ETV Bharat / bharat

'ମୋଦିଙ୍କ ଇସ୍ରୋ ଯିବା ବୈଜ୍ଞାନିକଙ୍କ ପାଇଁ ଥିଲା ଅଶୁଭ'

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକ୍ରମ ଲ୍ୟାଣ୍ଡର ଅବତରଣ ଦେଖିବା ପାଇଁ ଇସ୍ରୋ ସେଣ୍ଟରଠାରେ ଉପସ୍ଥିତ ରହିବା ବୈଜ୍ଞାନିକମାନଙ୍କ ପାଇଁ ଅଶୁଭ ଥିଲା ବୋଲି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ବାମୀ କହିଛନ୍ତି ।

author img

By

Published : Sep 13, 2019, 9:59 AM IST

ଫାଇଲ ଫଟୋ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ରୋ ଗସ୍ତକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ବାମୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକ୍ରମ ଲ୍ୟାଣ୍ଡର ଅବତରଣ ଦେଖିବା ପାଇଁ ଇସ୍ରୋ ସେଣ୍ଟରଠାରେ ଉପସ୍ଥିତ ରହିବା ବୈଜ୍ଞାନିକମାନଙ୍କ ପାଇଁ ଅଶୁଭ ଥିଲା ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରି କୁମାରସ୍ବାମୀ କହିଛନ୍ତି, ପିଏମ ମୋଦି ବେଙ୍ଗାଲୁରୁ ଏମିତି ଆସିଥିଲେ, ଯେମିତି ସେ ନିଜେ ଚନ୍ଦ୍ରଯାନ-2 ଲ୍ୟାଣ୍ଡିଂ କରାଇଥାନ୍ତେ ଏବଂ ବିକ୍ରମକୁ ସନ୍ଦେଶ ଦେଇଥାନ୍ତେ । ବୈଜ୍ଞାନିକମାନେ ଗତ ୧୦-12 ବର୍ଷ ଧରି ଏହି ମିଶନ୍‌ ପାଇଁ କଠିନ ପରିଶ୍ରମ କରିଥିଲେ। କିନ୍ତୁ ମୋଦି କେବଳ ପ୍ରଚାର ପାଇଁ ସେଠାକୁ ଯାଇଥିଲେ । ସେ ଯେଉଁ ସମୟରେ ଇସ୍ରୋରେ ପାଦ ରଖିଲେ ତାହା ହୁଏତ ବୈଜ୍ଞାନିକମାନଙ୍କ ପାଇଁ ଦୁର୍ଭାଗ୍ୟ ପାଲଟିଗଲା ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଶନିବାର ଚନ୍ଦ୍ରଯାନ-2 ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାର ଥିଲା । କିନ୍ତୁ ଶେଷ ପର୍ଯ୍ୟାୟରେ ହିଁ ଇସ୍ରୋ ବିକ୍ରମ ସହ ଯୋଗାଯୋଗ କରିପାରିନଥିଲା। ଲ୍ୟାଣ୍ଡିଂ ସମୟରେ ପ୍ରଧାନମନ୍ତ୍ରୀ ମୋଦି ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରେ ଉପସ୍ଥିତ ଥିଲେ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.