କୋଚି: କୋରୋନା କାଳରେ ଚେଇଁ ଉଠିଛନ୍ତି ସୁନା ଚୋରା ଚାଲାଣକାରୀ । କେରଳର ପାଲକ୍କଡରେ ଥିବା କଷ୍ଟମ୍ସ ପ୍ରିଭେଣ୍ଟିଭ୍ ୟୁନିଟ୍ (CPU) ତିନି କିଲୋଗ୍ରାମରୁ ଅଧିକ ଚୋରା ସୁନା ବିସ୍କୁଟ ଓ ଅଳଙ୍କାର ଜବତ କରିଛି ।
ଯାହାର ଆନୁମାନିକ ମୂଲ୍ୟ 1.70 କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ତେବେ ଏହାସହ କଷ୍ଟମ ବିଭାଗ ନଗଦ 6 ଲକ୍ଷ ଟଙ୍କା ଜବତ କରିଥିବା ଜଣାପଡିଛି । 3.7044 କେଜିର ସୁନା ବିସ୍କୁଟ ଓ ଅଳଙ୍କାର ଆଦି ଜବତ ହୋଇଛି ।
ଏହି ମାମଲାରେ କୌଣସି ଗିରଫଦାରୀ ସମ୍ପର୍କରେ କମିଶନର୍ ଏପର୍ଯ୍ୟନ୍ତ ସୂଚନା ଦେଇନାହାଁନ୍ତି । ତେବେ ତଦନ୍ତ ଚାଲିଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ