ବେଙ୍ଗାଲୁର: କୋଭିଡ କଟକଣା ଭିତରେ ଅନେକ ରାଜ୍ୟରେ ସମାପନ ହେବାରେ ଲାଗିଛି ମୌସୁମୀ ଅଧିବେଶନ । କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରାଯିବା ସହ କଟକଣାକୁ ମାନିବାକୁ ବାଧ୍ୟ ମନ୍ତ୍ରୀ ଠାରୁ ବିଧ୍ୟାୟକ ।
ସେହିପରି ଏହାରି ଭିତରେ କର୍ଣ୍ଣାଟକରେ ଆରମ୍ଭ ହେବାକୁ ଯାଉଛି ମୌସୁମୀ ଅଧିବେଶନ । ସେପ୍ଟେମ୍ବର 21 ରୁ 30 ତାରିଖ ଯାଏଁ ଅନୁଷ୍ଠିତ ହେବ ଅଧିବେଶନ । କୋଭିଡ ଗାଇଡଲାଇନକୁ ଯେପରି ଅଧିବେଶନ ସମୟରେ ପାଳନ କରାଯିବ ସେନେଇ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି ।
ଏଥିପାଇଁ ବିଧାନସଭାର ସମସ୍ତ ଚତୁପାର୍ଶ୍ବକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇଛି । ସେହିପରି ଅଧିବେଶନ ବେଳେ ସାମାଜିକ ଦୂରତା ଅବଲମ୍ବନ କରିବା ସହ ସମସ୍ତ ସଦସ୍ୟ ମାସ୍କ ବ୍ୟବହାର କରିବା ବାଧ୍ୟତା ମୂଳକ ବୋଲି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ଜେ ସି ମଧୁସବାମୀ ।
@PTI