ETV Bharat / bharat

ମିଡିଆକୁ ଟାର୍ଗେଟ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ମିଡିଆ ଉପରେ ବର୍ଷିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ରାଜନେତାଙ୍କୁ ଭିନ୍ନ ଢଙ୍ଗରେ ପ୍ରକାଶ କରୁଥିବାର ଅଭିଯୋଗ କରିବା ସହ ମିଡିଆକୁ ଏ ଅଧିକାର କିଏ ଦେଲା ବୋଲି କୁମାର ସ୍ବାମୀ ପ୍ରଶ୍ନ କରିଛନ୍ତି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ଏଏନଆଇ
author img

By

Published : May 20, 2019, 8:37 AM IST

ଚେନ୍ନାଇ: ଶେଷ ହୋଇଛି ମତଦାନ ମହାପର୍ବ । ଆରମ୍ଭ ହୋଇଯାଇଛି ଆକଳନ । ବିଭିନ୍ନ ମିଡିଆ ପକ୍ଷରୁ ବିଭିନ୍ନ ମତ ପ୍ରକାଶ ପାଉଥିବା ବେଳେ ରାଜନେତାଙ୍କୁ ନେଇ ମିଡିଆଙ୍କର ଅନେକ ପ୍ରଶ୍ନ । ଏଭଳି ସମୟରେ ମିଡିଆଙ୍କ ଉପରେ ବର୍ଷିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାର ସ୍ବାମୀ ।

ଏକ କାର୍ଯ୍ୟକ୍ରମରେ କୁମାର ସ୍ବାମୀ ଯୋଗ ଦେବାକୁ ଯାଇଥିବା ବେଳେ ମିଡିଆଙ୍କ ଉପରେ ଖୁବ ବର୍ଷିଛନ୍ତି । ତମେମାନେ କିଏ, ଆଉ କାହିଁକି ଆମମାନଙ୍କ ନାଁ ନେଇ ଏପରି ଅପପ୍ରଚାର କରୁଛି ବୋଲି ସେ ମିଡିଆକୁ ପ୍ରଶ୍ନ କରିଛନ୍ତି । ଏପରିକି ସେ ଏହାକୁ ନେଇ ଏକ ମାମଲା ରୁଜୁ କରିବେ ବୋଲି ମଧ୍ୟ କହିଛନ୍ତି ।

ତେବେ ତାଙ୍କ ରାଗ ଏତିକିରେ ଥମି ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ରାଜନେତାମାନଙ୍କୁ ତମେମାନେ କଣ ବିଚାର କର ? ଭାବୁଛ ଆମର କୌଣସି କାମଧନ୍ଦା ନାହିଁ । ଆମେମାନେ କଣ ତୁମମାନଙ୍କୁ କାର୍ଟୁନ ପରି ଲାଗୁଛୁ ନା କଣ ? ଆମମାନଙ୍କୁ ନେଇ ଏଭଳି କରିବାକୁ କିଏ ତମକୁ ଅଧିକାର ଦେଇଛି ବୋଲି ମିଡିଆକୁ ପ୍ରଶ୍ନ କରିଛନ୍ତି କୁମାର ସ୍ବାମୀ ।

Intro:Body:

dsg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.