ବେଙ୍ଗାଲୁରୁ: ହସ୍ପିଟାଲ ଭିତରେ ମାଆ, ବାହାରେ ରାହା ଧରି କାନ୍ଦୁଛି କୁନି ଝିଅ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କର୍ଣ୍ଣାଟକର ଏକ ହସ୍ପିଟାଲ ବାହାରେ। ଆମେ କହୁଛୁ ବର୍ତ୍ତମାନର ସ୍ଥିତିରେ ଆଗଧାଡିର ଯୋଦ୍ଧା ସାଜିଥିବା ନର୍ସ ସୁନନ୍ଦାଙ୍କ କଥା । ସେ 15 ଦିନ ହେବ ଘରକୁ ଯାଇନଥିବାରୁ ମାଆକୁ ଦେଖିବାକୁ ହସ୍ପିଟାଲକୁ ଆସିଥିଲା କୁନିଝିଅଟି ।
ବାପାଙ୍କ ସହ ଜିଦ କରି ମାକୁ ଭେଟିବା ପାଇଁ ଧାଇଁଆସିଥିଲା ଝିଅ। କିନ୍ତୁ ଦୁର୍ଭାଗ୍ୟରେ ବିଷୟରେ କେବଳ ଦୂରରେ ଥାଇ ମାଆକୁ ଦେଖି କାନ୍ଦୁଥିଲା ଝିଅ । କିନ୍ତୁ ହସ୍ପିଟାଲ ପରିସର ଭିତରୁ ଆସିପାରୁନଥିଲେ ନର୍ସ ଜଣକ । ସେ ମଧ୍ୟ ଝିଅକୁ ଦେଖି ନିଜର ମମତାକୁ ରୋକିପାରିନଥିଲେ । ଗୋଟିଏ ପଟେ ମାର ମମତା, ଅନ୍ୟ ପଟେ ସମାଜ ପ୍ରତି ତାଙ୍କର କର୍ତ୍ତବ୍ୟ । ସେ ମଧ୍ୟ ନିଜର ଭାବନାକୁ ନିୟନ୍ତ୍ରଣ କରିପାରିନଥିଲେ କାନ୍ଦିକାନ୍ଦି ଝିଅକୁ ଘରକୁଯିବାକୁ କହିଥିଲେ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ନିଜେ ନର୍ସ ସୁନନ୍ଦାଙ୍କ ସହ କଥା ହୋଇଥିବା 29 ସେକେଣ୍ଡର ଅଡିଓ ଟ୍ବିଟ କରି ତାଙ୍କର ଭାବପ୍ରବଣତା ନେଇ ଲେଖିଛନ୍ତି । ଭଗବାନ ତାଙ୍କର ମଙ୍ଗଳ କରନ୍ତୁ ବୋଲି କହିଛନ୍ତି ୟେଦ୍ଦୁରପ୍ପା ।
କିପରି ହେଲଥ ମାନେ ୱାର୍କର ନିଜ ପରିବାର ଏବଂ ଘର ଛାଡି ସେମାନେ ଏବେ ଆମର ସୁରକ୍ଷା କବଚ ସାଜିଚନ୍ତି। ତେଣୁ ସମସ୍ତେ ଏହି ବିପଦ ସମୟରେ ଏମାନଙ୍କୁ ସହାୟ ହେବା । ଘରେ ରହିବା ସୁରକ୍ଷିତ ରହିବା ।