ETV Bharat / bharat

ମେହବୁବାଙ୍କ ନାମ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ଝିଅ

ମେହବୁବାଙ୍କ ନାମ ବଦଳାଇ ସେ ମେହବୁବା ସୈୟଦ ରଖିବାକୁ ଚାହୁଁଛନ୍ତି । ଏନେଇ ସେ ଏକ ସ୍ଥାନୀୟ ଖବରକାଗଜରେ ପ୍ରକାଶ କରିଛନ୍ତି।

author img

By

Published : Aug 23, 2020, 3:51 PM IST

ମେହବୁବାଙ୍କ ନାମ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ଝିଅ
ମେହବୁବାଙ୍କ ନାମ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ଝିଅ

ଶ୍ରୀନଗର: ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ସାନ ଝିଅ ପାସପୋର୍ଟରେ ତାଙ୍କ ମା ମେହବୁବା ମୁଫତିଙ୍କ ନାମ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ମେହବୁବାଙ୍କ ନାମ ବଦଳାଇ ସେ ମେହବୁବା ସୈୟଦ ରଖିବାକୁ ଚାହୁଁଛନ୍ତି । ଏନେଇ ସେ ଏକ ସ୍ଥାନୀୟ ଖବରକାଗଜରେ ପ୍ରକାଶ କରିଛନ୍ତି।

ମେହବୁବାଙ୍କ ଝିଅ ଇରାତିକା ଜାଭେଦ ନୋଟିସ୍‌ରେ କହିଛନ୍ତି, 'ମୁଁ ଶ୍ରୀନଗର, କାଶ୍ମୀର 190001, ଫେୟାରଭ୍ୟୁ ହାଉସ୍ ବାସିନ୍ଦା ଜାଭେଦ୍ ଇକବାଲ୍ ଶାହାଙ୍କ ଝିଅ ଇରାଟିକା ଜାଭେଦ୍ । ମୁଁ ନିଜ ପାସପୋର୍ଟରେ ମାଙ୍କ ନାମ ପରିବର୍ତ୍ତନ କରି ମେହବୁବା ସୈୟଦ ନାମରେ ନାମିତ କରିବାକୁ ଚାହୁଁଛି। ଯଦି ଏଥିରେ କାହାର କିଛି ଆପତ୍ତି ଥାଏ, ତେବେ ସାତ ଦିନ ମଧ୍ୟରେ ସମ୍ପୃକ୍ତ ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ। '

ସୂଚନାଯୋଗ୍ୟ ଯେ, ମେହବୁବାଙ୍କର ଦୁଇଟି ଝିଅ ଅଛନ୍ତି - ଇଲତିଜା ଏବଂ ଇରାତିକା । ବଡ ଝିଅ ତାଙ୍କ ମାଆଙ୍କ ପଥ ଅନୁସରଣ କରି ମୁଫତି ସରନେମ ଗ୍ରହଣ କରିଥିବାବେଳେ ସାନ ଝିଅ ତାଙ୍କ ପିତାଙ୍କ ସରନେମ ଗ୍ରହଣ କରିଛନ୍ତି । ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରଠାରୁ ମେହବୁବା ମୁଫତିଙ୍କୁ ଗୃହବନ୍ଦୀ ଭାବରେ ରଖାଯାଇଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.