ETV Bharat / bharat

ଲକଡାଉନ ଟିପ୍ସ: ଶାରୀରିକ ସହିତ ମାନସିକ ସୁସ୍ଥତା ଜରୁରୀ

ସୁଖନିଦ୍ରା ଯାଆନ୍ତୁ । କର୍ମବ୍ୟସ୍ତ ଜୀବନରୁ ଫୁରସତ ପାଇଛନ୍ତି । ଯଥେଷ୍ଟ ନିଦ୍ରା ଯାଆନ୍ତୁ । ଅଧିକ କିମ୍ବା କମ ନୁହେଁ । ଅଧିକ ପଢନ୍ତୁ...

ଲକଡାଉନ ଟିପ୍ସ: ଶାରୀରିକ ସହିତ ମାନସିକ ସୁସ୍ଥତା ଜରୁରୀ
ଲକଡାଉନ ଟିପ୍ସ: ଶାରୀରିକ ସହିତ ମାନସିକ ସୁସ୍ଥତା ଜରୁରୀ
author img

By

Published : Apr 10, 2020, 8:36 PM IST

ହାଇଦ୍ରାବାଦ: ବର୍ତ୍ତମାନ ଲକଡାଉନ ଯୋଗୁଁ ସମସ୍ତେ ଘରେ ରହିଛନ୍ତି । ଏହି ସମୟରେ କିପରି ଘରେ ଶାରୀରିକ ଭାବେ ଫିଟ ରହିବେ ସେନେଇ ସମସ୍ତେ ଟିପ୍ସ ଦେଉଛନ୍ତି । ଆମେ ମଧ୍ୟ ଘରେ ସମୟ କାଟିବା ଉପରେ ଅନେକ ଟିପ୍ସ ଦେଇଛୁ । ତେବେ ଏବେ ସବୁଠାରୁ ବଡ କଥା ହେଉଛି ଶାରୀରିକ ସହ ମାନସିକ ଭାବେ ଫିଟ ରହିବା । ବିଶେଷ କରି ଘରୁ କାମ କରୁଥିବା ଲୋକଙ୍କୁ ଏହା ନିଶ୍ଚିତ ଦରକାର । କାରଣ ଅଫିସର ଚାପ ଓ ପରିବାରର କୋଳାହଳ ମଧ୍ୟରେ ମାନସିକ ଭାବେ ଶାନ୍ତି ରହି କାମ କରିବା ଜରୁରୀ ।

ଘର କାମରେ ସ୍ତ୍ରୀ ଲୋକଙ୍କୁ ସାହାଯ୍ୟ କରନ୍ତୁ । ସେମାନଙ୍କ ଉପରେ କୌଣସି କାମର ବୋଝ ଲଦାନ୍ତୁ ନାହିଁ । ପରସ୍ପର ସହ ମିଳିମିଶି କାମ କରିବା ଦ୍ବାରା ସମ୍ପର୍କର ଏକ ନୂଆ ଦିଗ ଦେଖିବାକୁ ପାଇବେ । ଉଭୟ ପରସ୍ପରକୁ ଅଧିକ ଚିହ୍ନିବେ ଏବଂ ବୁଝିବେ । ଏପରି କରି ଦେଖନ୍ତୁ ମନରେ ନିଶ୍ଚିତ ଏକ ଶାନ୍ତି ଭାବ ଆସିବ । ସେହିପରି ଆପଣଙ୍କୁ ଯାହା ପସନ୍ଦ ତାହା କରନ୍ତୁ । ଗୀତ, ନାଚ, ଡ୍ରଇଁ, ରାନ୍ଧିବା, ଖେଳିବା, ଘର ସଜାଇବା ଯାହା ଇଚ୍ଛା କରନ୍ତୁ । ଯଦି ଅଫିସ କାମରେ ବ୍ୟସ୍ତ ରହି ନିଜ ଜୀବନର କୌଣସି ସଉକ ଛାଡି ଦେଇଛନ୍ତି ତେବେ ଏହି ସମୟରେ ପୁରା କରନ୍ତୁ ।

ଦିନ ସାରା ଆପଣଙ୍କ ପାଖରେ ସମୟ ଥିଲେ ବି ସମସ୍ତ କାର୍ଯ୍ୟର ଏକ ସିଡ୍ୟୁଲ ବନାନ୍ତୁ । ଯାହା କରିବେ ତାହାର ଏକ ତାଲିକା କରି ସମୟ ସ୍ଥିର କରନ୍ତୁ । କେଉଁ କାମ କେତେବେଳେ କରିବେ, ଏପରିକି ତାହା ନିଜ ସଉକ ହୋଇଥିଲେ ମଧ୍ୟ, ଏକ ସମୟ ବାହାର କରନ୍ତୁ । ସେହି ଅନୁସାରେ ସବୁ କାମ କରନ୍ତୁ । ସକାଳେ ଯୋଗ, ବ୍ୟାୟାମ ଏବଂ ଅପରାହ୍ନରେ ଘର ସଜାଇବା, କୁକିଂ ଆଉ ସନ୍ଧ୍ୟାରେ ପରିବାର ସହ ସମୟ ବିତାଇବା । ଏଭଳି ଭାବେ ଦିନକୁ ଭାଗ ଭାଗ କରିଦିଅନ୍ତୁ । ଦେଖିବେ ସାରା ଦିନ ଆପଣଙ୍କୁ ବ୍ୟସ୍ତମୟ ଲାଗିବ । ଅଫିସ କାମ କରୁଥିଲେ ମଝିରେ ମଝିରେ ଏପରି ତାଲିକା ଅନୁସାରେ ବ୍ରେକ ନିଅନ୍ତୁ । ଦେଖିବେ ଭଲ ଲାଗିବ । କାରଣ ସାଧାରଣତଃ ଅଫିସରେ ଏପରି ବ୍ରେକ ଆପଣଙ୍କୁ ମିଳିନଥାଏ ।

ମାନସିକ ଶାନ୍ତି ପାଇଁ ସବୁଠୁ ଉତ୍ତମ ଉପାୟ ହେଉଛି ବହି ପଢା । ପ୍ରସିଦ୍ଧ ଲେଖକଙ୍କ ଉପନ୍ୟାସ ଓ ଗଳ୍ପ ପଢନ୍ତୁ । ପ୍ରେରଣାଦାୟୀ, ରୋମାଣ୍ଟିକ, ସଙ୍ଘର୍ଷମୟ କାହାଣୀ ପଢନ୍ତୁ । ଏପରି କାହାଣୀ ପଢନ୍ତୁ ଯାହା ଭଲ ଲାଗିବା ସହ ଖୁସି ଓ ପ୍ରେରଣା ଦେବ । ଭୟଭୀତ, ଆତଙ୍କିତ କିମ୍ବା ଥ୍ରିଲର କରିବା ଭଳି କାହାଣୀଠୁ ଦୂରେଇ ରହିବା ଭଲ । ଘର ସହ ନିଜ ଚାରିପାଖ ସବୁବେଳେ ସଫା ରଖନ୍ତୁ । ପରିଷ୍କାର ପରିବେଶ ସବୁବେଳେ ସକରାତ୍ମକ ଚିନ୍ତାଧାରା ସୃଷ୍ଟି କରିଥାଏ । ନୂଆ ନୂଆ ଚିନ୍ତା ମନକୁ ଆସିଥାଏ । ପୁରୁଣା ଫଟୋ ଦେଖନ୍ତୁ ଏବଂ ସ୍ମୃତିକୁ ପୁନଃମନ୍ଥନ କରନ୍ତୁ । କିଛି ବିତିଯାଇଥିବା ସମୟ ବେଳେବେଳେ ଅନେକ ଖୁସି ଦେଇଥାଏ । ପୁରୁଣା ଫଟୋରୁ କିଛି ପ୍ରେରଣା ମିଳିଥାଏ । ନିଜ ପୂର୍ବ ରୂପ ଓ କାମ ଆମକୁ ଅନେକ ସମୟରେ ଆଗକୁ ବଢିବାରେ ସାହାଯ୍ୟ କରିଥାଏ ।

ଏବେ ଆପଣ କହିପାରିବେ ନାହିଁ ଯେ ମୋ ପାଖେ ଯୋଗ ପାଇଁ ସମୟ ନାହିଁ । ସାଧାରଣତଃ ଏପରି କହି ଅନେକ ସମୟରେ ଆମେ ଏହାଠୁ ଦୂରେଇ ଯାଇଥାଉ । ହେଲେ ଏହାର ଉପକାର ଆପଣ ଏବେ ଜାଣିପାରିବେ । ପର୍ଯ୍ୟାପ୍ତ ସମୟ ଅଛି । ଏହାର ଉପଯୋଗ କରନ୍ତୁ । ସମୟର ବାଧ୍ୟ ନାହିଁ । ସକାଳେ କିମ୍ବା ସନ୍ଧ୍ୟାବେଳେ ଆପଣଙ୍କ ଇଚ୍ଛାନୁସାରେ ଯୋଗ କରନ୍ତୁ । ଏହାସହ ନିଜକୁ ପରିବାର କିମ୍ବା ପତ୍ନୀ ଅବା ସାଙ୍ଗସାଥୀଙ୍କ ଆଗରେ ପ୍ରକାଶ କରନ୍ତୁ । ରାଗ, ଦ୍ବେଷ, ଚାପ, ଉତ୍ସାହିତ ଯାହା ବି ମନ ଭିତରେ ଅଛି ସବୁପ୍ରକାଶ କରିଦିଅନ୍ତୁ । ଆପଣଙ୍କୁ ଯାହା ସମସ୍ୟାରେ ପକାଉଛି ତାହା ମନ ଭିତରେ ରଖନ୍ତୁ ନାହିଁ । ନିଜ ଲୋକଙ୍କ ଆଗରେ କହି ଦିଅନ୍ତୁ । ମାନସିକ ଭାବେ ଶାନ୍ତି ରହିବାର ଏହା ଶ୍ରେଷ୍ଠ ଉପାୟ ।

ସୁଖନିଦ୍ରା ଯାଆନ୍ତୁ । କର୍ମବ୍ୟସ୍ତ ଜୀବନରୁ ଫୁରସତ ପାଇଛନ୍ତି । ଯଥେଷ୍ଟ ନିଦ୍ରା ଯାଆନ୍ତୁ । ଅଧିକ କିମ୍ବା କମ ନୁହେଁ । ଶରୀରକୁ ଯେତିକି ଆବଶ୍ୟକ ସେତିକି ନିଦ୍ରା ନିଅନ୍ତୁ । ନୂଆ ନୂଆ କାହାଣୀ ଦେଖନ୍ତୁ । ଅନଲାଇନରେ ଏବେ ସବୁପ୍ରକାର ଷ୍ଟୋରୀ ଉପଲବ୍ଧ ଅଛି । ଭାବନ୍ତୁନି ଏସବୁ କେବଳ ଯୁବପିଢି ପାଇଁ, କିଛି ଆପଣଙ୍କ ପାଇଁ ମଧ୍ୟ । ଚେଷ୍ଟା କରି ଦେଖନ୍ତୁ ଭଲ ଲାଗିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.