ଜମ୍ମୁ: ଗତ 3 ମାସ ଶୀତଛୁଟି ପରେ ଆଜି(ସୋମବାର) କାଶ୍ମୀରରେ ଖୋଲିଛି ସମସ୍ତ ବିଦ୍ୟାଳୟ । ଧାରା 370 ଉଚ୍ଛେଦ ପରେ ପର୍ଯ୍ୟାୟ କ୍ରମେ କାଶ୍ମୀରରେ ପୁଣି ସ୍କୁଲ ଗୁଡିକୁ ଖୋଲାଯାଉଛି । ମାତ୍ର ସ୍କୁଲରେ ଉପସ୍ଥାପନା କମ୍ ରହୁଥିବାର ଦେଖିବାକୁ ମିଳୁଛି ।
କାଶ୍ମୀରର ଶିକ୍ଷା ନିର୍ଦ୍ଦେଶକ ମହମ୍ମଦ ୟୁନିସ୍ ମଲ୍ଲିକ କହିଛନ୍ତି,‘ସ୍କୁଲ ଖୋଲିବା ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ଶ୍ରୀନଗର ନଗରପାଳିକ ମଧ୍ୟରେ ଆସୁଥିବା ସ୍କୁଲର ସମୟ ଦିନ 10ଟାରୁ ଅପରାହ୍ନ 3ଟା ଯାଏଁ ଓ ଅନ୍ୟ ଅଞ୍ଚଳରେ ସମୟ ଦିନ 10ଟା 30 ମିନିଟରୁ ଅପରାହ୍ନ 3ଟା 30 ମିନିଟ ରହିଛି’।
ଗତ 6 ମାସ ମଧ୍ୟରେ ଅନେକ ଛାତ୍ରଙ୍କ ସ୍କୁଲ ଆସିବା ବନ୍ଦ ହୋଇଯାଇଛି । କାଶ୍ମୀରେ ଯୋଗାଯୋଗର ସମସ୍ୟା ଫଳରେ ଶିକ୍ଷାରେ ମଧ୍ୟ ଏହାର ପ୍ରଭାବ ପଡିଛି । ଗତ ବର୍ଷ ଅଗଷ୍ଟ 5ରେ ଧାରା 370କୁ ଉଚ୍ଛେଦ କରାଯାଇଥିଲା ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ