ETV Bharat / bharat

କର୍ଣ୍ଣାଟକ ନାଟକରେ ଟ୍ବିଷ୍ଟ; 8 ବିଧାୟକଙ୍କ ଇସ୍ତଫା ଅବୈଧ - congress

କଂଗ୍ରେସ-ଜେଡିଏସର ଇସ୍ତଫା ଦେଇଥିବା 13 ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ 8 ବିଧାୟକଙ୍କ ଇସ୍ତଫା ଅବୈଧ ଅଟେ । ଏହି ବିଧାୟକଙ୍କୁ ହାଜର ହେବାକୁ ସମୟ ଦେଇଛନ୍ତି ବାଚସ୍ପତି ।

ଫାଇଲ ଫଟୋ
author img

By

Published : Jul 9, 2019, 4:51 PM IST

ବେଙ୍ଗାଲୁରୁ: ରୋମାଞ୍ଚକ ମୋଡ ନେଇଛି କର୍ଣ୍ଣାଟକର ହାଇ ଭୋଲଟେଜ ଡ୍ରାମା । କଂଗ୍ରେସ-ଜେଡିଏସର ଇସ୍ତଫା ଦେଇଥିବା 13 ବିଦ୍ରୋହୀ ବିଧାୟକଙ୍କୁ ମଙ୍ଗଳବାର ଝଟକା ଲାଗିଛି । ବାଚସ୍ପତି କେଆର ରମେଶ କୁମାର ସେମାନଙ୍କ ଇସ୍ତଫା ଆଇନଗତ ନୁହେଁ ବୋଲି କହିଛନ୍ତି । 13 ଜଣଙ୍କ ମଧ୍ୟରୁ 8 ବିଧାୟକଙ୍କ ଇସ୍ତଫା ବେଆଇନ ଅଟେ । ଏହି ବିଧାୟକଙ୍କୁ ହାଜର ହେବାକୁ ସମୟ ଦେଇଛନ୍ତି ବାଚସ୍ପତି ।

ଏନେଇ ସେ ରାଜ୍ୟପାଳ ବଜୁଭାଇ ୱାଲାଙ୍କୁ ଚିଠି ଲେଖିଛନ୍ତି । ସେ କହିଛନ୍ତି, ରାଜ୍ୟରେ ଚାଲିଥିବା ରାଜ୍ୟନୈତିକ ସ୍ଥିତି ସହ ତାଙ୍କର କୌଣସି ସମ୍ବନ୍ଧ ନାହିଁ । ସମ୍ବିଧାନ ଅନୁଯାୟୀ କାର୍ଯ୍ୟ କରିବି । ଏବେ ସୁଦ୍ଧା କେହି ବି ବିଦ୍ରୋହୀ ବିଧାୟକ ତାଙ୍କୁ ଦେଖାକରି ସେମାନଙ୍କ ଇସ୍ତଫା ପତ୍ର ଦେଇନାହାନ୍ତି । 13 ମଧ୍ୟରୁ 8 ବିଧାୟକଙ୍କ ଇସ୍ତଫା ବେଆଇନ ଅଟେ । ବାକି 5 ବିଧାୟକଙ୍କୁ ହାଜର ହେବାକୁ କହିଛି । ସେମାନେ ହାଜର ହେବା ପରେ ତାଙ୍କ ପକ୍ଷ ଶୁଣିବି ଏବଂ ପରେ ନିଷ୍ପତି ନେବି ବୋଲି ସେ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ।

ସେପଟେ ବିଧାୟକଙ୍କ ଇସ୍ତଫା ପରେ ପ୍ରଦେଶରେ ରାଜନୈତିକ ସଙ୍କଟ ଗମ୍ଭୀର ହେବାକୁ ଲାଗିଛି । ପରିସ୍ଥିତିକୁ ସମ୍ଭାଳିବା ପାଇଁ ଉଭୟ ଦଳ ବିଧାୟକଙ୍କ ସହ ବୈଠକ କରୁଛନ୍ତି । ଏହି କ୍ରମରେ ଆଜି କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳର ବୈଠକ ଥିଲା । ଏହି ବୈଠକରେ ସମସ୍ତ ବିଧାୟକଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଥିଲା । କିନ୍ତୁ ଏଥିରେ 21 ବିଧାୟକ ସାମିଲ ନହୋଇଥିବା ଆକଳନ କରାଯାଉଛି ।

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.