ETV Bharat / bharat

କେରଳ ସୁନା ଚୋରାଚାଲାଣ ମାମଲା, କୋର୍ଟରେ ହାଜର ହେବେ ଅଭିଯୁକ୍ତ ସରିଥ

author img

By

Published : Jul 15, 2020, 1:26 PM IST

କେରଳ ସୁନା ଚୋରା ଚାଲାଣ ମାମଲାର ପ୍ରଥମ ଅଭିଯୁକ୍ତ ସରିଥ କୁମାରଙ୍କୁ ବୁଧବାର କୋର୍ଟରେ ହାଜର କରାଯିବ । ଏହା ମଧ୍ୟରେ ସରିଥଙ୍କ ଠାରୁ ଯଥାସମ୍ଭବ ତଥ୍ୟ ସଂଗ୍ରହ କରିବାକୁ ଲାଗିପଡିଛି କଷ୍ଟମ ବିଭାଗ ।

କୋର୍ଟରେ ହାଜର ହେବେ ଅଭିଯୁକ୍ତ ସରିଥଙ୍କୁ
କୋର୍ଟରେ ହାଜର ହେବେ ଅଭିଯୁକ୍ତ ସରିଥଙ୍କୁ

ଥିରୁଅନନ୍ତପୁରମ: କେରଳ ସୁନା ଚୋରା ଚାଲାଣ ମାମଲାର ପ୍ରଥମ ଅଭିଯୁକ୍ତ ସରିଥ କୁମାରଙ୍କୁ ବୁଧବାର କୋର୍ଟରେ ହାଜର କରାଯିବ । ସରିଥଙ୍କ ହେପାଜତ ଆଜି ଶେଷ ହେବ । ତେବେ ସରିଥ ଆଜି ଅପରାହ୍ନ 5 ଟା ପର୍ଯ୍ୟନ୍ତ ଜେଲରେ ରହିବେ। ଏହା ମଧ୍ୟରେ ସରିଥଙ୍କ ଠାରୁ ଯଥାସମ୍ଭବ ତଥ୍ୟ ସଂଗ୍ରହ କରିବାକୁ ଲାଗିପଡିଛି କଷ୍ଟମ ବିଭାଗ ।

ତେବେ କଷ୍ଟମ ବିଭାଗ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଶାସନ ସଚିବ ଶିବଶଙ୍କରଙ୍କ ଠାରୁ ମିଳିଥିବା ସୂଚନାକୁ ନେଇ ସରିଥଙ୍କୁ ଜେରା କରିବ ବୋଲି ଜଣାପଡିଛି । ଉଭୟ 14 ଥର ଫୋନ୍‌ରେ ଯୋଗାଯୋଗ କରିଥିଲେ । ଏନେଇ ସରିଥଙ୍କୁ ପଚାରାଉଚରା କରାଯିବ ।

କେରଳର ଥିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିପୁଳ ମାତ୍ରାରେ ସୁନା ଜବତ କରାଯାଇଥିଲା । ଥିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର କାର୍ଗୋ ମାଧ୍ୟମରେ ପରିବହନ ହେଉଥିବା ସାମଗ୍ରୀରେ ୩୦ କିଲୋଗ୍ରାମରୁ ଅଧିକ ସୁନା ଜବତ କରାଯାଇଥିଲା । ଏହି ସୁନା ଚୋରା ଚାଲାଣ ପଛରେ ଏମିତି ଜଣେ ମହିଳାଙ୍କ ନାମ ସାମ୍ନାକୁ ଆସିଛି ଯାହାକୁ ନେଇ କେରଳ ରାଜନୀତିରେ ହଟଚମଟ ଦେଖାଦେଇଛି । ଏହି ମାମଲାରେ କଷ୍ଟମ ବିଭାଗ କେତେଜଣଙ୍କୁ ଗିରଫ କରି ପଚାରାଉଚାରା ଜାରି ରଖିଛି ।

.

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.