ବେଙ୍ଗାଲୁରୁ: ଭାରତକୁ ହିନ୍ଦୁ ରାଷ୍ଟ୍ର ନକହିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ଏ ଅଭିଯୋଗରେ ତାଙ୍କୁ ମାଡ ମରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ମାଙ୍ଗାଲୁରୁରେ ।
ଗତ ବୁଧବାର ଜଣେ ଯୁବକ ସ୍ଥାନୀୟ ଏକ ମଲରେ ବୁଲୁଥିଲେ । ସେହି ସମୟରେ କିଛି ଯୁବକ ଆସି ତାଙ୍କୁ ଭାରତ ଏକ ହିନ୍ଦୁ ରାଷ୍ଟ୍ର କହିବାକୁ ବାଧ୍ୟ କରିଥିଲେ । ମଲରେ ଥିବା ଯୁବକ ଜଣଙ୍କ ତାହା ନକହିବାରୁ ଅନ୍ୟ ଯୁବକ ତାଙ୍କ ସହ ମାରପିଟ୍ କରିଥିଲେ । ଏହି ଅଭିଯୋଗ ଆଧାରରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି ।