ETV Bharat / bharat

ବେଙ୍ଗାଲୁରୁରେ ମୋବାଇଲ କୋଭିଡ-19 ପରୀକ୍ଷା ବୁଥ ଉଦଘାଟନ କଲେ ସିଏମ

author img

By

Published : Apr 16, 2020, 2:27 PM IST

କୋରୋନା ଭାଇରସ ପାଇଁ ନମୁନା ସଂଗ୍ରହ ପାଇଁ ବେଙ୍ଗାଲୁରୁରେ ମୋବାଇଲ୍ କୋଭିଡ-19 ପରୀକ୍ଷା ବୁଥ ଉଦଘାଟନ କଲେ କର୍ଣ୍ଣାଟକ ସିଏମ ବିଏସ ୟେଦେୟୁରପ୍ପା । ଅଧିକ ପଢନ୍ତୁ...

Karnataka CM
ବେଙ୍ଗାଲୁରୁରେ ମୋବାଇଲ କୋଭିଡ-19 ପରୀକ୍ଷା ବୁଥ ଉଦଘାଟନ କଲେ ସିଏମ

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦେୟୁରପ୍ପା ଆଜି(ଗୁରୁବାର) ବେଙ୍ଗାଲୁରୁରେ ଏକ ମୋବାଇଲ୍ କୋଭିଡ-19 ପରୀକ୍ଷା ବୁଥ ଉଦଘାଟନ କରିଛନ୍ତି । ଏହି ମୋବାଇଲ ବୁଥଗୁଡ଼ିକ ବେଙ୍ଗାଲୁରୁର ସମସ୍ତ ୱାର୍ଡରେ କୋରୋନା ଭାଇରସ ପାଇଁ ନମୁନା ନେବା କାମ ଆରମ୍ଭ କରିବେ ।

ରାଜ୍ୟରେ କୋରୋନା ଆକ୍ରାନ୍ତ ବୃଦ୍ଧିକୁ ରୋକିବା ଓ ସନ୍ଦିଗ୍ଧଙ୍କ ରକ୍ତ ନମୂନା ପରୀକ୍ଷା କରିବା ପାଇଁ ସରକାର ଏପରି ପଦକ୍ଷେପ ନେଇଛନ୍ତି । ଏହି ମୋବାଇଲ୍ କୋଭିଡ-19 ପରୀକ୍ଷା ବୁଥ ସ୍ଥାପନ ଦ୍ବାରା କୋରୋନା ଭାଇରସ ପାଇଁ ନମୁନା ସଂଗ୍ରହ କରିବାରେ ଆଉ ଟିକେ ସହଜ ହେବ ।

ସୂଚନାମୁତାବକ, ରାଜ୍ୟରେ ଏବେସୁଦ୍ଧା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 313ରେ ପହଞ୍ଚି ଥିବାବେଳେ ଏଥିରେ 13 ଜଣଙ୍କର ପ୍ରାଣହାନୀ ଘଟିଛି । ଏହାସହ 80 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବାବେଳେ ସମୂଦାୟ 220 ଜଣ ସକ୍ରିୟ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.