ETV Bharat / bharat

ଅସାବଧାନତା ଯୋଗୁଁ ଘଟିଥିଲା କୋଝିକୋଡ ବିମାନ ଦୁର୍ଘଟଣା !

author img

By

Published : Aug 10, 2020, 5:20 PM IST

ବିମାନ ଅବତରଣ ସମୟରେ ଅସାବଧାନତା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପୋଲିସ ଦ୍ବାରା ଦାଖଲ ହୋଇଥିବା ଏଫଆଇଆର ରିପୋର୍ଟରେ ଦର୍ଶାଯାଇଛି ।

ଅସାବଧାନତା  ଯୋଗୁଁ ହୋଇଥିଲା କୋଝିକୋଡ ବିମାନ ଦୁର୍ଘଟଣା !

ଥିରୁନନ୍ତପୁରମ: କୋଝିକୋଡ ବିମାନ ଦୁର୍ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଦୁର୍ଘଟଣାକୁ ନେଇ କରିପୁର ପୋଲିସ ଏଫଆଇଆର ରୁଜୁ କରିଛି । ତେବେ ବିମାନ ଅବତରଣ ସମୟରେ ଅସାବଧାନତା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପୋଲିସ ଦ୍ବାରା ଦାଖଲ ହୋଇଥିବା ଏଫଆଇଆର ରିପୋର୍ଟରେ ଦର୍ଶାଯାଇଛି ।

ଗତ ଶୁକ୍ରବାର ଦିନ କେରଳର କୋଝିକୋଡ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଥିବା ଦୁର୍ଘଟଣାକୁ ନେଇ ବିମାନ ଚଳାଚଳ କର୍ତ୍ତୃପକ୍ଷ ଅନୁସନ୍ଧାନ କରୁଥିବାବେଳେ ସ୍ଥାନୀୟ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କେରଳ ପୋଲିସ କରିପୁରରେ ହୋଇଥିବା ବିମାନ ଦୁର୍ଘଟଣାର ତଦନ୍ତ ପାଇଁ 30 ଜଣିଆ ଟିମ ଗଠନ କରିଛି । ମାଲପୁରମ ଅତିରିକ୍ତ ଏସପି ଜି.ସବୁ ଏହି ଟିମର ନେତୃତ୍ବ ନେବେ । ସେହିପରି ମାଲପୁରମ ଡିଏସପି ହରୀଦସନ ଏଥିରେ ମୁଖ୍ୟ ତଦନ୍ତକାରୀ ଅଫିସର ରହିବେ ବୋଲି ଜଣାପଡିଛି ।

ଶୁକ୍ରବାର ଦୁବାଇରୁ ଆସିଥିବା ଏୟାର ଇଣ୍ଡିଆର ଏକ ବିମାନ କରିପୁର ସ୍ଥିତ କୋଝିକୋଡ ଏୟାରପୋର୍ଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ପାଇଲଟ ଓ କ୍ର୍ୟୁ ମେମ୍ବରଙ୍କ ସମେତ ମୋଟ 190 ଜଣଙ୍କୁ ନେଇ ଦୁବାଇରୁ କେରଳ ଫେରୁଥିବା ବେଳେ କୋଝିକୋଡ ବିମାନ ବନ୍ଦର ରନୱେରେ କ୍ରାସ ଲ୍ୟାଣ୍ଡିଂ କରିଥିଲା । ଯେଉଁଥିରେ ଶତାଧିକ ଆହତ ହୋଇଥିବା ବେଳେ 20 ଜଣ ପ୍ରାଣ ହରାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.