ETV Bharat / bharat

ଇସ୍ତଫା ଦେଲେ କୁମାରସ୍ବାମୀ; 14 ମାସ ସରକାରର ହେଲା ପତନ - ଜେଡିଏସ-କଂଗ୍ରେସ ମେଣ୍ଟ ସରକାର

ଶେଷରେ ସଫଳ ହେଲା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ମିଶନ ଅପରେସନ ‘ଲଟସ’ । ପ୍ରତିଶୋଧ ଲକ୍ଷ୍ୟରେ ଥିବା ୟେଦୁରପ୍ପା ସଫଳ ହେବା ସହ ପୁଣିଥରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Jul 23, 2019, 9:45 PM IST

ବେଙ୍ଗାଲୁରୁ: ଦୀର୍ଘ ତିନି ସପ୍ତାହ ଧରି ଦାକ୍ଷିଣାତ୍ୟ ରାଜ୍ୟ କର୍ଣ୍ଣାଟକରେ ଲାଗି ରହିଥିବା ନାଟକରେ ଯବନିକା ପଡିଛି । ଶାସକ ଦଳର ସବୁ ରଣନୀତି ଫେଲ ମାରିଛି ଆଉ ଭୁଷୁଡି ଯାଇଛି ଏକବର୍ଷରୁ ଉର୍ଦ୍ଧ୍ବ ଧରି ଶାସନ କରୁଥିବା ଜେଡିଏସ-କଂଗ୍ରେସର ମେଣ୍ଟ ସରକାର।

ତିନି ସପ୍ତାହ ଧରି ଚାଲିଥିବା ରାଜନୈତିକ ଛକାପଞ୍ଝା ଲଢେଇରେ ଶେଷରେ କୁମାରସ୍ୱାମୀ ଆତ୍ମସମର୍ପଣ କରିଛନ୍ତି । 3 ଜୁଲାଇ 2019 ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଥିବା ବେଳେ ଏହାର ସୁଯୋଗ ନେଇ ଜେଡିଏସ- କଂଗ୍ରେସର 12ଜଣ ବିଧାୟକ ଦଳରେ ବିଦ୍ରୋହ କରି ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହାକୁ ନେଇ ସାରା ଦେଶରେ କମ୍ପନ ସୃଷ୍ଟି ହେଲା ।

ବିଦେଶ ଗସ୍ତ କାଣ୍ଟଛାଣ୍ଟ କରି ଫେରିଆସିଲେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ। ସରକାର ବଞ୍ଚାଇବା ପାଇଁ କଂଗ୍ରେସ ଓ ଜେଡିଏସ ପ୍ରାଣ ମୂର୍ଛା ଉଦ୍ୟମ କଲେ । ସମସ୍ତ ବିଦ୍ରୋହୀ ବିଧାୟକଙ୍କୁ ମନାଇବା ପାଇଁ ଜୋରଦାର ଉଦ୍ୟମ କଲେ କଂଗ୍ରେସର ଜାତୀୟସ୍ତରର ନେତା ।

ହେଲେ ବିଧାୟକ ନିଜ ଜିଦରେ ଅଟଳ, କୌଣସି ପରିସ୍ଥିତିରେ ବି ନିଜ ଇସ୍ତଫା ପ୍ରତ୍ୟାହାର କରିବେ ନାହିଁ ବୋଲି ରୋକଠୋକ କହିଲେ । ମେଣ୍ଟ ସରକାର ଏହି ନାଟକ ଦେଖି ବିଜେପି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା । କୁମାରସ୍ୱାମୀ ସିଧା ସିଧା କହିଲେ ସେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ । ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପାଇଁ ସେ ବାଚସ୍ପତିଙ୍କୁ ସାକ୍ଷାତ କରି ଅନୁରୋଧ କରିବା ସହ ଦିନ ଧାର୍ଯ୍ୟ କରିବା ପାଇଁ ନିବେଦନ କରିଥିଲେ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଏହାପରେ ବାଚସ୍ପତି ଗତ 17 ତାରିଖ ଦିନ ଆସ୍ଥା ଭୋଟ ପାଇଁ ଦିନ ଧାର୍ଯ୍ୟ କରିଥିଲେ । କିନ୍ତୁ ଆଲୋଚନା ଆଳରେ ଆସ୍ଥା ଭୋଟକୁ ଆଜି ପର୍ଯ୍ୟନ୍ତ ଝୁଲାଇ ରଖିଥିଲେ ବାଚସ୍ପତି କେଆର ରମେଶ କୁମାର ।

ତେବେ ଗତକାଲି ବାଚସ୍ପତି ଘୋଷଣା କରିଥିଲେ ଆସନ୍ତା କାଲି ସଂଧ୍ୟା 6ଟା ସୁଦ୍ଧା ଆସ୍ଥା ଭୋଟ ନିଆଯିବ। ବାଚସ୍ପତିଙ୍କ ଘୋଷଣା ପରେ ସମସ୍ତ ଦଳ ନିଜ ନିଜ ରଣନୀତି କରିଥିଲେ । ଶେଷରେ ବାଚସ୍ପତି ଆସ୍ଥା ଭୋଟ ପାଇଁ ଗୃହରେ ଅନୁମତି ଦେବା ସହ ଭୋଟ ଗ୍ରହଣ କରିଥିଲେ । କିନ୍ତୁ ସରକାର ସପକ୍ଷରେ 99 ବିଧାୟକଙ୍କ ସମର୍ଥନ ଥିବା ବେଳେ ସରକାର ବିପକ୍ଷରେ 105 ଜଣ ବିଧାୟକଙ୍କ ସମର୍ଥନ ଥିଲା । ଏହାପରେ ମେଣ୍ଟ ସରକାର ସଂଖ୍ୟା ଲଘୁରେ ପରିଣତ ହୋଇଥିବା ବାଚସ୍ପତି ଘୋଷଣା କରିଥିଲେ ।

କର୍ଣ୍ଣାଟକ ରାଜନୀତିର ଘଟଣା କ୍ରମ...

* ମେ 12 2018 ମସିହାରେ କର୍ଣ୍ଣାଟକ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ
* ମେ 15 2018ରେ ଭୋଟ ଗଣତି , କୌଣସି ଦଳକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିଲା ନାହିଁ
* ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ବିଜେପି ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଦାବି କଲା
* ରାଜ୍ୟପାଳ ବାଜୁଭାଇ ବାଲା ବିଜେପିକୁ ସରକାର ଗଠନ ପାଇଁ ନିମନ୍ତ୍ରଣ କଲେ
* ମେ 16ରେ ବିଜେପି ନେତା ବିଏସ ୟେଦୁରପ୍ପାଙ୍କ ଶପଥ ଗ୍ରହଣ ଏବଂ ସଂଖ୍ୟା ଗରିଷ୍ଠତାର ପ୍ରମାଣ ପାଇଁ 15ଦିନ ସମୟ ଦେଲେ ରାଜ୍ୟପାଳ
* ରାଜ୍ୟପାଳଙ୍କ ନିଷ୍ପତିକୁ ସୁପ୍ରିମ କୋର୍ଟରେ କଂଗ୍ରେସର ଚ୍ୟାଲେଞ୍ଜ
* ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ତିନି ଦିନ ମଧ୍ୟରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦିଅ
* ମୁଖ୍ୟମନ୍ତ୍ରୀ ଥିବା ବିଏସ ୟେଦୁରପ୍ପା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇନପାରି ଇସ୍ତଫା ଦେଇଥିଲେ
* ମେ 23 2018 ରେ ମେଣ୍ଟ ସରକାରର ନେତୃତ୍ବ ନେଲେ କୁମାରସ୍ୱାମୀ
* ଜେଡିଏସର 37 କଂଗ୍ରେସର 78 ବିଏସପିର ଜଣେ ଓ 2ଜଣ ସ୍ବାଧୀନ ବିଧାୟକଙ୍କ ନେତୃତ୍ବରେ ଗଠନ ହେଲା କର୍ଣ୍ଣାଟକରେ ସରକାର
* ମେଣ୍ଟ ସରକାରର ସ୍ଥାୟୀତ୍ବକୁ ନେଇ ଉଠିଲା ପ୍ରଶ୍ନ
* 1 ଜୁଲାଇ 2019ରେ କଂଗ୍ରେସର 2 ବିଧାୟକଙ୍କ ଇସ୍ତଫା, ପରେ 12ଜଣ ବିଧାୟକ ଉଭୟ ଦଳରୁ ଦେଲେ ଇସ୍ତଫା
* 15 ବିଧାୟକଙ୍କ ଇସ୍ତଫା ପରେ ଜୁଲାଇ 18ରେ ଆସ୍ଥା ଭୋଟ ପାଇଁ ଦିନ ଧାର୍ଯ୍ୟ
* ଦୁଇଦିନ ଧରି ଆସ୍ଥାଭୋଟ ଉପରେ ଆଲୋଚନା ପରେ ଗୃହକୁ ଦୁଇଦିନ ପାଇଁ ମୁଲତବୀ ଘୋଷଣା
* ଜୁଲାଇ 22ଓ 23 ଦୁଇଦିନ ଧରି ଆଲୋଚନା ପରେ ଆସ୍ଥା ଭୋଟଗ୍ରହଣ
* ଜୁଲାଇ 23 2019 ଆସ୍ଥା ଭୋଟରେ ପରାଜୟ ପରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ, ରାଜ୍ୟପାଳଙ୍କୁ ଇସ୍ତଫା ପ୍ରଦାନ

Intro:Body:

5

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.