ETV Bharat / bharat

ବିଜେପି ନେତାଙ୍କ ହତ୍ୟା ପଛରେ ଲସ୍କରର ହାତ, ସେନା ଟାର୍ଗେଟରେ 3 ଆତଙ୍କବାଦୀ - କାଶ୍ମୀର ଆତଙ୍କବାଦୀ ଆକ୍ରମଣ

ଗୁଲଗାମରେ 3 ବିଜେପି ନେତାଙ୍କ ହତ୍ୟା ଘଟଣାରେ ନିଜକୁ ଦାୟୀ କରିଛି ଆତଙ୍କବାଦୀ ସଂଗଠନ ଲସ୍କର । ବର୍ତ୍ତମାନ ଏହି ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଚଳାଇଛନ୍ତି ଭାରତୀୟ ସୁରକ୍ଷାବାହୀନି । ଅଧିକ ପଢନ୍ତୁ...

ବିଜେପି ନେତାଙ୍କ ହତ୍ୟା ପଛରେ ଲସ୍କରର ହାତ, ସେନା ଟାର୍ଗେରେ 3 ଆତଙ୍କବାଦୀ

author img

By

Published : Oct 30, 2020, 4:37 PM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କୁଲଗାମରେ 3 ବିଜେପି ନେତାଙ୍କ ହତ୍ୟା ଘଟଣାରେ ନିଜକୁ ଦାୟୀ କରିଛି ଆତଙ୍କବାଦୀ ସଂଗଠନ ଲସ୍କର । ବର୍ତ୍ତମାନ ଏହି ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଚଳାଇଛନ୍ତି ଭାରତୀୟ ସୁରକ୍ଷାବାହୀନି ।

ଲସ୍କରର 3 ଆତଙ୍କବାଦୀ ଏବେ ଭାରତୀୟ ସେନାର ଟାର୍ଗେଟରେ ଥିବା ଜଣାପଡିଛି । ସମ୍ପୂର୍ଣ୍ଣ ମାମଲାରେ ଜାମ୍ମୁ ଓ କାଶ୍ମୀର ପୋଲିସ ଆଇଜି କହିଛନ୍ତି, ଅଗଷ୍ଟ 5 ପୂର୍ବରୁ ଭାରତୀୟ ସେନାର ଟିମ 16ରୁ 19 ଜଣଙ୍କ ଲିଷ୍ଟ ପ୍ରସ୍ତୁତ କରିଥିଲା । ଏମାନଙ୍କୁ ଭିନ୍ନ ଭିନ୍ନ ହୋଟେଲରେ ରଖାଯାଇଥିଲା । ଏମାନଙ୍କ ମଧ୍ୟରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଫିଦା ହୁସେନ ମଧ୍ୟ ସାମିଲ ଥିଲେ । ହେଲେ କିଛି ଦିନ ପୂର୍ବରୁ ସେ ଘରକୁ ଚାଲିଯାଇଥିବା କହିଛନ୍ତି କାଶ୍ମୀର ଆଇଜି ।

ଜମ୍ମୁ ଓ କାଶ୍ମୀର ଆଇଜିଙ୍କ କହିବା ଅନୁଯାୟୀ ଏହି ଘଟଣାକୁ ଦେଖି ଏପରି ଲାଗୁଛି ଯେ ଆତଙ୍କବାଦୀମାନଙ୍କୁ ଜଣାଥିଲା କି ବିଜେପି ନେତା ଏଠାକୁ ଆସିବେ ବୋଲି । ପ୍ରଥମେ ବିଜେପି ନେତାଙ୍କ ଗାଡିକୁ ପିଛା କରାଯିବା ପରେ ଗୁଳି ଚଳାଇଥିଲେ ଆତଙ୍କବାଦୀ ।

ଗୁରୁବାର ଦକ୍ଷିଣ କାଶ୍ମୀର କାଜିଗୁନ୍ଦ ଅଞ୍ଚଳର ୱାଇକେ ପୁରାରେ ଜଣେ ବିଜେପି ନେତାଙ୍କ ସମେତ 3 ଜଣ କର୍ମୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ । ମୃତ ବିଜେପି ନେତା ଫିଦା ହୁସେନ ଇତ୍ତୁ ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଥିଲେ । ସୂଚନା ଅନୁଯାୟୀ ଆତଙ୍କବାଦୀ ୱାଇକେ ପୁରାରେ 3 ଜଣଙ୍କ ଉପରକୁ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ବିଜେପି ନେତା ଫିଦା ହୁସେନଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ 2 ଜଣ ଆହତ ହୋଇଥିଲେ । ତେବେ ଆହତଙ୍କୁ ତୁରନ୍ତ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ସେମାନଙ୍କର ବି ମୃତ୍ୟୁ ହୋଇଯାଇଥିଲା । ଘଟଣାକୁ କଡା ନିନ୍ଦା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.