ଦ୍ରାସ: କାରଗିଲ ବିଜୟ ଦିବସର 20ବର୍ଷ ପୂର୍ତ୍ତିରେ ଦ୍ରାସ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ସେନାମୁଖ୍ୟଙ୍କ ସମେତ ଶହୀଦଙ୍କ ଆତ୍ମୀୟ ସ୍ୱଜନ ଯୋଗ ଦେଇଥିଲେ । ଏହି ଅବସରରେ ବାୟୁ ସେନା ପ୍ରମୁଖ ବିଏସ ଧନଓ୍ବା ବାୟୁ ସେନାର ପରାକାଷ୍ଠା ସମ୍ପର୍କରେ କହିଥିଲେ ।
ବାୟୁ ସେନା ପ୍ରମୁଖ ଧନଓ୍ବା କହିଛନ୍ତି ଯେ, କାରଗିଲ ଯୁଦ୍ଧ ପରେ ବାୟୁ ସେନାର କ୍ଷମତା ବହୁତ ବୃଦ୍ଧି ହୋଇଛି । ଏବେ କୌଣସି ବିପଦ ସମୟରେ ଏୟାରଫୋର୍ସ କଡା ମୁକାବିଲା କରି ପାରିବ । କାରିଗଲ ଯୁଦ୍ଧ ସମୟରେ ବୋମାବର୍ଷୀ ଯୁଦ୍ଧ ବିମାନ କେବଳ ମିରାଜ-2000 ଥିଲା । କିନ୍ତୁ ଏବେ ଏହି କ୍ଷମତା ସୁଖୋଇ-30, ଜାଗୁଆର, ମିଗ-29 ଓ ମିଗ-27 ଯୁଦ୍ଧ ବିମାନ ପାଖରେ ରହିଛି ।