ETV Bharat / bharat

ମେଟ୍ରୋ ସେବା ପୁନଃ ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କୁ ଅପିଲ କଲେ କେଜ୍ରିୱାଲ

author img

By

Published : Aug 24, 2020, 7:38 AM IST

କୋରୋନକୁ ନିୟନ୍ତ୍ରଣ କରିପାରିଥିବା ଦିଲ୍ଲୀ ଏବେ ଆର୍ଥିକ ବ୍ୟବସ୍ଥା ସଜାଡିବାକୁ ପ୍ରୟାସ କରୁଛି । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମେଟ୍ରୋ ସେବା ଆରମ୍ଭ କରିବାକୁ କେନ୍ଦ୍ରକୁ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ...

ମେଟ୍ରୋ ସେବା ପୁନଃ ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କୁ ଅପିଲ କଲେ କେଜ୍ରିୱାଲ
ମେଟ୍ରୋ ସେବା ପୁନଃ ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କୁ ଅପିଲ କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦେଶରେ ଅନଲକର ତୃତୀୟ ପର୍ଯ୍ୟାୟ ଜାରି ରହିଛି । ଏହି ପ୍ରକ୍ରିୟାରେ ଅନେକ କଟକଣାକୁ ମୁକ୍ତ କରାଯାଇଛି । ସ୍ବାଭାବିକ ହୋଇନଥିଲେ ମଧ୍ୟ ଟ୍ରେନ ଚଳାଚଳ ଆରମ୍ଭ ହେବା ସହ ବସ ମଧ୍ୟ ଗଡିବା ଆରମ୍ଭ କରିଛି । ଏପରି ସ୍ଥିତିରେ ଦିଲ୍ଲୀ ମଧ୍ୟରେ ପୁନଃ ମେଟ୍ରୋ ସେବା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି ।

କୋରୋନାକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିବା ଦିଲ୍ଲୀରେ ଏବେ ପର୍ଯ୍ୟାୟ କ୍ରମେ ମେଟ୍ରୋ ଖୋଲିବାକୁ କେନ୍ଦ୍ରକୁ ଅନୁମତି ମାଗିଛି । ରବିବାର କେଜ୍ରିୱାଲ କହିଛନ୍ତି, ଆମେ ମେଟ୍ରୋ ସେବା ପୁଣି ଥରେ ଆରମ୍ଭ କରିବାକୁ ଚାହୁଁଛୁ । ଆମେ ଚାହୁଁ ନାହୁଁ ଯେ, ଏହି ସେବା ଜାତୀୟ ରାଜଧାନୀ ଅଞ୍ଚଳରେ ଆରମ୍ଭ କରାଯାଉ, କିନ୍ତୁ ସେମାନଙ୍କୁ ଦିଲ୍ଲୀରେ ପର୍ଯ୍ୟାୟକ୍ରମେ ପୁନଃ ଆରମ୍ଭ କରାଯାଉ।

କେଜ୍ରିୱାଲ କହିଛନ୍ତି, ଲୋକଙ୍କ ସୁବିଧା ନେଇ ବାରମ୍ବାର କେନ୍ଦ୍ର ସରକାରଙ୍କ ଠାରେ ଏହି ଦାବି ଉପସ୍ଥାପନା କରିଆସିଛୁ। ଆଶା ରଖିଛୁ ଏଥର କେନ୍ଦ୍ର ସରକାର ତୁରନ୍ତ ନିଷ୍ପତ୍ତି ନେବେ ।ମାର୍ଚ୍ଚ 22 ରେ କୋରୋନା ସଂକ୍ରମଣ ପାଇଁ ମେଟ୍ରୋ ସେବା ଉପରେ ରୋକ ଲଗାଯାଇଥିଲା । ସେପଟେ, ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଆର୍ଥିକ ପରିସ୍ଥିତିକୁ କିପରି ସମାଧାନ କରାଯିବ ସେନେଇ ବ୍ୟବସାୟୀଙ୍କଠାରୁ ପରାମର୍ଶ ଲୋଡିଛନ୍ତି।

କୋଭିଡ ପାଇଁ ରାଜ୍ୟ ତଥା ଦେଶର ଅର୍ଥନୀତି ଅତ୍ୟନ୍ତ ଖରାପ ଅବସ୍ଥାରେ ଅଛି । ଚାକିରି ଓ ଅନେକ ଜୀବିକା ହରାଇ କଷ୍ଟଦାୟ ପର୍ଯ୍ୟାୟରେ ଗତି କରୁଛନ୍ତି । ଦିଲ୍ଲୀ ସରକାର ବିଗତ 5 ବର୍ଷର ଅନେକ ସଫଳତା ହାସଲ କରିଛି । ଏଥର ମଧ୍ୟ ଏହି ସମସ୍ୟାକୁ ଦୂର କରିବାକୁ ଚେଷ୍ଟା କରିବ ବୋଲି ସିଏମ କହିଛନ୍ତି ।ଦିଲ୍ଲୀରେ ଭ୍ୟାଟକୁ କେବଳ ସରଳୀକୃତ କରାଯାଇ ନାହିଁ, ବରଂ ଅନେକ ଉତ୍ପାଦ ଉପରେ ସିଧାସଳଖ 12 ପ୍ରତିଶତରୁ 5 ପ୍ରତିଶତକୁ ହ୍ରାସ କରାଯାଇଛି । କୌଣସି ଚାପ ବିନା ଏହାର କରାଯାଇଛି ବୋଲି କେଜ୍ରିୱାଲ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.