ମୁମ୍ବାଇ: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ କଂଗ୍ରେସ ପ୍ରତିନିଧି ଦଳ ବ୍ରିଟେନ ସାଂସଦଙ୍କୁ ଭେଟିବାକୁ ନେଇ ଜୋର ଧରିଲା ରାଜନୀତି । ଏନେଇ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଘେରିଛି ବିଜେପି ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହ ଏନେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିବା ସହ ଦେଶ ଭିତରର କଥା ବିଦେଶ ନେତାଙ୍କ ସହ ଆଲୋଚନା କରି କଂଗ୍ରେସ କି ବାର୍ତ୍ତା ଦେବାକୁ ଚାହୁଁଛି ବୋଲି ପ୍ରଶ୍ନ କରିଛନ୍ତି । ମହାରାଷ୍ଟ୍ରର ଏକ ନିର୍ବାଚନୀ ରାଲିରେ ଉଦବୋଧନ ଦେବା ଅବସରରେ ସେ ଏପରି କହିଛନ୍ତି । ଓଭରସିଜ୍ କଂଗ୍ରେସ ମୁଖ୍ୟ କମଲ ଧାଲିୱାଲ ବ୍ରିଟେନର ଲେବର ପାର୍ଟି ସାଂସଦ ଜେରେମି କୋର୍ବିନ୍ଙ୍କୁ ଭେଟି କଶ୍ମୀର ପ୍ରସଙ୍ଗରେ ଆଲୋଚନା କରିଥିଲେ।