ETV Bharat / bharat

କାଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲା: 6 ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ - pathancourt

ବହୁଚର୍ଚ୍ଚିତ କାଠୁଆ ଗଣଦୁଷ୍କର୍ମ ମାମଲାରେ କୋର୍ଟଙ୍କ ରାୟ ଶୁଣାଣି ହୋଇଛି ।

ପ୍ରତୀକାତ୍ମକ ଫଟୋ
author img

By

Published : Jun 10, 2019, 1:21 PM IST

Updated : Jun 10, 2019, 2:23 PM IST

ହାଇଦ୍ରାବାଦ: ଜାମ୍ମୁକାଶ୍ମୀରର ବହୁଚର୍ଚ୍ଚିତ କାଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ 6 ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ କରିଛନ୍ତି ପଠାନକୋଟର ଏକ ଅଦାଲତ । ଏ ଘଟଣାରେ ଜଡିତ ଥିବା ମୋଟ 7 ଜଣ ଅଭିଯୁକ୍ତଙ୍କ ମଧ୍ୟରୁ 6 ଜଣଙ୍କୁ ଦୋଷୀସାବ୍ୟସ୍ତ କରାଯାଇଛି । ସେମାନେ ହେଉଛନ୍ତି ଗାଁ ମୁଖିଆ ସାଞ୍ଜି ରାମ, ଦୁଇ ପୋଲିସ ଏସପିଓ ଦୀପକ ଖଜୁରିୟା ଏବଂ ସୁରେନ୍ଦ୍ର ବର୍ମା, ହେଡ କନେଷ୍ଟବଳ ତିଲକ ରାଜ, ଆନନ୍ଦ ଦତ୍ତ ଏବଂ ପରବେଶ କୁମାର ।

ଏହି ଦୁଷ୍କର୍ମ ମାମଲାରେ ମୁଖିଆ ସାଞ୍ଜି ରାମଙ୍କ ପୁଅ ବିଶାଲକୁ ଅଦାଲତ ଦୋଷମୁକ୍ତ କରିଛନ୍ତି । ଗତବର୍ଷ ଜାନୁଆରୀ 10 ତାରିଖରେ ଏକ ମୁସଲିମ ଜନଜାତିର ଜଣେ ଆଠ ବର୍ଷୀୟ ନାବାଳିକାକୁ ଅପହରଣ କରି ନିଆଯିବା ପରେ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ଉଠିଥିଲା । ଶେଷର ପ୍ରମାଣ ନଷ୍ଟ କରିବାକୁ ଯାଇ ସମ୍ପୃକ୍ତ ନାବାଳିକାକୁ ହତ୍ୟା କରାଯାଇଥିଲା ।

ଏ ମାମଲାର ବିଚାର ପ୍ରଥମେ ଗତବର୍ଷ ଏପ୍ରିଲରେ ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଜୁନ 3 ତାରିଖରେ ଏହାର ବିଚାର ଶେଷ ହୋଇଥିଲା । ମୋଟ 8ଜଣ ଅଭିଯୁକ୍ତ ଏ ଘଟଣାରେ ଜଡିତ ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ହୋଇଥିବାରୁ ତାହାର ବୟସ ସମ୍ପର୍କିତ ବିଚାର ଜାମ୍ମୁକାଶ୍ମୀର ହାଇକୋର୍ଟରେ କରାଯିବ ।

ପ୍ରଥମେ ଏ ଘଟଣାରେ ପୋଲିସ ଗାଁ ମୁଖିଆ ସାଞ୍ଜି ରାମ୍, ତାଙ୍କ ପୁଅ ବିଶାଲ୍ ଏବଂ ପୁଅର ସାଙ୍ଗ ତଥା ସମ୍ପର୍କୀୟ ଆନନ୍ଦ, ଦୁଇ ପୋଲିସ ଏସପିଓ ଦୀପକ ଖଜୁରିଆ ଏବଂ ସୁରେନ୍ଦ୍ର ବର୍ମାଙ୍କୁ ଗିରଫ କରାଯାଇଥିଲା। ହେଡ କନେଷ୍ଟବଳ ତିଲକ ରାଜ ଏବଂ ସବ ଇନିସପେକ୍ଟର ଆନନ୍ଦ ଦତ୍ତ ଗାଁ ମୁଖିଆଙ୍କ ଠାରୁ 4 ଲକ୍ଷ ଟଙ୍କା ନେଇ ପ୍ରମାଣ ନଷ୍ଟ କରିବାର ଅଭିଯୋଗ ହୋଇଥିଲା । ପରେ ସେମାନଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।

Last Updated : Jun 10, 2019, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.