ବେଙ୍ଗାଲୁର: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସର ମେଣ୍ଟ ସରକାର ବଞ୍ଚାଇବାକୁ ଲାଗି ପଡିଛନ୍ତି ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ବାମୀ । ରାଜ୍ୟରେ ଚାଲିଥିବା ରାଜନୈତିକ ସଙ୍କଟ ଟଳିବା ନେଇ ପ୍ରୟାସ ଜାରି ରଖିଛନ୍ତି ସେ । ତେବେ ବର୍ତ୍ତମାନ ପରିସ୍ଥିତିକୁ ଆଖିରେ ରଖି ଜେଡିଏସ ବିଧାୟକଙ୍କୁ 4 ଦିନ ପର୍ଯ୍ୟନ୍ତ ପ୍ରେଷ୍ଟିଜ ଗୋଲ୍ଫସାୟର କ୍ଲବରେ ହିଁ ରହିବାକୁ ପରାମର୍ଶ ଦେଇଛନ୍ତି କୁମାରସ୍ବାମୀ ।
ବିଧାନସଭାରେ ସଂଖ୍ୟା କମିବା ଫଳରେ କୁମାରସ୍ବାମୀଙ୍କ ସରକାର ଭାଙ୍ଗିବା ଉପରେ । କଂଗ୍ରେସର 13 ବିଧାୟକ ଇସ୍ତଫା ଦେବାପରେ ଜଣେ ସ୍ବାଧୀନ ମନ୍ତ୍ରୀ ଏବଂ ଜଣେ ସ୍ବାଧୀନ ବିଧାୟକ ମଧ୍ୟ ଇସ୍ତଫା ଦେଇଛନ୍ତି । ଏହି ସ୍ବାଧୀନ ବିଧାୟକ ମଧ୍ୟ ବିଜେପିକୁ ସମର୍ଥନ କରିବା ପାଇଁ ପ୍ରତିଶୃତି ଦେଇସାରିଲେଣି । ସେପଟେ କଂଗ୍ରେସର 10 ବିଧାୟକ ମଧ୍ୟ କିଛି ଦିନରୁ ବିଜେପି ସମ୍ପର୍କରେ ଥିବା ଆଶଙ୍କା ପ୍ରକାଶ ପାଇଛି ।