ETV Bharat / bharat

କାଶ୍ମୀର ଯୁବକଙ୍କ ସହ ସମ୍ପର୍କ ରଖିଥିଲେ ପୁଲୱାମା ଆକ୍ରମଣକାରୀ - national

ଆତଙ୍କୀ ସଙ୍ଗଠନ ପକ୍ଷରୁ କାଶ୍ମୀର ଯୁବକଙ୍କ ସହ ଲଗାତାର ଭାବେ ଯୋଗାଯୋଗ ରଖାଯାଉଛି। ଭାରତରେ ଆଗକୁ କିଛି ବଡ ଧରଣର ଆକ୍ରମଣ ପାଇଁ ଯୋଜନା ଚାଲିଥିଲା ବୋଲି ପୋଲିସ ସୂଚନା ପାଇଛି।

ଫାଇଲ ଫଟୋ
author img

By

Published : Mar 1, 2019, 1:21 PM IST

ଲକ୍ଷ୍ନୌ: ପୁଲୱାମା ଆକ୍ରମଣର ପ୍ଲାନ କରିଥିବା ଷଡଯନ୍ତ୍ରକାରୀ କେତେ ଭୟଙ୍କର ଥିଲେ ତାହାର ଏକ ପ୍ରମାଣ ନିକଟରେ ମିଳିଛି। ଏହି ଆକ୍ରମଣ ପାଇଁ ସେମାନେ ଅନେକ ଆଗରୁ ପ୍ରସ୍ତୁତି କରିଥିଲେ। ଏହାସହ ଆକ୍ରମଣକାରୀ ଅନେକ କାଶ୍ମୀର ଯୁବକଙ୍କ ସହାୟତା ମଧ୍ୟ ନେଇଥିଲେ ।

ଗତ ରବିବାର ଉତ୍ତର ପ୍ରଦେଶର ସାହାରଣପୁରରୁ ଦୁଇ ଜଣ କାଶ୍ମୀର ଯୁବକ ୟୁପି ଆଣ୍ଟି-ଟେରୋରିଷ୍ଟ ସ୍କ୍ୱାଡ ଦ୍ୱାରା ଗିରଫ ହୋଇଥିଲେ। ଏମାନଙ୍କୁ ପଚରାଉଚୁରା କରିବା ସମୟରେ ଏହା ବିଷୟରେ ଜଣାପଡିଥିଲା। ଏହି ଯୁବକ ଦ୍ୱୟ ସ୍ୱୀକାର କରିଥିଲେ ଯେ ପୁଲୱାମା ଆଟାକର ମାଷ୍ଟରମାଇଣ୍ଡ ଅବଦୁଲ ରଶିଦ ଗାଜି ସେମାନଙ୍କ ସହ ସମ୍ପର୍କରେ ଥିଲା। ଏହାସହ ଆତଙ୍କୀ ସଙ୍ଗଠନ ଜେଇଏମର ଅନେକ ଟପ କମାଣ୍ଡର ଏମାନଙ୍କୁ ସଙ୍ଗଠନରେ ମିଶିବା ପାଇଁ ଅଫର ଦେଇଥିଲେ।

ଏପରିକି ଏମାନଙ୍କ ମୋବାଇଲରୁ କିଛି ସନ୍ଦେହଜନକ ବାର୍ତ୍ତା ମଧ୍ୟ ପୋଲିସ ହାତରେ ଲାଗିଥିଲା। ଏଥିରେ ଏମାନଙ୍କୁ ଆହୁରି ଅନେକ ବଡ ଆକ୍ରମଣ ପାଇଁ ଯୋଜନା ଚାଲିଥିବାର ମେସେଜ ଆସିଥିଲା। ଏହାସହ ଏମାନଙ୍କୁ ଆତଙ୍କୀ ସଙ୍ଗଠନର କିଛି ବଡ ନେତା ସଙ୍ଗଠନରେ ମିଶିବା ପାଇଁ ଅଫର କରିଥିଲେ ବୋଲି ଯୁବକ ଦୁଇ ଜଣ ସ୍ୱୀକାର କରିଛନ୍ତି । ପୋଲିସ ଏମାନଙ୍କୁ 4 ଘଣ୍ଟା ଧରି ଜେରା କରିଥିଲେ । ଗତ 18 ମାସ ହେଲା ଏମାନେ ଜେଇଏମ ସଙ୍ଗଠନ ସହ ସଂସ୍ପର୍ଶରେ ଅଛନ୍ତି ବୋଲି ପୋଲିସ ସୂଚନା ଦେଇଛି।

ଆତଙ୍କୀ ସଙ୍ଗଠନ ପକ୍ଷରୁ ଏମାନଙ୍କ ସହ ଲଗାତାର ଭାବେ ଯୋଗାଯୋଗ ରଖାଯାଉଥିଲା । ଭାରତରେ ଆଗକୁ କିଛି ବଡ ଧରଣର ଆକ୍ରମଣ ପାଇଁ ଯୋଜନା ଚାଲିଥିଲା ବୋଲି ପୋଲିସ ସୂଚନା ପାଇଛି। ଯୁବକ ଦ୍ୱୟ ପୋଲିସ ପାଖରେ ସ୍ୱୀକାର କରିଥିଲେ ଯେ ସେମାନଙ୍କୁ ମୋବାଇଲରେ ଆତଙ୍କୀ ସଙ୍ଗଠନର ସଦସ୍ୟ ବିଭିନ୍ନ ଅଫର ଦେଉଥିଲେ। ସେମାନେ ମଧ୍ୟ ଏଥିରେ ଯୋଗ ଦେବେ ବୋଲି ସ୍ଥିର ହୋଇସାରିଥିଲା। ତେବେ ପୋଲିସ ଦ୍ୱାରା ଗିରଫ ହେବା ପରେ ଏଥିରେ ବାଧା ସୃଷ୍ଟି ହୋଇଥିଲା।

undefined

Intro:Body:

ଦୃଢମନା କରୀନା !

ମୁମ୍ବାଇ: ସାଇଜ ଜିରୋରୁ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିବା ବି-ଟାଉନର ବେବୋ କରୀନା କପୁର ଖାନ ଖୁବ୍ ଶୀଘ୍ର ଅକ୍ଷୟ କୁମାରଙ୍କ ସହ 'ଗୁଡନ୍ୟୁଜ' ନେଇ ପରଦାରେ ଫେରିବାକୁ ଯାଉଛନ୍ତି । ବର୍ତ୍ତମାନ  କରୀନାଙ୍କ ପାଖରେ ଦୁଇଟି ବଡ ବଜେଟ ଫିଲ୍ମ ଏବଂ ଅନେକ ବିଜ୍ଞାପନ ରହିଛି ।

କରୀନାଙ୍କ ଅନୁଯାୟୀ ସେ କେବଳ ନିଜର ନିଷ୍ପତ୍ତି ଜରିଆରେ ସଫଳ ସ୍ଥାନ ପାଇପାରିଛନ୍ତି । ଏକ ସାକ୍ଷାତକାରରେ କରୀନା କହିଥିଲେ କି ଇଣ୍ଡଷ୍ଟ୍ରିରେ ନିଜ ଯାତ୍ରା ଆରମ୍ଭ କରିଥିଲେ, ସେହି ସମୟରେ ସେ କୌଣସି ବ୍ଲୁପ୍ରିଣ୍ଟ ତିଆରି କରିନଥିଲେ । ସେ ବହୁତ କମ ବୟସରେ କାମ ଆରମ୍ଭ କରିଦେଇଥିଲେ । କିନ୍ତୁ ନିଜ ନିଷ୍ପତ୍ତି ବଳରେ ସେ ଆଜି ସଫଳ ହୋଇପାରିଛନ୍ତି ।

ସେ ସବୁବେଳେ ନିଜେ ଚୟନ କରିଥିବା ଜିନିଷ ବିଷୟରେ ଭାବିଥାଆନ୍ତି । ତେବେ ତାହା ଫିଲ୍ମ, ବ୍ରାଣ୍ଡ ପ୍ରଚାର ଏବଂ ସାମାଜିକ କାର୍ଯ୍ୟ ହୋଇ ଯେଉଁଥିରେ ମଧ୍ୟ ସେ ସମ୍ପୃକ୍ତ ହୋଇଥିଲେ, ସେହି ସବୁର ନିଷ୍ପତ୍ତି କେବଳ ସେ ହିଁ ନେଇଥିଲେ ।

ସେ ଆହୁରି କହିଛନ୍ତି କି ଏଯାବତ ସେ ଯାହା ମଧ୍ୟ ହାସିଲ କରିଛନ୍ତି, ମନୋରଞ୍ଜନରେ ଯେପରି ତାଙ୍କ କ୍ୟାରିୟର ଆକାର ନେଇଛି । ଏସବୁ ତାଙ୍କ ଆତ୍ମବିଶ୍ବାସ ଜରିଆରେ ସମ୍ଭବ ହୋଇପାରିଛି । ସେ ନିଜ ସଫଳତା ଏବଂ ସଂଘର୍ଷ ପାଇଁ ନା କାହାକୁ ଶ୍ରେୟ ଦେବେ ନା କାହା ଉପରେ ଅଭିଯୋଗ ଲଗାଇବେ । କିନ୍ତୁ ସେ ନିଜ ଭିତର ଅଭିନୟ ବାହାରକୁ ଆଣିବା ପାଇଁ କେବଳ ନିର୍ଦ୍ଦେଶକଙ୍କୁ ଶ୍ରେୟ ଦେବେ ।

ସେ ସବୁବେଳେ କହିଆସୁଛନ୍ତି କି ସେ ନିର୍ଦ୍ଦେଶକଙ୍କର ଅଭିନେତ୍ରୀ । ତାଙ୍କୁ ଫିଲ୍ମରେ ଭଲ ଅଭିନୟର ଶ୍ରେୟ ଦେବାକୁ ହେଲେ ତେବେ ସେ ନିର୍ଦ୍ଦେଶକଙ୍କୁ ହିଁ ଦେବେ । କାରଣ ତାଙ୍କ ଭିତର କଳାକାରକୁ ବାହାରକୁ ଆଣିଛନ୍ତି ସେହିମାନେ ।

ପ୍ରକାଶ ଥାଉକି 'ଚମେଲୀ', 'ଓମକାର', 'କଭି ଖୁସି କଭି ଗମ' ଏବଂ 'ଉଡତା ପଞ୍ଜାବ' ଭଳି ଶାନଦାର ଫିଲ୍ମରେ ଅଭିନୟ କରିସାରିଥିବା କରୀନାଙ୍କୁ ସ୍ବାସ୍ଥ ଇମ୍ୟୁନାଇଜଡ ଇଣ୍ଡିଆ କ୍ୟାମ୍ପେନର ଆମ୍ବସଡର କରାଯାଇଛି । ଯାହାର ଉଦ୍ଦେଶ୍ୟ ପିଲାଙ୍କ ଟିକାକରଣ ବିଷୟରେ ଜାଗରତ କରାଇବା । 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.