ଶ୍ରୀନଗର: କାଶ୍ମୀରକୁ ଇସଲାମିକ ଆତଙ୍କବାଦ କବଳରୁ ମୁକ୍ତ କରିବାକୁ ବିଦେଶୀ ରାଷ୍ଟ୍ରଦୂତଙ୍କ ନିକଟରେ ଗୁହାରୀ କରିଛନ୍ତି କାଶ୍ମୀର ପଣ୍ଡିତ। ଜମ୍ମୁ-କାଶ୍ମୀରୁ ଧାରା 370 ଉଚ୍ଛେଦ ହେବା ପରେ ଏଠାକାର ସ୍ଥିତି ସମୀକ୍ଷା ପାଇଁ ପହଞ୍ଚିଥିବା 15ଟି ଦେଶର ରାଷ୍ଟ୍ରଦୂତ ଶୁକ୍ରବାର କାଶ୍ମୀର ପଣ୍ଡିତଙ୍କ ପ୍ରତିନିଧିଙ୍କ ସହ ସାକ୍ଷାତ କରିଥିଲେ। ଏହି ସମୟରେ କାଶ୍ମୀର ପଣ୍ଡିତ କାଶ୍ମୀର ଘାଟିକୁ ଇସଲାମିକ ଆତଙ୍କବାଦରୁ ମୁକ୍ତ କରିବାକୁ ବିଦେଶୀ ରାଷ୍ଟ୍ରଦୂତଙ୍କୁ ଅନୁରୋଧ କରିବା ସହ ଏ ସମ୍ବନ୍ଧୀୟ ପ୍ଲାକାର୍ଡ ମଧ୍ୟ ଦେଖାଇଛନ୍ତି।
ଦୁଇ ଦିନିଆ ଜମ୍ମୁ-କାଶ୍ମୀର ଗସ୍ତରେ ଆସିଥିବା 15 ଜଣିଆ ବିଦେଶୀ ରାଷ୍ଟ୍ରଦୂତଙ୍କ ଗସ୍ତର ଅନ୍ତିମ ଦିନରେ ଅର୍ଥାତ ଶୁକ୍ରବାର ବିସ୍ତାପିତ କାଶ୍ମୀର ପଣ୍ଡିତଙ୍କୁ ସାକ୍ଷାତ କରିଥିଲେ । ଏହି ସମୟରେ ରାସ୍ତାରେ କିଛି କାଶ୍ମୀର ପଣ୍ଡିତ ହାତରେ ପୋଷ୍ଟର ଧରି ଠିଆ ହୋଇଥିଲେ। ଯେଉଁଥିରେ କାଶ୍ମୀରକୁ ଇସଲାମିକ ଆତଙ୍କବାଦରୁ ମୁକ୍ତ କରାଯାଉ ବୋଲି ଲେଖା ହୋଇଥିଲା।
ବିଦେଶୀ ରାଷ୍ଟ୍ରଦୂତଙ୍କ ଏହି ପ୍ରତିନିଧିମଣ୍ଡଳୀ ଆଜି ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀ ଏବଂ ରାଜନେତାଙ୍କ ସହ ଆଲୋଚନା କରିଛନ୍ତି। ଉପତ୍ୟକାର ସ୍ଥିତି କେମିତି ରହିଛି, ସେ ବିଷୟରେ ସେମାନଙ୍କଠାରୁ ଅବଗତ ହୋଇଛନ୍ତି କାଶ୍ମୀର ଗସ୍ତରେ ଆସିଛନ୍ତି ବିଦେଶୀ ରାଷ୍ଟ୍ରଦୂତ।