ବେଙ୍ଗାଲୁରୁ: ଚୋରା ଡ୍ରଗ୍ସ କାରବାରରେ ଜଡିତ ଥିବା କାରଣରୁ କେରଳ ସିପିଆଇଏମର ରାଜ୍ୟ ସେକ୍ରେଟାରୀ କୋଡିୟେରି ବାଲାକ୍ରିଶ୍ନନଙ୍କ ପୁଅ ବିନିଶ କୋଡିୟେରୀଙ୍କୁ ଇଡି ସମନ ଜାରି କରିଥିଲା । ତେବେ ସେ ମଙ୍ଗଳବାର ଇଡି କାର୍ଯ୍ୟାଳୟରେ ପହଞ୍ଚିଥିବା ଜଣାପଡିଛି ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ପୂର୍ବରୁ ଚୋରା ଡ୍ରଗ୍ସ କାରବାର ମାମଲାରେ ମହମ୍ମଦ ଅନୁପକୁ ଗିରଫ କରିଥିଲା । ତେବେ ଜେରା ସମୟରେ ଅନୁପ ବିନିଶଙ୍କ ନାଁ ନେଇଥିଲା । ବିନିଶ ବେଙ୍ଗାଲୁରୁରେ କେତେ ଗୁଡିଏ ଡ୍ରଗ୍ସ ଫାର୍ମ ଚଲାଉଥିବା ବେଳେ ବିଦେଶରେ ମଧ୍ୟ ଏକ ଫାର୍ମ ଥିବାର ଇଡିକୁ ଅନୁପ ସୂଚନା ଦେଇଥିଲା ।
ଇଡି ମହମ୍ମଦ ଅନୁପକୁ ଜେରା କରିସାରିଛି ଏବଂ ଏହି ମାମଲାରେ ଅପରାଧୀ ଅନୁପ ବର୍ତ୍ତମାନ ପାରାପାନା ଅଗ୍ରହାରାଠାରେ ରହୁଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ବିନେଶ ମଧ୍ୟ ସାଣ୍ଡାଲଉଡ୍ ଡ୍ରଗ୍ କାରବାର ବିଷୟରେ ଇଡି ଅନୁସନ୍ଧାନରେ ଯୋଗ ଦେଇଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ଅଭିଯୁକ୍ତଙ୍କୁ ଆର୍ଥିକ କାରବାର ଉପରେ ଆଧାର କରି ଅନୁସନ୍ଧାନ ଜାରି ରଖିଥିବାର ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ