ETV Bharat / bharat

କେରଳ ବିଧାନସଭା ନିର୍ବାଚନରେ ମହିଳା କାର୍ଡ ଖେଳିବ ମୁସଲିମ ଲିଗ୍‌

author img

By

Published : Jan 25, 2021, 4:47 PM IST

କେରଳ ନିର୍ବାଚନରେ ଭାବମୂର୍ତ୍ତୀ ବଦଳାଇବ ଭାରତୀୟ ୟୁନିୟନ ମୁସଲିମ ଲିଗ । ମହିଳାଙ୍କୁ ଦେବ ଅଧିକ ଟିକେଟ । ଅଧିକ ପଢନ୍ତୁ...

କେରଳ
କେରଳ

ଥିରୁବନନ୍ତପୁରମ୍: ଆଗକୁ ଆସୁଛି କେରଳ ବିଧାନସଭା ନିର୍ବାଚନ । ଏନେଇ ସମସ୍ତ ରାଜନୈତିକ ଦଳ ନିଜ ନିଜ ରଣନୀତିରେ ବ୍ୟସ୍ତ । କିଏ ବିକାଶ କାର୍ଡ ଖେଳୁଛି ତ କିଏ ମହିଳା କାର୍ଡ ଖେଳି ନିର୍ବାଚନରେ ବାଜିମାତ କରିବାର ଲକ୍ଷ୍ୟ ରଖିଛି । ଏସବୁ ଭିତରେ ଆଇୟୁଏମଏଲ(ଭାରତୀୟ ୟୁନିୟନ ମୁସଲିମ ଲିଗ) ମହିଳା କାର୍ଡ ଖେଳିବ ବୋଲି ଚର୍ଚ୍ଚା ଜୋର ଧରିଛି ।

1996 ମସିହା ପରଠୁ ଦଳ କୌଣସି ମହିଳାଙ୍କୁ ବିଧାନସଭା ଟିକେଟ ଦେଇନଥିବାବେଳେ ଚଳିତ ବର୍ଷ ହେବାକୁ ଥିବା ନିର୍ବାଚନ ମହିଳା କାର୍ଡ ଖେଳିବ ବୋଲି କୁହାଯାଉଛି । ଅଧିକରୁ ଅଧିକ ମହିଳାଙ୍କୁ ଟିକେଟ ଦେଇ ଦଳ ନିର୍ବାଚନ ବୈତରଣୀ ପାର କରିବ ବୋଲି ସୂଚନା ମିଳିଛି ।

ପ୍ରାୟତଃ ମୁସଲିମ ଲିଗ ପକ୍ଷରୁ ବିଧାନସଭା ଓ ଲୋକସଭା ପାଇଁ କୌଣସି ମହିଳାଙ୍କୁ ଟିକେଟ ଦିଆଯାଉନଥିବାର ଦେଖାଯାଏ । ଦଳର ଏହି ଛବିକୁ ଲିଭାଇବା ପାଇଁ ଏଥର ନିର୍ବାଚନରେ ଅଧିକରୁ ଅଧିକ ମହିଳାଙ୍କୁ ସାମ୍ନାକୁ ଆଣିବ ମୁସଲିମ ଲିଗ ।

1996 ସମିହାରେ ଶେଷ ଥର ପାଇଁ ମୁସଲିମ ଲିଗର ମହିଳା ନେତ୍ରୀ ଖାମରୁନ୍ନିଶା ଅନୱାରଙ୍କୁ କୋଝିକୋଡ ଉତ୍ତର ଆସନରୁ ଦଳ ପ୍ରାର୍ଥୀ କରିଥିଲା । ତେବେ ସେ ହାରିଯାଇଥିବାବେଳେ ଏହା ପରେ ଦଳ ପକ୍ଷରୁ ବିଧାନସଭା କିମ୍ବା ଲୋକସଭା ଆସନ ପାଇଁ କୌଣସି ମହିଳାଙ୍କୁ ଟିକେଟ ଦିଆଯାଇନଥିବାର ଦେଖିବାକୁ ମିଳେ ।

ତେବେ ପଞ୍ଚାୟତ ଓ ପୌର ନିର୍ବାଚନରେ ଆଇୟୁଏମଏଲ ମହିଳାଙ୍କୁ ପ୍ରାର୍ଥୀ କରୁଥିବାବେଳେ ଏଠାରୁ ମହିଳାମାନେ ଜିତୁଥିବା ଦେଖାଯାଏ । ହେଲେ ବିଧାନସଭା ଓ ଲୋକସଭାରେ ଦଳ ପକ୍ଷରୁ ମହିଳାଙ୍କୁ ପ୍ରାର୍ଥୀ କରାଯାଉନଥିବାବେଳେ ଏହା ଏକ ପୁରୁଷ ପ୍ରାଧାନ୍ୟ ଦଳ ବୋଲି ସାଧାରଣରେ ଚର୍ଚ୍ଚା ହୁଏ । ଏହି ଧାରଣାକୁ ଲୋକଙ୍କ ମନରୁ ହଟାଇବାକୁ ଦଳ ମହିଳାଙ୍କୁ ଅଧିକ ଟିକେଟ ଦେବ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.