ETV Bharat / bharat

ପରଲୋକରେ ପଦ୍ମଶ୍ରୀ ବିଜେତା କାଦରୀ ଗୋପାଳନାଥ

author img

By

Published : Oct 11, 2019, 4:13 PM IST

ପ୍ରସିଦ୍ଧ ସାକ୍ସୋଫୋନିଷ୍ଟ ପଦ୍ମଶ୍ରୀ ବିଜେତା କାଦରୀ ଗୋପାଳନାଥଙ୍କ 69 ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ

କର୍ଣ୍ଣାଟକ: ପ୍ରସିଦ୍ଧ ସାକ୍ସୋଫୋନିଷ୍ଟ ( କାଠରେ ନିର୍ମିତ ସ୍ବତନ୍ତ୍ର ବାଦ୍ୟ) ପଦ୍ମଶ୍ରୀ ବିଜେତା କାଦରୀ ଗୋପାଳନାଥଙ୍କ ପରଲୋକ । 69 ବର୍ଷ ବୟସରେ ତାଙ୍କର ବିୟୋଗ ଘଟିଛି । ଶୁକ୍ରବାର ସକାଳେ କର୍ଣ୍ଣାଟକ ମାଙ୍ଗାଲୁରୁରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ସନ୍ଧ୍ୟାରେ ତାଙ୍କର ଅନ୍ତିମ ସଂସ୍କାର ହେବ ।

1950 ଡିକେ ଜିଲ୍ଲାର ସାଜିପାମୁଡା ଗାଁରେ ଜନ୍ମଗ୍ରହଣ କରିଥିଲେ କାଦରୀ ଗୋପାଳନାଥ । ତାଙ୍କ ପିତା ତାନ୍ୟପ୍ପା ନାଦାଶ୍ବରମ ବଜାଉଥିଲେ । ଗୋପାଳନାଥ କର୍ଣ୍ଣାଟକରେ ଗୋପାକୃଷ୍ଣ ଆୟରଙ୍କ ଠାରୁ ସାକ୍ସୋଫୋନିଷ୍ଟ ବଜାଇବା ଶିଖିଥିଲେ । ପିଲାଦିନେ ସେ ମହିଶୂର ବ୍ୟାଣ୍ଡରେ ସଙ୍ଗୀତ ବାଦନ ସମୟରେ ସାକ୍ସୋଫୋନ ବଜାଇଥିଲେ । ଏହି କାର୍ଯ୍ୟକ୍ରମ ପରେ ସେ ସାକ୍ସୋଫୋନରେ ପାରଦର୍ଶିତା ଲାଭ କରିଥିଲେ ।

ଗୋପାଳନାଥଙ୍କ ପ୍ରଥମ ସଙ୍ଗୀତ କାର୍ଯ୍ୟକ୍ରମ ଚେମ୍ବାଇ ମେମୋରିଆ ଟ୍ରଷ୍ଟରେ ଆୟୋଜିତ ହୋଇଥିଲା । 1980ରେ ବାମ୍ବୋ ଜୈଜ ଫେଷ୍ଟିଭାଲ ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା । ଦେଶ ବିଦେଶରେ ସେ ନିଜ କଳା ପାଇଁ ପରିଚିତ ହୋଇଥିଲେ । ସେ ପଦ୍ମଶ୍ରୀ ପୁରସ୍କାର, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ କର୍ଣ୍ଣାଟକ କଳାଶ୍ରୀ ପୁରସ୍କାର ମଧ୍ୟ ସମ୍ମାନିତ ହୋଇଛନ୍ତି ।

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.