ETV Bharat / bharat

ଅଡୁଆରେ ଉପ-ମୁଖ୍ୟମନ୍ତ୍ରୀ; ଅଶ୍ଲୀଳ ଭିଡିଓ ଦେଖି ହରାଇଥିଲେ ମନ୍ତ୍ରୀପଦ - laxman savadi

ଅଶ୍ଲୀଳ ଭିଡିଓ ଦେଖି ମନ୍ତ୍ରୀପଦ ହରାଇଥିବା ଲକ୍ଷ୍ମଣ ସାବଦୀଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେଇ ଚର୍ଚ୍ଚାରେ ଆସିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ୟେଦିୟୁରପ୍ପା ।  ମନ୍ତ୍ରୀ ରହିଥିବା ବେଳେ ଲକ୍ଷ୍ମଣ ସାବଦୀ ବିଧାନସଭାରେ ବସି ଅଶ୍ଲୀଳ ଭିଡିଓ ଦେଖୁଥିବା ବେଳେ ଧରାପଡିଥିଲେ ।

ଫାଇଲ ଫଟୋ
author img

By

Published : Aug 27, 2019, 7:22 PM IST

ବେଙ୍ଗାଲୁରୁ: ଅଶ୍ଲୀଳ ଭିଡିଓ ଦେଖି ମନ୍ତ୍ରୀପଦ ହରାଇଥିବା ଲକ୍ଷ୍ମଣ ସାବଦୀଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେଇ ଚର୍ଚ୍ଚାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ୟେଦିୟୁରପ୍ପା । ମନ୍ତ୍ରୀ ରହିଥିବା ବେଳେ ଲକ୍ଷ୍ମଣ ସାବଦୀ ବିଧାନସଭାରେ ବସି ଅଶ୍ଲୀଳ ଭିଡିଓ ଦେଖୁଥିବା ବେଳେ ଧରାପଡିଥିଲେ । ତେବେ ତାଙ୍କୁ ଆଜି ଉପମୁଖ୍ୟମନ୍ତ୍ରୀ ପଦ ଦେଇ ବିରୋଧୀଙ୍କ ସମାଲୋଚନାର ଶିକାର ହୋଇଛନ୍ତି ୟେଦିୟୁରପ୍ପା ।

ଗତକାଲି ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଥିଲେ । ଅସନ୍ତୁଷ୍ଟଙ୍କୁ ମନାଇବା ଲକ୍ଷ୍ୟରେ ସେ ୩ ଜଣଙ୍କୁ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ଦେଇଥିଲେ । ଏଥିରେ ଗୋବିନ୍ଦ ମକଥାପ୍ପା କାରାଜୋଲ, ଅଶ୍ବଥ ନାରାୟଣ ସିଏନ ଏବଂ ଲକ୍ଷ୍ମଣ ସାବଦୀଙ୍କ ନାମ ସାମିଲ ଅଛି । ତେବେ ଚର୍ଚ୍ଚାର ବିଷୟ ହେଉଛି ଲକ୍ଷ୍ଣଣ ସାବଦୀ କୌଣସି ବି ସଦନର ସଦସ୍ୟ ନଥିବା ସତ୍ବେ ମୁଖ୍ୟମନ୍ତ୍ରୀ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେବାର ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଏପରିକି ନିଜ ଦଳର ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ।

ସୂଚନାଯୋଗ୍ୟ ଯେ, 2012 ରେ ବିଧାନସଭା ଅଧିବେଶନ ଚାଲିଥିବା ବେଳେ 3 ଜଣ ମନ୍ତ୍ରୀ ଗୃହରେ ବସି ଅଶ୍ଲୀଳ ଭିଡିଓ ଦେଖୁଥିଲେ । ସେଥିମଧ୍ୟରେ ଲକ୍ଷ୍ମଣ ସାବଦୀ ମଧ୍ୟ ସାମିଲ ଥିଲେ । ତେବେ ଖବର ସାମ୍ନାକୁ ଆସିବା ପରେ ହଙ୍ଗାମା ହେବାରୁ ସେମାନଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.