ETV Bharat / bharat

NIAର ବଡ଼ ଖୁଲାସା, କେରଳ ସୁନା ଚୋରା ଚାଲାଣ ଅଭିଯୁକ୍ତ ସହ ଦାଉଦ ଇବ୍ରାହିମ ଲିଙ୍କ

author img

By

Published : Oct 15, 2020, 10:05 AM IST

କେରଳ ସୁନା ଚୋରା ଚାଲାଣ ମାମଲାରେ ଏନଆଇଏର ବଡ଼ ଖୁଲାସା । କେରଳ ସୁନା ଚୋରା ଚାଲାଣ ମାମଲାରେ ଭାରତର ମୋଷ୍ଟ ୱାଣ୍ଟେଡ ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମ ଲିଙ୍କ ଥିବା ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ବୁଧବାର ପ୍ରକାଶ କରିଛି। ଅଧିକ ପଢନ୍ତୁ...

Kerala gold smuggling accused have links with Dawood Ibrahim's gang, says NIA
NIAର ବଡ଼ ଖୁଲାସା, କେରଳ ସୁନା ଚୋରା ଚାଲାଣରେ ଅଭିଯୁକ୍ତ ସହ ଦାଉଦ ଇବ୍ରାହିମ ଲିଙ୍କ

ଥିରୁଅନନ୍ତପୁରମ: କେରଳ ସୁନା ଚୋରା ଚାଲାଣ ମାମଲାର ଏନଆଇଏ କରିଛି ବଡ଼ ଖୁଲାସା । ଭାରତର ମୋଷ୍ଟ ୱାଣ୍ଟେଡ ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମ ସହ କେରଳ ସୁନା ଚୋରା ଚାଲାଣ ମାମଲା ମଧ୍ୟରେ ଲିଙ୍କ ଥିବା ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ବୁଧବାର ପ୍ରକାଶ କରିଛି। କେରଳ ସୁନା ଚୋରା ଚାଲାଣ ମାମଲାରେ ରାମିଜ ନାମକ ଜଣେ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଏନଆଇଏ ବିରୋଧ କରିଛି ।

ଏନଆଇଏ କୋର୍ଟକୁ ସୂଚନା ଦେଇଛି ଯେ ପଚରାଉଚରା ବେଳେ ରମିଜ ତଞ୍ଜାନିଆରେ ହୀରା ବ୍ୟବସାୟ ପ୍ରତିଷ୍ଠା ପାଇଁ କରିଥିବା ଉଦ୍ୟମ ବିଷୟରେ ସ୍ବୀକାର କରିଛନ୍ତି। ଏନଆଇଏ ଆହୁରି ମଧ୍ୟ କହିଛି ଯେ ରମିଜ ତଞ୍ଜାନିଆରେ ଏକ ସୁନା ଖଣି ଲାଇସେନ୍ସ ପାଇବାକୁ ଚେଷ୍ଟା କରିଥିଲେ ଏବଂ ସେଠାରୁ ସୁନା ଆଣିଥିଲେ। ପରେ ରମିଜ ତଞ୍ଜାନିଆରୁ କିଣିଥିବା ସୁନାକୁ ବିକ୍ରି କରିଥିଲେ । କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି କହିଛି, କେରଳ ସୁନା ଚୋରା ଚାଲାଣ ମାମଲାରେ ଆଉ ଜଣେ ଅଭିଯୁକ୍ତଙ୍କ ମୋବାଇଲ ଫୋନରୁ ମିଳିଥିବା ତଥ୍ୟରୁ ଜଣାପଡିଛି ଯେ ସେ ରାମିଜଙ୍କ ସହ ଆଫ୍ରିକା ଗସ୍ତ କରିଛନ୍ତି।

ଉଲ୍ଲେଖନୀୟ ଯେ, ନଭେମ୍ବର 2019 ରେ କୋଚିନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ କଷ୍ଟମ୍ସ ଦ୍ବାରା ରାମିଜଙ୍କୁ ଗିରଫ କରାଯାଇଥିଲା। ବୈଧ ଲାଇସେନ୍ସ ବିନା ଅସ୍ତ୍ରଶସ୍ତ୍ର ଆମଦାନୀ ପାଇଁ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବରେ ନାମିତ କରାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.