର ବନ୍ଦ କରିପାରିବେ ନାହିଁ ବୋଲି କହିଛନ୍ତି ।