ETV Bharat / bharat

କୋରୋନା କାଳରେ କେରଳ ଷ୍ଟେଟ ଲଟେରୀ ଫଳାଫଳ ଘୋଷିତ

author img

By

Published : Jul 30, 2020, 6:03 AM IST

କେରଳ ରାଜ୍ୟ ଲଟେରୀ ବିଭାଗ ଅକ୍ଷୟ ଲଟେରୀ AK 456 ର ଫଳାଫଳ ଘୋଷଣା କରାଯାଇଛି । ଯାହାର ପ୍ରଥମ ପୁରସ୍କାର 70 ଲକ୍ଷ ଟଙ୍କା ରହିଥିବା ବେଳେ ଦ୍ବିତୀୟ ପୁରସ୍କାର ବିଜେତାଙ୍କୁ 5 ଲକ୍ଷ ଟଙ୍କା ଘୋଷଣା କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନା କାଳରେ କେରଳ ଷ୍ଟେଟ ଲଟେରୀ ଫଳାଫଳ ଘୋଷିତ
କୋରୋନା କାଳରେ କେରଳ ଷ୍ଟେଟ ଲଟେରୀ ଫଳାଫଳ ଘୋଷିତ

ଥିରୁଅନନ୍ତପୁରମ: ଲଟେରୀ ଟିକେଟ କିଣି ଲକ୍ଷପତି ହେବାକୁ ଇଚ୍ଛୁକ ଥିବା ଲୋକଙ୍କ ପାଇଁ କେରଳ ଷ୍ଟେଟ ଲଟେରୀ ବିଭାଗ ଆୟୋଜିତ କରୁଥାଏ ବମ୍ପର ଲଟେରୀ କାର୍ଯ୍ୟକ୍ରମ । ଏହିକ୍ରମରେ କେରଳ ରାଜ୍ୟ ଲଟେରୀ ବିଭାଗ ଅକ୍ଷୟ ଲଟେରୀ AK 456 ର ଫଳାଫଳ ଘୋଷଣା କରାଯାଇଛି । ଯାହାର ପ୍ରଥମ ପୁରସ୍କାର 70 ଲକ୍ଷ ଟଙ୍କା ରହିଥିବା ବେଳେ ଦ୍ବିତୀୟ ପୁରସ୍କାର ବିଜେତାଙ୍କୁ 5 ଲକ୍ଷ ଟଙ୍କା ଘୋଷଣା କରାଯାଇଛି । ସେହିପରି ତୃତୀୟ ପୁରସ୍କାର ମୂଲ୍ୟ 1 ଲକ୍ଷ ଟଙ୍କା ରହିଛି । ଅନ୍ୟପଟେ ସାନ୍ତ୍ବନାମୂଳକ ପୁରସ୍କାର 8,000 ଟଙ୍କା ରଖାଯାଇଛି ।

ଅଫିସିଆଲ ରେଜଲ୍ଟ keralalottery.com ରେ ଉପଲବ୍ଧ ହୋଇଛି | ଫଳାଫଳର ଲାଇଭ୍ ଷ୍ଟ୍ରିମିଂ ଅପରାହ୍ନ 3 ଟାରୁ ଆରମ୍ଭ ହୋଇଥିଲା | ଗୋଟିଏ ଟିକେଟ୍ ମୂଲ୍ୟ 40 ଟଙ୍କା ହୋଇଥିବାବେଳେ ସମ୍ପୂର୍ଣ୍ଣ ଟିକେକ ବୁକ୍‌ର ମୂଲ୍ୟ 750 ଟଙ୍କା ରଖାଯାଇଥିଲା । ଯଦି ପୁରସ୍କାର ରାଶି 5000 ରୁ କମ୍ ତେବେ ବିଜେତାମାନେ କେରଳର ଯେକୌଣସି ଲଟେରୀ ଦୋକାନରୁ ଏହି ଟଙ୍କା ଦାବି କରିପାରିବେ । ଯଦି ଜିତିଥିବା ରାଶି 5000 ରୁ ଅଧିକ, ବିଜେତାମାନଙ୍କୁ ଆଇଡି ପ୍ରୁଫ୍ ସହିତ ବ୍ୟାଙ୍କ କିମ୍ବା ସରକାରୀ ଲଟେରୀ କାର୍ଯ୍ୟାଳୟ ଆଗରେ ଟିକେଟ୍ ଦାଖଲ କରି ଅର୍ଥ ରାଶି ନେଇ ପାରିବେ ।

କୋରୋନା ମହାମାରୀ କାରଣରୁ କେରଳ ରାଜ୍ୟ ଲଟେରୀ ବିଭାଗ ଫଳାଫଳ ଡ୍ରକୁ ମାର୍ଚ୍ଚ 22 ରୁ ମାର୍ଚ୍ଚ 31, 2020 ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା । ବର୍ତ୍ତମାନ ଏହି ଡ୍ର ଗୁଡିକ ଜୁନ୍ 2 ରୁ 26 ପର୍ଯ୍ୟନ୍ତ ଚାଲୁରହିଥିଲା । କେରଳ ଅକ୍ଷୟ ଲଟେରୀ AK 456 ଅନୁଯାୟୀ ଦୈନିକ 7 ଏବଂ ଏକାଧିକ ବମ୍ପର ଡ୍ର ହେଉଛି । ରାଜ୍ୟ ସରକାର ଚାରୋଟି ଫେଷ୍ଟିଭାଲ୍ ବମ୍ପର ଡ୍ର ଆୟୋଜନ କରିଛନ୍ତି - ଓନାମ, ଭିଷୁ, ଖ୍ରୀଷ୍ଟମାସ ଏବଂ ପୂଜା / ଦଶହରା ସମୟରେ ଏହା ଆୟୋଜିତ ହୋଇଥାଏ । ସେହିପରି ଦୁଇଟି ଋତୁ ଅନୁଯାୟୀ ଜ୍ୟାକପଟ ମଧ୍ୟ ରହିଛି । ଏହା ସିଜନାଲ ଓ ସମର ବମ୍ପର ନାମରେ ରଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.