ETV Bharat / bharat

କେରଳରେ 'ଆଣ୍ଟି-କରୋନା ଜୁସ' ବିକ୍ରି କରି ବିଦେଶୀ ନାଗରିକ ଗିରଫ - Kerala police

ଲେମ୍ବୁ, ଅଦା ଏବଂ ଅଁଳା ଦ୍ବାରା ପ୍ରସ୍ତୁତ ଏକ କପ୍ ଜୁସ COVID-19 ବିସ୍ତାରକୁ ରୋକିବା ସମ୍ପୂର୍ଣ୍ଣ ଅସମ୍ଭବ । ମାତ୍ର କେରଳର ଭର୍କାଲା ବେଳାଭୂମିରେ ଏକ କାଫେଟେରିଆ ଚଳାଉଥିବା 65 ବର୍ଷୀୟ ବ୍ୟକ୍ତି ଆଣ୍ଟି କୋରୋନା ଜୁସ ବିକ୍ରି କରି ଏବେ ପୋଲିସ ହେପାଜତରେ ରହିଛନ୍ତି ।

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Mar 18, 2020, 6:44 PM IST

ଥିରୁଅନନ୍ତପୁରମ୍: ବିଶ୍ଵରେ ଆତଙ୍କ ଖେଳାଇଥିବା ମହାମାରୀ କୋରୋନାକୁ ନେଇ ଲୋକେ ଆତଙ୍କିତ । ଏପରି ସ୍ଥଳେ କୋରୋନାକୁ ନେଇ କୌଣସି ବିଭ୍ରାନ୍ତିକର ଓ ଗୁଜବ ପ୍ରଚାର କରୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ସରକାର । ଏମିତି ଏକ ଘଟଣା ସାମ୍ନାକୁ ଆସିଛି , ଯେତେବେଳେ କୋରୋନାରୁ ବର୍ତ୍ତିବା ପାଇଁ ଆଣ୍ଟି କୋରୋନା ଜୁସ ବିକ୍ରି କରୁଥିଲେ ଜଣେ 65 ବର୍ଷୀୟ ବ୍ୟକ୍ତି । ଖବର ପ୍ରଚାରିତ ହେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ ।

ଲେମ୍ବୁ, ଅଦା ଏବଂ ଅଁଳା ଦ୍ବାରା ପ୍ରସ୍ତୁତ ଏକ କପ୍ ଜୁସ COVID-19 ବିସ୍ତାରକୁ ରୋକୁଥିବା ସମ୍ପୂର୍ଣ୍ଣ ଅସମ୍ଭବ । ମାତ୍ର କେରଳର ଭର୍କାଲା ବେଳାଭୂମିରେ ଏକ କାଫେଟେରିଆ ଚଳାଉଥିବା 65 ବର୍ଷୀୟ ବିଦେଶୀ ନାଗରିକ ଏହି ଜୁସ ବିକ୍ରି କରି ଏବେ ପୋଲିସ ହେପାଜତରେ ରହିଛନ୍ତି ।

ସେ ଏକ ବୋର୍ଡରେ “ଆଣ୍ଟି କରୋନା ଜୁସ” ପୋଷ୍ଟର ଲଗାଇଥିଲେ । ଆଣ୍ଟି-କରୋନା ଜୁସକୁ ଗ୍ଲାସ ପିଛା 150 ଟଙ୍କାରେ ବିକ୍ରି କରୁଥିବା ସୂଚନା ରହିଛି । ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ ପରେ ଏଭଲି ଭୁଲ କାମର ପୁନରାବୃତ୍ତି ନକରିବାକୁ କଡା ଚେତାବନୀ ଦେଇଛି। ଏହାସହ ପୋଲିସ ତାଙ୍କୁ ବିଜ୍ଞାପନ ବୋର୍ଡ ହଟାଇବାକୁ ମଧ୍ୟ କହିଥିଲା ।

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୮କୁ ବୃଦ୍ଧି ପାଇଛି । ତିନି ଜଣଙ୍କ ପ୍ରାଣ ଯାଇଥିବା ବେଳେ କେରଳରେ କୋରୋନା ସଂକ୍ରମିତ ରିପୋର୍ଟ 27 ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.