ETV Bharat / bharat

ପ୍ରବାସୀଙ୍କୁ ଯେଉଁଠାରେ ଅଛନ୍ତି ସେଠାରେ ରହିବାକୁ ନିବେଦନ କଲେ କେଜ୍ରିୱାଲ

ଦେଶବ୍ୟାପୀ ଲକଡାଉନ ଘୋଷଣା ହେବା ପରେ ହଜାର ହଜାର ଲୋକ ଯେଉଁଭଳି ସ୍ଥାନାନ୍ତର ହେଉଛନ୍ତି ଏଥିରେ ସଂକ୍ରମଣର ମାତ୍ରା ବଢିବାର ଆଶଙ୍କା ରହିଛି । ସେଥିପାଇଁ କେଜ୍ରିୱାଲ ପ୍ରବାସୀଙ୍କୁ ଯେଉଁଠାରେ ଅଛନ୍ତି ସେଠାରେ ରହିବାକୁ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ...

Kejriwal appeals to stop migrating people
ପ୍ରବାସୀଙ୍କୁ ଯେଉଁଠାରେ ଅଛନ୍ତି ସେଠାରେ ରହିବାକୁ ନିବେଦନ: କେଜ୍ରିୱାଲ
author img

By

Published : Mar 29, 2020, 11:53 AM IST

ନୂଆଦିଲ୍ଲୀ: ଦେଶରେ କୋରୋନାକୁ ନେଇ ହାହାକାର ପରିସ୍ଥିତି । କୋରୋନା ପାଇଁ ସବୁକିଛି ଠପ ହୋଇ ସାରିଲାଣି । ତେବେ ଏହି ସଂକ୍ରମଣକୁ ରୋକିବା ପାଇଁ ପରସ୍ପର ଠାରୁ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ଯାଏଁ ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି । କିନ୍ତୁ ଏହି ଲକଡାଉନ ଘୋଷଣା ପରେ ମଧ୍ୟ ଏହାକୁ ଫୁ କରି ଉଡ଼ାଇ ଦେଉଛନ୍ତି ଜନସାଧାରଣ । ଲକଡାଉନ ପରେ ଦୋକାନ ବଜାର ଅଫିସ ସବୁ ବନ୍ଦ ହୋଇଯିବାରୁ ହଜାର ହଜାର ଲୋକ ଯେଉଁଭଳି ସ୍ଥାନାନ୍ତର ହେଉଛନ୍ତି ଏଥିରେ ସଂକ୍ରମଣର ମାତ୍ରା ବଢିବାର ଆଶଙ୍କା ରହିଛି ।

Kejriwal appeals to stop migrating people
ପ୍ରବାସୀଙ୍କୁ ଯେଉଁଠାରେ ଅଛନ୍ତି ସେଠାରେ ରହିବାକୁ ନିବେଦନ: କେଜ୍ରିୱାଲ

ଏପଟେ ଲକଡାଉନ କାରଣରୁ ପ୍ରବାସୀ ଶ୍ରମିକମାନେ ନିଜ ନିଜ ଘରକୁ ଯିବାକୁ ଆଗ୍ରହୀ । ଫଳରେ ଶନିବାର ରାତିରେ ଦିଲ୍ଲୀ ଆନନ୍ଦ ବିହାର ବସଷ୍ଟାଣ୍ଡରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରବାସୀଙ୍କୁ ଯେଉଁଠାରେ ଅଛନ୍ତି ସେଠାରେ ରହିବାକୁ ନିବେଦନ କରିଛନ୍ତି । କାରଣ ଏପରି ଭିଡରେ କୋରୋନା ହେବାର ଅଧିକ ସମ୍ଭାବନା ସହ ତୁମ ମାଧ୍ୟମରେ ମଧ୍ୟ ତୁମ ଗାଁ ଏବଂ ପରିବାରରେ କୋରୋନା ପହଞ୍ଚିବ । ଏହା ପରେ ଦେଶକୁ ଏହି ମହାମାରୀରୁ ରକ୍ଷା କରିବା କଷ୍ଟସାଧ୍ୟ ହୋଇପଡିବ । ଆବେଦନ ଶେଷରେ କେଜ୍ରିୱାଲ କହିଛନ୍ତି ଯେ,‘ ମୁଁ ଆପଣଙ୍କୁ ନିଶ୍ଚିତ କରୁଛି ଦିଲ୍ଲୀ ସରକାର ଆପଣଙ୍କ ରହିବା ଏବଂ ଖାଦ୍ୟ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଛନ୍ତି । ଆପଣଙ୍କ ଗାଁକୁ ନ ଯିବା ଦେଶର ହିତରେ ଅଛି ’।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.