ETV Bharat / bharat

ସୁସ୍ଥ ରାଜ୍ୟ ତାଲିକାରେ ପଛରେ ଓଡ଼ିଶା, ଶୀର୍ଷରେ କେରଳ - odisha

ସୁସ୍ଥ ରାଜ୍ୟ ତାଲିକାରେ ପଛରେ ରହିଛି ଓଡିଶା । ନିତି ଆୟୋଗ ପକ୍ଷରୁ ଦେଶର ସୁସ୍ଥ ରାଜ୍ୟ ସୂଚୀ ଜାରି କରାଯାଇଥିବା ବେଳେ ପୁଣିଥରେ ଶୀର୍ଷ ସ୍ଥାନ ହାସଲ କରିଛି କେରଳ ।

ଫଟୋ ସୌଜନ୍ୟ: ଟ୍ବିଟର@@NITIAayog
author img

By

Published : Jun 25, 2019, 9:26 PM IST

ନୂଆଦିଲ୍ଲୀ: ସୁସ୍ଥ ରାଜ୍ୟ ତାଲିକାରେ ପଛରେ ରହିଛି ଓଡିଶା । ନିତି ଆୟୋଗ ପକ୍ଷରୁ ଦେଶର ସୁସ୍ଥ ରାଜ୍ୟ ତାଲିକା ଜାରି କରାଯାଇଥିବା ବେଳେ ପୁଣିଥରେ ଶୀର୍ଷ ସ୍ଥାନ ହାସଲ କରିଛି କେରଳ । କେରଳ ପରେ ଏହି ସୂଚୀରେ ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରକୁ ସ୍ଥାନ ମିଳିଛି । ଏଥିରେ ବିହାର ଏବଂ ଉତ୍ତର ପ୍ରଦେଶର ପ୍ରଦର୍ଶନ ସବୁଠୁ ଖରାପ ରହିଛି । ଏହି ତାଲିକାରେ ୨୧ଟି ରାଜ୍ୟ ସ୍ଥାନ ପାଇଥିବା ବେଳେ ଓଡ଼ିଶା ୧୯ ତମ ସ୍ଥାନରେ ରହିଛି।

ନିତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଦ୍ବାରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ହରିୟାଣା, ଝାଡଖଣ୍ଡ ଏବଂ ଆସାମ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିଥିବା ରାଜ୍ୟଭାବେ ପରିଗଣିତ ହୋଇଛନ୍ତି । ସେପଟେ ବିହାର ଓ ଉତ୍ତର ପ୍ରଦେଶ ସ୍ୱାସ୍ଥ୍ୟ ମାମଲାରେ ସବୁଠାରୁ ଖରାପ ପ୍ରଦର୍ଶନକାରୀ ରାଜ୍ୟ ଭାବେ ଉଭା ହୋଇଛନ୍ତି । ସେହିପରି ଦେଶର କ୍ଷୁଦ୍ର ରାଜ୍ୟ ମଧ୍ୟରେ ମିଜୋରାମ ଶୀର୍ଷ ସ୍ଥାନରେ ରହିଛି ।

ନୀତି ଆୟୋଗ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏବଂ ବିଶ୍ୱ ବ୍ୟାଙ୍କର ବୈଷୟିକ ସହାୟତାରେ ଏହି ରିପୋର୍ଟ ପ୍ରସ୍ତୁତ କରିଛି । 23 ଟି ଭିନ୍ନ ଭିନ୍ନ ସ୍ବାସ୍ଥ୍ୟ ପ୍ରସଙ୍ଗ ଯଥା ରାଜ୍ୟରେ ମିଳୁଥିବା ସ୍ୱାସ୍ଥ୍ୟସେବାର ମାନ ଓ ବିସ୍ତାର, ମୃତ୍ୟୁ ସଂଖ୍ୟା, ଶିଶୁ ମୃତ୍ୟୁ ସଂଖ୍ୟା, ଟିକାକରଣ ସଂଖ୍ୟା ଓ ଦୂରାରୋଗ୍ୟ ବ୍ୟାଧିର ପୀଡିତଙ୍କ ସଂଖ୍ୟା ଏବଂ ଅପପୁଷ୍ଟି ହାର ଇତ୍ୟାଦିକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି ।

Intro:Body:

sdf

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.