ETV Bharat / bharat

କୁମାରସ୍ବାମୀଙ୍କ ଇସ୍ତଫା ଦାବି କଲେ ୟେଦ୍ଦରୁପ୍ପା - yeddyurappa

ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ବାମୀଙ୍କ ଇସ୍ତଫା ଦାବି କରୁଛି ବିଜେପି  । ସେ ତୁରନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି କର୍ଣ୍ଣାଟକ ବିଜେପି ପ୍ରଦେଶ ଅଧ୍ୟକ୍ଷ ବିଏସ ୟେଦ୍ଦରୁପ୍ପା କହିଛନ୍ତି  ।

ଫାଇଲ ଫଟୋ
author img

By

Published : Jul 8, 2019, 7:38 PM IST

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଜାରି ହାଇ ଭୋଲଟେଜ ଡ୍ରାମା ମଧ୍ୟରେ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ବାମୀଙ୍କ ଇସ୍ତଫା ଦାବି କରୁଛି ବିଜେପି । ସେ ତୁରନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି କର୍ଣ୍ଣାଟକ ବିଜେପି ପ୍ରଦେଶ ଅଧ୍ୟକ୍ଷ ବିଏସ ୟେଦ୍ଦରୁପ୍ପା କହିଛନ୍ତି । ରାଜ୍ୟରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ବହୁମତ ଠାରୁ ପଛରେ ପଡିଛି । ଏଭଳି ସ୍ଥିତିରେ କୁମାରସ୍ବାମୀଙ୍କୁ ପଦରେ ରହିବାର କୌଣସି ନୈତିକ ଅଧିକାର ରହିନାହିଁ । ତାଙ୍କୁ ତୁରନ୍ତ ପଦ ଛାଡିଦେବା ଉଚିତ୍‌ ବୋଲି କହିଛନ୍ତି ୟେଦ୍ଦରୁପ୍ପା ।

ତେବେ ସୋମବାର ସନ୍ଧ୍ୟାରେ ବିଜେପି ବିଧାୟକ ଦଳର ବୈଠକ ହେବ । ବୈଠକରେ ଦଳ ଏହି ମାମଲାରେ ଶେଷ ନିଷ୍ପତ୍ତି ନେବ ବୋଲି ୟେଦ୍ଦୁରୁପ୍ପା କହିଛନ୍ତି । ଏହା ବ୍ୟତିତ କୁମାର ସ୍ବାମୀଙ୍କ ଇସ୍ତଫା ଦାବି କରି ମଙ୍ଗଳବାର ରାଜ୍ୟରେ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା ମଧ୍ୟ କରିଛନ୍ତି ସେ ।

ସୂଚନା ଯୋଗ୍ୟ ଯେ, କର୍ଣ୍ଣାଟକ ବିଧାନସଭାରେ ସର୍ବମୋଟ ୨୨୪ ଟି ଆସନ ରହିଛି । ବହୁମତ ପାଇଁ ୧୧୩ ଆସନର ଆବଶ୍ୟକତା ରହିଛି । ତେବେ ୧୩ ବିଧାୟକଙ୍କ ଇସ୍ତଫା ପୂର୍ବରୁ କଂଗ୍ରେସର ୭୮, ଜେଡିଏସର ୩୭ ଓ ବିଜେପିର ୧୦୫ ବିଧାୟକ ରହିଥିଲେ । ସେହିପରି କଂଗ୍ରେସ-ଜେଡିଏସ ମେଣ୍ଟ ସରକାରଙ୍କୁ ବହୁଜନ ସମାଜ ପାର୍ଟି, ମନୋନୀତ ସଭ୍ୟ, କେପିଜେପି ଓ ଜଣେ ସ୍ୱାଧୀନ ବିଧାୟକ ସମର୍ଥନ ଦେଇଥିଲେ । ଫଳରେ ମେଣ୍ଟ ସରକାର ପାଖରେ ୧୧8 ବିଧାୟକଙ୍କ ସମର୍ଥନ ରହିଥିଲା ।

ତେବେ କଂଗ୍ରେସ-ଜେଡିଏସର ୧୩ ଜଣ ବିଦ୍ରୋହୀ ବିଧାୟକ ଶନିବାର ଇସ୍ତଫା ଦେଇଥିବା ବେଳେ ସୋମବାର ଆଉ ଜଣେ ସ୍ବାଧୀନ ବିଧାୟକ ଇସ୍ତଫା ଦେଇଛନ୍ତି । ତେବେ ଇସ୍ତଫା ମଞ୍ଜୁର ହେବା ମାତ୍ରେ ବାଚସ୍ପତିଙ୍କୁ ମିଶାଇ ବିଧାନସଭାରେ ବିଧାୟକଙ୍କ ସଂଖ୍ଯା ୨10ରେ ପହଞ୍ଚିବ । ସେପଟେ ସ୍ବାଧୀନ ବିଧାୟକଙ୍କ ଇସ୍ତଫା ପରେ ମେଣ୍ଟ ସରକାର ନିକଟରେ ବାଚସ୍ପତି ଓ ବସପା ନେତାଙ୍କୁ ମିଶାଇ 104 ବିଧାୟକ ରହିଛନ୍ତି । କିନ୍ତୁ ସରକାର ଗଠନ ପାଇଁ ୧୦୫ ବିଧାୟକଙ୍କ ଆବଶ୍ୟକତା ରହିଛି ।

ସେପଟେ ବିଜେପି ପାଖରେ ୧୦୫ ବିଧାୟକ ଥିବାରୁ ରାଜ୍ୟପାଳ ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିପାରିବେ।

Intro:Body:

sfss

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.