ETV Bharat / bharat

ପୋଷ୍ଟ ଅଫିସ ପାଲଟିଛି ପାରା ଓ ଠେକୁଆଙ୍କ ଘର

ଭିନ୍ନ ଏକ ଡାକଘର ଯେଉଁଠି ଅଫିସ୍‌ କାର୍ଯ୍ୟ ସହ ପାରା ଓ ଠେକୁଆ ରହିବା ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ପୋଷ୍ଟ ଅଫିସ୍‌ କର୍ତ୍ତୃପକ୍ଷ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି ।

author img

By

Published : Mar 29, 2019, 12:28 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

ବେଙ୍ଗାଲୁରୁ: ଯୁଗ ବଦଳୁଛି ତାହା ସହ ତାଳ ଦେଇ ଲୋକମାନେ ମଧ୍ୟ ବଦଳୁଛନ୍ତି। ଇଣ୍ଟରନେଟ୍ ଯୁଗରେ ଆଗ ଭଳି ଆଉ ପୋଷ୍ଟ ଅଫିସ୍‌ କାମରେ ଆସୁନି । କିନ୍ତୁ କର୍ଣ୍ଣାଟକରେ ରହିଛି ଏପରି ଏକ ପୋଷ୍ଟ ଅଫିସ୍‌ ଯେଉଁଠିକି ଆପଣ ଥରେ ଗଲେ ବାରମ୍ବାର ଯିବାକୁ ମନ କରିବେ। କାରଣ ଏହି ଡାକ ଘରେ ସରକାରୀ କାର୍ଯ୍ୟ ସହ ବନ୍ୟଜନ୍ତୁଙ୍କ ପାଇଁ ଘର ମଧ୍ୟ କରାଯାଇଛି।

କର୍ଣ୍ଣାଟକରେ ବେଲ୍ଲାରୀ ଡାକଘରେ ଏଭଳି ବ୍ୟବସ୍ଥା କରାଯାଇଛି। ଆପଣ ଯେତେବେଳେ ପୋଷ୍ଟ ଅଫିସ୍‌କୁ କୌଣସି କାମରେ ଯିବେ ସ୍ବାଗତ କରିବାକୁ ଅନାଇ ବସିଥିବେ ପାରା ଓ ଠେକୁଆ ଭଳି ଜୀବଜନ୍ତୁ। ଏହାକୁ ଏକ ଛୋଟ ଅଭୟାରଣ୍ୟ କହିଲେ ଅତୁକ୍ତି ହେବ ନାହିଁ।

ତେବେ 2016 ମସିହାରେ ଡାକଘରର ଅଧିକ୍ଷକ ପ୍ରଥମେ ଡାକଘରକୁ ଦୁଇଟି ପାରା ଆଣିଥିଲେ । ଧିରେ ଧିରେ ପାରା ସଂଖ୍ୟା ବୃଦ୍ଧି ପାଇଛି। ପରେ ପରେ ପାରାଙ୍କ ସହ ଠେକୁଆ ମଧ୍ୟ ଆଣି ରଖିଛନ୍ତି ଡାକଘର କର୍ତ୍ତୃପକ୍ଷ । ଡାକଘରର କର୍ମଚାରୀ କୃଷ୍ଣ ମୂର୍ତ୍ତି ଏହି ଜୀବଜନ୍ତୁଙ୍କୁ ରକ୍ଷଣାବେକ୍ଷଣା କରି ଆସୁଛନ୍ତି । ଡାକଘରକୁ ଆସୁଥିବା ଲୋକେ ଏହି ଜୀବଜନ୍ତୁଙ୍କୁ ଦେଖି ଖୁସି ହୋଇ ବାରମ୍ବାର ଆସୁଥିବା କୁହନ୍ତି ସ୍ଥାନୀୟ ଲୋକେ।

ବ୍ୟସ୍ତ ବହୁଳ ଜୀବନରେ ସମୟ କାଢି ଡାକଘର କର୍ତ୍ତୃପକ୍ଷ କରିଥିବା ଏହି ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଛି । ଧିରେ ଧିରେ ବନ୍ୟଜନ୍ତୁ ଲୋପ ପାଇବାକୁ ବସିଥିବା ବେଳେ ଡାକଘର କର୍ତ୍ତୃପକ୍ଷଙ୍କ ଉଦ୍ୟମ ବେଶ୍ ପ୍ରଶଂସନୀୟ ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.