ETV Bharat / bharat

କର୍ମା ପର୍ବ: ଭେଲଓ୍ବା ଗଛର ଡାଳ ଓ ପତ୍ର ବିନା ସମ୍ପୂର୍ଣ୍ଣ ହୁଏନାହିଁ ପୂଜା

author img

By

Published : Sep 9, 2019, 5:50 PM IST

ଝାଡ଼ଖଣ୍ଡର ଆଦିବାସୀଙ୍କ ମୁଖ୍ୟ ପର୍ବ କର୍‌ମା । ପ୍ରତିଟି ଆଦିବାସୀ ଏହାକୁ ଶ୍ରଦ୍ଧାର ସହ ପାଳନ କରିଥାନ୍ତି। ଏହି ପର୍ବରେ ଭେଲଓ୍ବା ଗଛର ଡ଼ାଳ ଓ ପତ୍ରକୁ ପୂଜା କରାଯାଏ । ଏହି ଗଛର ଡାଳ ଓ ପତ୍ର ବିନା ପୂଜା ସମ୍ପୂର୍ଣ୍ଣ ହୁଏ ନାହିଁ ବୋଲି ବିଶ୍ବାସ ରହିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ରାଞ୍ଚି: ଝାଡ଼ଖଣ୍ଡର ଆଦିବାସୀଙ୍କ ପ୍ରମୁଖ ପର୍ବ ହେଉଛି କର୍‌ମା ପର୍ବ । ଏହି ପର୍ବ ଆଦିବାସୀଙ୍କ ପାଇଁ ବିଶେଷ ମହତ୍ତ୍ବ ରଖେ । ସେମାନଙ୍କ ଜୀବନଶୈଳୀ ଓ ସଂସ୍କୃତି ପରମ୍ପରାରେ ଏହି ପର୍ବ ଏକ ପ୍ରମୁଖ ଭୁମିକା ଗ୍ରହଣ କରିଥାଏ । ସେପ୍ଟେମ୍ବର ମାସରେ ପାଳନ କରାଯାଉଥିବା ଏହି ପର୍ବରେ ଆଦିବାସୀ ସମ୍ପ୍ରଦାୟର ଲୋକ କରମା ଗଛର ଡାଳ ପତ୍ରର ପୂଜାର୍ଚ୍ଚନା କରିଥାନ୍ତି । ଏହା ବ୍ୟତୀତ ଏହି ପୂଜା ଅବସରରେ ମହିଳା ଓ ଝିଅ ସେମାନଙ୍କ ଭାଇ ପାଇଁ ବ୍ରତ ଧାରଣ କରିଥାନ୍ତି।

ଆଦିବାସୀ ସମ୍ପ୍ରଦାୟ ସହିତ ରାଜ୍ୟର ଅନ୍ୟ ସମ୍ପ୍ରଦାୟର ଲୋକେ ମଧ୍ୟ ବେଶ ହର୍ଷୋଲ୍ଲାସରେ ପାଳନ କରିଥାନ୍ତି । ଏହି ପର୍ବରେ ଭେଲଓ୍ବା ନାମକ ଏକ ଗଛର ଡ଼ାଳ ଓ ପତ୍ର ପୂଜା କରିଥାନ୍ତି । ଏହି ଗଛର ଡାଳ ଓ ପତ୍ର ପୂଜା ନ କଲେ, ପୂଜା ସମ୍ପୂର୍ଣ୍ଣ ହୋଇ ନଥାଏ ବୋଲି ବିଶ୍ବାସ ରହିଛି । ଏହି ପୂଜା ଦିନ ଆଦିବାସୀଙ୍କ ଘର ଆଗରେ ଏହାକୁ ରଖି ପୂଜା କରାଯାଇଥାଏ।

ଏହି ଡାଳ ଓ ପତ୍ର ପୂଜା ପରେ ଏହାକୁ ଘର ଆଗରେ ଏବଂ ଚାଷ ଜମିରେ ଲଗାଇ ଦିଆଯାଇଥାଏ । ବିଶ୍ବାସ ରହିଛି ଏପରି କରିବା ଦ୍ବାରା କୌଣସି ପ୍ରକାର କୁ ଦୃଷ୍ଟି ପଡ଼ିନଥାଏ । ସେପଟେ ଏହି ଡାଳ ଓ ପତ୍ର ସହଜରେ ମିଳୁନଥିବାରୁ ଏହାକୁ ବଜାରରେ ବିକ୍ରି କରାଯାଇଥାଏ । ଏହି ଗଛର ପତ୍ରର ଦାମ ପାଖାପାଖି 10 ଟଙ୍କାରୁ 30 ଟଙ୍କା ପର୍ଯ୍ୟନ୍ତ ହୋଇଥାଏ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.