ETV Bharat / bharat

ଲକଡାଉନ 2.0: ଘରୁ କାମ କରିବାବେଳେ ପିଲାଙ୍କୁ ରଖନ୍ତୁ ବ୍ୟସ୍ତ

author img

By

Published : Apr 21, 2020, 6:42 AM IST

କଲର ବ୍ଲକିଂ ଏକ ଚତ୍ମକାର ଉପାୟ । ପିଲା ରଙ୍ଗକୁ ବହୁତ ପସନ୍ଦ କରନ୍ତି ଏବଂ ଯେବେ ସେମାନେ ନିଜେ ଏହାକୁ ବ୍ୟବହାର କରିବେ ଖୁବ ଉତ୍ସାହର ସହ ଏହି କାମ କରିପାରିବେ । ଅଧିକ ପଢନ୍ତୁ...

ଲକଡାଉନ 2.0: ଘରୁ କାମ କରିବାବେଳେ ପିଲାଙ୍କୁ ରଖନ୍ତୁ ବ୍ୟସ୍ତ
ଲକଡାଉନ 2.0: ଘରୁ କାମ କରିବାବେଳେ ପିଲାଙ୍କୁ ରଖନ୍ତୁ ବ୍ୟସ୍ତ

ହାଇଦ୍ରାବାଦ: ଲକଡାଉନର ଅବଧି ପୁଣି ଘୋଷଣା ହୋଇଛି । ଏପ୍ରିଲ 14ରୁ ଏହାକୁ ଆଉ 3 ସପ୍ତାହ ବଢାଯାଇଛି । ପୁଣି ମେ 3 ଯାଏଁ ଘରେ ସମସ୍ତେ ନଜରବନ୍ଦୀ । ତେବେ ଏହି ସମୟରେ ସବୁ ଲୋକ ତ ନିଶ୍ଚୟ ଅସୁବିଧା ଭୋଗିବେ । ହେଲେ ଯାହାର ଟେନସନ ଅଧିକ ବଢିବ ସେମାନେ ହେଉଛନ୍ତି ବାପା ଓ ମାଆ ।

ଘରେ ପିଲାଙ୍କୁ ପୁଣି 18 ଦିନ ସମ୍ଭାଳିବା କାଠିକର ପାଠ ହୋଇଯିବ । ବିଶେଷ କରି ଯେଉଁମାନେ ଘରୁ କାମ କରୁଥିବେ ସେମାନଙ୍କ ପାଇଁ ଏହି ସମସ୍ୟା ଅଧିକ । କାମରେ ଅସୁବିଧା ହେଲେ ଅଫିସ ଚାପ ସେପଟେ ପିଲାଙ୍କ ଉପରେ ନଜର ନରଖିଲେ ଘର କାମର ଟେନସନ । ଏପରି ସମୟରେ ଅଭିଭାବକଙ୍କ ପାଇଁ ଆମେ କିଛି ଟିପ୍ସ ନେଇ ଆସିଛୁ । ଏହାକୁ ଆପଣାଇ ସେମାନେ ନିଜ ପିଲାଙ୍କୁ କିଛି କ୍ରିଏଟିଭିଟିରେ ବ୍ୟସ୍ତ ରଖିପାରିବେ ଏବଂ ନିଜ କାମ ସୁରୁଖୁରୁରେ କରିପାରିବେ ।

କଲର ବ୍ଲକିଂ ଏକ ଚତ୍ମକାର ଉପାୟ । ପିଲା ରଙ୍ଗକୁ ବହୁତ ପସନ୍ଦ କରନ୍ତି ଏବଂ ଯେବେ ସେମାନେ ନିଜେ ଏହାକୁ ବ୍ୟବହାର କରିବେ ଖୁବ ଉତ୍ସାହର ସହ ଏହି କାମ କରିପାରିବେ । ପିଲାଙ୍କ ପାଇଁ ଘରର କୌଣସି ଏକ କାନ୍ଥର କିଛି ଭାଗ ଛାଡିଦିଅନ୍ତୁ । ଆଉ ଏଠାରେ ସେମାନଙ୍କୁ ବିଭିନ୍ନ ପ୍ରକାର ରଙ୍ଗ ଲଗାଇବାକୁ କହନ୍ତୁ । ତେବେ ପ୍ରଥମେ ତାଙ୍କୁ ଏପରି ଶିଖାନ୍ତୁ ଯେପରି ସେମାନେ ଏକ ନିର୍ଦ୍ଦିଷ୍ଟ କୌଶଳରେ ଏହା ଲଗାଇବେ । ଅର୍ଥାତ ଯାହା ତାହା ନ ବୋଳି ସୁନ୍ଦର ଦେଖାଯିବା ଭଳି ସେମାନେ କଲର କରିବେ । କାରଣ ପିଲାଙ୍କୁ ରଙ୍ଗ ବହୁତ ପସନ୍ଦ ଏବଂ ଥରେ ଏଥିରେ ଲାଗିଲେ ସେମାନେ ପୁରା ଘର ଅପରିଷ୍କାର କରିପାରନ୍ତି ।

ତେଣୁ ସେମାନଙ୍କୁ ପ୍ରଥମେ ଶିଖାଇ ପରେ ଏହା କରିବାକୁ କହନ୍ତୁ । ଦେଖିବେ ସେମାନେ ଏଥିରେ ବ୍ୟସ୍ତ ରହିବେ ଏବଂ ଆପଣଙ୍କ ଘର କାନ୍ଥକୁ ଏକ ନୂଆ ସାଜସଜ୍ଜା ମିଳିଯିବ । ଏବେ ବିଭିନ୍ନ ୱାସେବଲ ପେଣ୍ଟ ମିଳୁଛି । ଆପଣ ଏହାକୁ କିଣି ପିଲାଙ୍କୁ ଦେଇପାରିବେ । ଏହା କାନ୍ଥକୁ ଏକ ନୂଆ ରୂପ ଦିଏ । ଯଦି ପିଲାର ଆର୍ଟ ପ୍ରତି ଆଗ୍ରହ ଅଛି ତେବେ ଆପଣଙ୍କ ଚିନ୍ତା ଦୂର ହେଲା ଜାଣନ୍ତୁ । କାରଣ ଆପଣଙ୍କ ପିଲାର ଆଗ୍ରହ ଆପଣଙ୍କ କାନ୍ଥରେ ଏକ ନୂଆ ୱାଲ ଆର୍ଟ ବନାଇଦେବ । ଯାହା ଦେଖିବାକୁ ଖୁବ୍ ଭଲ ଲାଗିବ ।

ଏହାସହ ପିଲାଙ୍କୁ କିଛି ଶିକ୍ଷଣୀୟ କଥା କୁହନ୍ତୁ । ଯେପରି କାନ୍ଥରେ ମହାକାଶର ଚିତ୍ର ଆଙ୍କିବା ଅବା କୌଣସି ପକ୍ଷୀ କିମ୍ବା ପ୍ରାକୃତିକ ଦୃଶ୍ୟ ଆଙ୍କିବାକୁ କୁହନ୍ତୁ । ଫଳରେ ଏହା ପିଲାର ବୌଦ୍ଧିକ ବିକାଶ ସହ ବିଭିନ୍ନ ଜିନିଷରେ ଆଗ୍ରହ ବଢାଇବ । ଥରେ ଏହି କାମରେ ଲାଗିଗଲେ ଏହା ସାରିବାକୁ ଅନେକ ସମୟ ଲାଗିବ । ଫଳରେ ଏହା ଭିତରେ ଆପଣ ବିଭିନ୍ନ କାମ ସାରିପାରିବେ । ସେହିପରି ଚିତ୍ର ଆଙ୍କିବାବେଳେ ବିଭିନ୍ନ ବିଷୟରେ ଜାଣିବାର ଜିଜ୍ଞାସା ପିଲାଙ୍କ ଜ୍ଞାନ ମଧ୍ୟ ବଢାଇବ । ସେମାନେ ଅଧିକ ଆଗ୍ରହ ସହକାରେ ଏହି କାମ କରିବେ ଏବଂ ଆପଣଙ୍କୁ କୌଣସି ପ୍ରକାର ଅସୁବିଧା କରିବେ ନାହିଁ । କାରଣ ଏସବୁ ନୂଆ ଜିନିଷରେ ଏବେ ପିଲାଙ୍କର ଅଧିକ ଆଗ୍ରହ ଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.