ବେଙ୍ଗାଲୁରୁ: କୋରୋନା ରୋଗୀଙ୍କ ଆତ୍ମହତ୍ୟା । କର୍ଣ୍ଣାଟକର ମାଲେଶ୍ବରମ କେସି ଜେନେରାଲ ମେଡିକାଲରେ କୋରୋନା ଆକ୍ରାନ୍ତ ଥିବା 60 ବର୍ଷୀୟା ବୃଦ୍ଧା ଆତ୍ମହତ୍ୟା କରିଛନ୍ତି । ଏନେଇ ବେଙ୍ଗାଲୁରୁ ଡେପୁଟି କମିଶନର ପୋଲିସ ସୂଚନା ଦେଇଛନ୍ତି । ତେବେ ଆହ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ପ୍ରକାଶ ଥାଉକି, କର୍ଣ୍ଣାଟକରେ ବର୍ତ୍ତମାନ 51422 କୋରୋନା ଆକ୍ରାନ୍ତ ରହିଛନ୍ତି । ଏଥିସହ 1032 କୋରୋନା ଆକ୍ରାନ୍ତ ଏପର୍ଯ୍ୟନ୍ତ କୋରୋନା ପ୍ରାଣ ହରାଇଲେଣି ।