ETV Bharat / bharat

କାଶ୍ମୀରରେ ପ୍ରାୟ 16 ଲକ୍ଷରୁ ଉର୍ଦ୍ଧ୍ବ ବାସିନ୍ଦାଙ୍କୁ ଡୋମିସାଇଲ ସାର୍ଟିଫିକେଟ୍

author img

By

Published : Sep 23, 2020, 4:37 PM IST

କୋରୋନା ସମୟରେ ଚାଲିଛି ସଂସଦ ଅଧିବେଶନ । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିରୋଧୀ ପଚାରୁଥିବା ଲିଖିତ ପ୍ରଶ୍ନର ଉତ୍ତର ଦେଉଛନ୍ତି ସରକାର ।

ଡୋମିସାଇଲ ସାର୍ଟିଫିକେଟ୍
ଡୋମିସାଇଲ ସାର୍ଟିଫିକେଟ୍

ହାଇଦ୍ରାବାଦ: ସମୁଦାୟ 21,13,879 ଜଣ ବ୍ୟକ୍ତି ଜାମ୍ମୁ କାଶ୍ମୀର ସରକାରଙ୍କୁ ଡୋମିସାଇଲ ସାର୍ଟିଫିକେଟ୍(ମୂଳ ବାସିନ୍ଦା ପ୍ରମାଣପତ୍ର) ପାଇଁ ଆବେଦନ କରିଛନ୍ତି। ପ୍ରାପ୍ତ ହୋଇଥିବା ସମସ୍ତ ଆବେଦନ ମଧ୍ୟରୁ 1,21,630 ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଛି । ଏପର୍ଯ୍ୟନ୍ତ 16,79,520 ଡୋମିସାଇଲ୍ ସାର୍ଟିଫିକେଟ୍(ମୂଳ ବାସିନ୍ଦା ପ୍ରମାଣପତ୍ର) ଜାରି କରାଯାଇଛି । ନିୟମ ଅନୁଯାୟୀ କାଶ୍ମୀରୀ ପଣ୍ଡିତମାନଙ୍କୁ ଘରୋଇ ପ୍ରମାଣପତ୍ର ପ୍ରଦାନ କରାଯାଉଛି।

ପ୍ରାଦେଶିକ ପୁନର୍ବାସ ଅଧିକାରୀ (PRO) ଅଧିନରେ ଜାମ୍ମୁ କାଶ୍ମୀର ପରିଚାଳିତ ରେଜିଷ୍ଟ୍ରେସନ୍ ରେକର୍ଡ ଅନୁଯାୟୀ, 1971 ର ଇଣ୍ଡୋ-ପାକ୍ ଯୁଦ୍ଧ ସମୟରେ ଚାମ୍ବ ନିୟାବତ ଅଞ୍ଚଳରୁ ବିସ୍ଥାପିତ ମୋଟ 6565 ପରିବାରଙ୍କୁ ରେଜିଷ୍ଟ୍ରର କରାଯାଇଥିଲା। 1971 ର ବିସ୍ଥାପିତ ପରିବାର ପାଇଁ କୃଷି 4 ଏକର ଜଳସେଚିତ ଜମି କିମ୍ବା 6 ଏକର ଅଣଜଳସେଚିତ ଜମି ବଣ୍ଟନ କରାଯାଇଥିଲା । ଏହାସହ ପ୍ରତିପରିବାରକୁ ନଗଦ 7,500 ଟଙ୍କା ମଧ୍ୟ ଦିଆଯାଉଥିଲା । ବିସ୍ଥାପିତ ପରିବାରଗୁଡିକର ପୁନଃଥଇଥାନ ପ୍ରକ୍ରିୟାକୁ ଚାମ୍ବ ବିସ୍ଥାପିତ ବ୍ୟକ୍ତି ପୁନର୍ବାସ ପ୍ରାଧିକରଣ (CDPRA) ତଦାରଖ କରିଥିଲା ।

1947 ମସିହାରେ ହୋଇଥିବା ଇଣ୍ଡୋ-ପାକ୍ ଯୁଦ୍ଧ ହେତୁ ସମୁଦାୟ 31,619 ପରିବାର ପିଓକେରୁ ବିସ୍ଥାପିତ ହୋଇଥିଲେ । ସେଥିମଧ୍ୟରୁ 26,319 ପରିବାର ପୂର୍ବ ଜାମ୍ମୁ କାଶ୍ମୀରରେ ଅବସ୍ଥାପିତ ହୋଇଥିଲେ। ମୋଟ 5,300 ପରିବାର ପ୍ରଥମେ ଜାମ୍ମୁକାଶ୍ମୀରରେ ଥିଲେ ସୁଦ୍ଧା ବର୍ତ୍ତମାନ ଅନ୍ୟ କେଉଁଆଡେ ଚାଲି ଯାଇଛନ୍ତି ।

1947 ର ବିସ୍ଥାପିତ ପରିବାରଙ୍କ ପାଇଁ ଜାମ୍ମୁ କାଶ୍ମୀର ସରକାର ପ୍ରତି ପରିବାର ପିଛା 4-8 ଏକରରୁ କୃଷି ଜମି ବଣ୍ଟନ କରିଥିଲେ । ଯେଉଁମାନେ ସହରାଞ୍ଚଳରେ ବସବାସ କରିଥିଲେ ସେମାନଙ୍କୁ 3500 ନଗଦ ଟଙ୍କା ଓ କ୍ବାର୍ଟର୍ସ ଦିଆଯାଇଥିଲା । ପିଓକେ ଏବଂ ଚମ୍ବାର ବିସ୍ଥାପିତ ପରିବାରର ଅସୁବିଧାକୁ ଦୂର କରିବା ପାଇଁ ଭାରତ ସରକାର ପ୍ରଧାନମନ୍ତ୍ରୀଙ୍କ ବିକାଶ ପ୍ୟାକେଜ୍-2012 ଅଧୀନରେ ପୁନଃଥଇଥାନ ପ୍ୟାକେଜକୁ 2000 କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ପ୍ୟାକେଜ ଅନୁସାରେ ପ୍ରତି ପରିବାରକୁ ଏକାକାଳୀନ 5.5 ଲକ୍ଷ ଟଙ୍କା ଦେବାର ବ୍ୟବସ୍ଥା ଅଛି । ସେପ୍ଟେମ୍ବର 2019 ରେ ଭାରତ ସରକାର 5,300 ପରିବାର ମଧ୍ୟରୁ PoK ର ବିସ୍ଥାପିତ ପରିବାରକୁ ଅନ୍ତର୍ଭୁକ୍ତ କରିବାକୁ ଅନୁମୋଦନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.