ETV Bharat / bharat

କେରଳ ସାମ୍ବାଦିକ ମୃତ୍ୟୁ ଘଟଣା: ରିମାଣ୍ଡରେ ଗଲେ ଅଭିଯୁକ୍ତ ଆଇଏଏସ୍‌ ଅଫିସର

ଏକ ସଡକ ଦୁର୍ଘଟଣାରେ କେରଳ ସାମ୍ବାଦିକଙ୍କ ମୃତ୍ୟୁ ହେବା ପରେ ତେଜିବାରେ ଲାଗିଛି ବିବାଦ । ତେବେ ଘଟଣାରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ ସାମ୍ବାଦିକଙ୍କ ହତ୍ୟା ଉଦ୍ୟମ ଅଭିଯୋଗରେ ଶ୍ରୀରାମଙ୍କୁ ରିମାଣ୍ଡରେ ନେଇଛି ପୋଲିସ ।

ଫଟୋ ସୌଜନ୍ୟ: ବ୍ୟୁରୋ, ଇଟିଭି ଭାରତ
author img

By

Published : Aug 4, 2019, 4:22 PM IST

ତ୍ରିଭେନ୍ଦ୍ରମ: ବିବାଦ ଘେରରେ ଫସିଛନ୍ତି କେରଳର ଆଇଏଏସ୍‌ ଅଫିସର ଶ୍ରୀରାମ ଭେଙ୍କଟରମଣ । ଏକ ସଡକ ଦୁର୍ଘଟଣାରେ ସାମ୍ବାଦିକଙ୍କ ମୃତ୍ୟୁ ହେବା ପରେ ତେଜିବାରେ ଲାଗିଛି ବିବାଦ । ତେବେ ଘଟଣାରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ ସାମ୍ବାଦିକଙ୍କ ହତ୍ୟା ଉଦ୍ୟମ ଅଭିଯୋଗରେ ଶ୍ରୀରାମଙ୍କୁ ରିମାଣ୍ଡରେ ନେଇଛି ପୋଲିସ ।

ଘଟଣାର ତଦନ୍ତ ଆରମ୍ଭ କରାଯାଇ ପ୍ରଥମେ ଶ୍ରୀରାମଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଛି । ଏହା ଟେଷ୍ଟ ଦ୍ବାରା ଦୁର୍ଘଟଣା ସମୟରେ ଶ୍ରୀରାମ ନିଶାସକ୍ତ ଥିଲେ କି ନାହିଁ ତାହା ଜଣା ପଡିବ । ତେଣୁ ଏହି ରିପୋର୍ଟ ଉପରେ ବର୍ତ୍ତମାନ ସଭିଙ୍କ ନଜର । ତେଣେ ରକ୍ତ ପରୀକ୍ଷାର ରିପୋର୍ଟ ସୋମବାର ଆସିବା ନେଇ ଜଣାପଡିଛି ।

ଭିଡିଓ ସୌଜନ୍ୟ: ବ୍ୟୁରୋ, ଇଟିଭି ଭାରତ

ବର୍ତ୍ତମାନ ସାଧାରଣରେ ଚର୍ଚ୍ଚା ହେଉଛି କି ଦୁର୍ଘଟଣାର ତୁରନ୍ତ ପରେ ରକ୍ତ ନମୂନା ସଂଗ୍ରହ କରାଯିବା ବଦଳରେ ଏତେ ବିଳମ୍ବରେ କାହିଁକି ସଂଗ୍ରହ କରାଯାଇଛି । ଏହାଦ୍ବାରା ରିପୋର୍ଟ ପରିବର୍ତ୍ତନ ହେବାର ସମ୍ଭାବନା ମଧ୍ୟ ଦେଖାଦେଇଛି । ଏଥିସହ ଡ୍ରଗ ସେବନ କରି ଶରୀରରେ ଆଲକହଲର ପରିମାଣ କମାଇବାକୁ ଶ୍ରୀରାମ ଚେଷ୍ଟା କରିଥିବା ମଧ୍ୟ ସନ୍ଦେହ କରାଯାଉଛି । ତେଣୁ ଆଇଏଏସ୍‌ ଅଫିସରଙ୍କୁ ବଞ୍ଚାଇବାକୁ ଚେଷ୍ଟା କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଲୋକେ ।

ଅନ୍ୟପଟେ ଅଖିଳ ଭାରତୀୟ ସେବା ନିୟମ ଅନୁଯାୟୀ ଆଇଏଏସ୍‌ ଅଫିସରଙ୍କୁ ରିମାଣ୍ଡରେ ନିଆଯିବାର 48 ଘଣ୍ଟା ମଧ୍ୟରେ ତାଙ୍କୁ ଚାକିରୀରୁ ବରଖାସ୍ତ କରାଯିବା ଦରକାର । ହେଲେ ଏନେଇ ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେଣେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀରାମଙ୍କୁ ମେଡିକାଲ କଲେଜ କିମ୍ବା ସବ୍‌-ଜେଲ ପଠାଯିବା ସେନେଇ ନିଷ୍ପତ୍ତି ନିଆଯିବ ।

Intro:Body:

Trivandrum: IAS officer Sriram Venkitaraman's blood test results for murder of journalist will be given only tomorrow.

Blood tests were conducted following the discovery that Sriram Venkitaraman had been drinking at the time of the accident. But instead of checking the blood sample immediately after the accident, the blood test was delayed for hours. If the test results indicate that he was under the influence of alcohol, the police will file additional charges against him.

Meanwhile, delays in blood transfusions are likely to set the tone for the case. It has also been suggested that the body may be less likely to detect alcohol. It is also suspected that Sriram took the drug to reduce his alcohol intake. The FIR in the case has not yet been released.

Sriram, who was undergoing treatment at a private hospital, will be shifted to a medical college or a sub-jail. According to the All India Service Rule, the officer has to be suspended from service within 48 hours if the court remands him. However, the order of the chief secretary has not been issued yet.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.