ETV Bharat / bharat

କେରଳ ସୁନା ଚାଲାଣ ମାମଲା, ମାଷ୍ଟରମାଇଣ୍ଡ ସ୍ୱପ୍ନା ସୁରେଶ ଆଇସିୟୁରେ ଭର୍ତ୍ତି - କେରଳ ସୁନା ଚୋରା ଚାଲାଣ ମାମଲା

କେରଳ ସୁନା ଚୋରା ଚାଲାଣ ମାମଲାର ମାଷ୍ଟରମାଇଣ୍ଡ କୁହାଯାଉଥିବା ସ୍ୱପ୍ନା ସୁରେଶ ମେଡିକାଲରେ ଭର୍ତ୍ତି। ମଙ୍ଗଳବାର ତାକୁ ଥ୍ରିସୁରର ସରକାରୀ ମେଡିକାଲ କଲେଜ (ଜିଏମସି) ରେ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି।

କେରଳ ସୁନା ଚାଲାଣ ମାମଲା, ମାଷ୍ଟର ମାଇଣ୍ଡ ସ୍ୱପ୍ନା ସୁରେଶ ଆଇସିୟୁରେ ଭର୍ତ୍ତି

author img

By

Published : Sep 8, 2020, 10:13 AM IST

Updated : Sep 8, 2020, 10:19 AM IST

ଥିରୁଅନନ୍ତପୁରମ: କେରଳ ସୁନା ଚୋରା ଚାଲାଣ ମାମଲାର ମାଷ୍ଟରମାଇଣ୍ଡ କୁହାଯାଉଥିବା ସ୍ୱପ୍ନା ସୁରେଶ ମେଡିକାଲରେ ଭର୍ତ୍ତି। ମଙ୍ଗଳବାର ତାକୁ ଥ୍ରିସୁରର ସରକାରୀ ମେଡିକାଲ କଲେଜ (ଜିଏମସି) ରେ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ତେବେ ଛାତିରେ ପ୍ରବଳ ଯନ୍ତ୍ରଣା ହେବାର ଅଭିଯୋଗ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସ୍ବପ୍ନାର ଇସିଜି ରିପୋର୍ଟରେ ଯଦିଓ ସାମାନ୍ୟ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି, ଜିଏମସି କର୍ତ୍ତୃପକ୍ଷ ତାଙ୍କ ଅବସ୍ଥା ସନ୍ତୋଷଜନକ ବୋଲି ପ୍ରକାଶ କରିଛନ୍ତି।

ଏହାପୂର୍ବରୁ ଗୁରୁବାର କେରଳ ପୋଲିସ ଆୟକର ବିଭାଗ ଅଧୀନରେ କେରଳ ରାଜ୍ୟ ସୂଚନା ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମି ଲିମିଟେଡ (KSITIL) ରେ ଚାକିରି ପାଇବା ପାଇଁ ନକଲି ଡିଗ୍ରୀ ପ୍ରମାଣପତ୍ର ଜାଲିଆତି ମାମଲାରେ ସ୍ବପ୍ନାର ଗିରଫଦାରୀକୁ ରେକର୍ଡ କରିଛି।

ଗତ ସପ୍ତାହରେ କୋଚିରେ ଏକ ସ୍ୱତନ୍ତ୍ର ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲ୍ଏ) କୋର୍ଟ କେରଳ ସୁନା ଚୋରା ଚାଲାଣ ମାମଲାରେ ତିନିଜଣ ଅଭିଯୁକ୍ତ ସ୍ବପ୍ନା ସୁରେଶ, ସରିଥ ପିଏସ୍ ଏବଂ ସନ୍ଦୀପ ନାୟାରଙ୍କ ନ୍ୟାୟିକ ସଂରକ୍ଷଣକୁ ସେପ୍ଟେମ୍ବର 9 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ସୂଚନା ଅନୁସାରେ, କେରଳର ଥିରୁଅନନ୍ତପୁରମ ଏୟାରପୋର୍ଟରୁ ଡିପ୍ଲୋମାଟିକ୍ କନସାଇମେଣ୍ଟରେ 30 କିଲୋ ସୁନା ଆସିଥିଲା। ଯାହାର ଆନୁମାନିକ ମୂଲ୍ୟ 14.82 କୋଟି ଟଙ୍କା ବୋଲି ଜଣାପଡିଛି। ଏହି ଘଟଣା ସୁନା କାରବାର କ୍ଷେତ୍ରରେ ହଇଚଇ ସୃଷ୍ଟି କରିଥିଲା।

Last Updated : Sep 8, 2020, 10:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.