ETV Bharat / bharat

ଆଜିଠୁ ପୁଣି ଖୋଲିବ ଦିଲ୍ଲୀ: କୋରୋନା ସହ ବଞ୍ଚିବାକୁ ପଡିବ, କହିଲେ କେଜ୍ରିୱାଲ୍

author img

By

Published : May 4, 2020, 8:38 AM IST

ରାଜଧାନୀରେ ଦିଲ୍ଲୀରେ ଆଜିଠାରୁ କଣ୍ଟେନମେଣ୍ଟ ଜୋନ୍ ଛାଡି ବାକି ଅଞ୍ଚଳକୁ ଆରାମ ଦିଆଯିବ । କେନ୍ଦ୍ର ନିର୍ଦ୍ଦେଶନାମା ଅନୁଯାୟୀ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ।

Kejriwal
ଆଜିଠୁ ପୁଣି ଖୋଲିବ ଦିଲ୍ଲୀ

ନୂଆଦିଲ୍ଲୀ: ଆଜି ଠାରୁ ଆରମ୍ଭ ହେଉଛି ଲକଡାଉନର ତୃତୀୟ ପର୍ଯ୍ୟାୟ । ଦିଲ୍ଲୀରେ ଆଜିଠାରୁ କଣ୍ଟେନମେଣ୍ଟ ଜୋନ୍ ଛାଡି ବାକି ଅଞ୍ଚଳକୁ ଆରାମ ଦିଆଯିବ । କେନ୍ଦ୍ର ନିର୍ଦ୍ଦେଶନାମା ଅନୁଯାୟୀ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ।

ସେ କହିଛନ୍ତି,‘ ଦିଲ୍ଲୀକୁ ପୁଣି ଖୋଲିବାର ସମୟ ଆସିଯାଇଛି । କୋରୋନା ସହ ବଞ୍ଚିବାକୁ ପଡିବ ଓ ଏଥିପାଇଁ ପ୍ରସ୍ତୁତ ରହିବାକୁ ପଡିବ’। ଗୋଟିଏ ଦିନରେ ଦିଲ୍ଲୀରେ ସର୍ବାଧିକ କୋରୋନା ସଂକ୍ରମଣ ଦେଖିବାକୁ ମିଳିଛି । ପ୍ରାୟ 427ଜଣ ନୂଆ ମାମଲା ପରେ ରାଜ୍ୟରେ ବର୍ତ୍ତମାନ 4 ହଜାର 549ଜଣ ସଂକ୍ରମିତ । ଦିଲ୍ଲୀର ସମସ୍ତ 11 ଜିଲ୍ଲାକୁ ରେଡ୍ ଜୋନ୍ ଓ ହଟସ୍ପଟ ଘୋଷଣା କରାଯାଇଛି ।

ଅନ୍ୟ ଏକ ବିବୃତିରେ ସେ କହିଛନ୍ତି, ରାଜ୍ୟ ସରକାର କେନ୍ଦ୍ରର ଗାଇଡଲାଇନ୍ ଅନୁସାରେ କିଛି କ୍ଷେତ୍ରରେ ଆଶ୍ବସ୍ତି ଦେବ । ସମସ୍ତ ସରକାରୀ ଓ ବେସରକାରୀ ଅଫିସ୍ ଖୋଲିବ । ମାତ୍ର ବସ୍, ମେଟ୍ରୋ, ବିମାନ ସେବା ବନ୍ଦ ରହିବ । ସମସ୍ତ ଅତ୍ୟାବଶ୍ୟକ ସେବାକୁ ଆରମ୍ଭ କରାଯିବ ସହ ବେସରକାରୀ କାର୍ଯ୍ୟାଳୟ ଗୁଡିକ 33 ପ୍ରତିଶତ କାର୍ଯ୍ୟକ୍ଷମ ହେବ । ଇ-କମର୍ସ ପୋର୍ଟାଲ ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ବିତରଣ ଜାରି ରହିବ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଘରୋଇ ସହାୟତା, ପ୍ଲମ୍ବର ଏବଂ ଅନ୍ୟାନ୍ୟ ଟେକ୍ନିସିଆନଙ୍କ ଭଳି ସ୍ବୟଂ ନିଯୁକ୍ତ ବ୍ୟକ୍ତିଙ୍କୁ ସୋମବାର ଠାରୁ ଅନୁମତି ଦିଆଯିବ । ଆବାସିକ ଅଞ୍ଚଳରେ ସ୍ବତନ୍ତ୍ର ଦୋକାନ ମଧ୍ୟ ଖୋଲିବାକୁ ଅନୁମତି ଦିଆଯିବ।

ମଲ୍, ବଜାର ସ୍ଥାନ, ପୂଜାପାଠ ସ୍ଥାନ, ଜିମନାସିୟମ୍, ବିଦ୍ୟାଳୟ, କୋଚିଂ ସେଣ୍ଟର ଏବଂ ଶିକ୍ଷାନୁଷ୍ଠାନ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ବନ୍ଦ ରହିବ । ବିବାହ କାର୍ଯ୍ୟ ପାଇଁ ସୀମା ନିର୍ଦ୍ଧାରଣ କରାଯାଇଛି । ଯେଉଁଥିରେ ବର୍ତ୍ତମାନ 50 ଜଣ ଯୋଗ ଦେଇପାରିବେ ଏବଂ ଅନ୍ତିମ ସଂସ୍କାରରେ 20 ଜଣ ଯୋଗ ଦେଇପାରିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.