ମୁମ୍ବାଇ: ମୁମ୍ବାଇ ବାନ୍ଦ୍ରାସ୍ଥିତ ମିଠା ଦୋକାନର ନାମ 'କରାଚି ସ୍ବିଟ୍ସ’ କୁ ନେଇ ଦିନକୁ ଦିନ ବଢୁଛି ବିବାଦ । ଏବେ ଏହାକୁ ନେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଆମେ ଅଖଣ୍ଡ ଭାରତ ଉପରେ ବିଶ୍ବାସ ରଖୁ । ଦିନେ ନା ଦିନେ କରାଚି ଭାରତର ଅଂଶ ହେବ ।
-
We believe in 'Akhand Bharat'. We also believe that Karachi will be a part of India one day: Former Maharashtra CM and BJP leader Devendra Fadnavis, on a Shiv Sena leader allegedly asking Karachi Sweets shop owner in Bandra West to omit the word 'Karachi' from the name. (21.11) pic.twitter.com/HZ5oFBYEO5
— ANI (@ANI) November 23, 2020 " class="align-text-top noRightClick twitterSection" data="
">We believe in 'Akhand Bharat'. We also believe that Karachi will be a part of India one day: Former Maharashtra CM and BJP leader Devendra Fadnavis, on a Shiv Sena leader allegedly asking Karachi Sweets shop owner in Bandra West to omit the word 'Karachi' from the name. (21.11) pic.twitter.com/HZ5oFBYEO5
— ANI (@ANI) November 23, 2020We believe in 'Akhand Bharat'. We also believe that Karachi will be a part of India one day: Former Maharashtra CM and BJP leader Devendra Fadnavis, on a Shiv Sena leader allegedly asking Karachi Sweets shop owner in Bandra West to omit the word 'Karachi' from the name. (21.11) pic.twitter.com/HZ5oFBYEO5
— ANI (@ANI) November 23, 2020
କିଛିଦିନ ପୂର୍ବରୁ ଶିବସେନା କର୍ମୀ ନିତିନ ନନ୍ଦଗାଓଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଜଣେ ମିଠା ଦୋକାନୀ ମାଲିକଙ୍କୁ ଦୋକାନ ନାଁ ବଦଳାଇବାକୁ କହିଥିଲେ । ମିଠା ଦୋକାନର ନା କରାଚି ସ୍ବିଟ୍ସ ଥିବା ହେତୁ ସେ ଏହାକୁ ବଦଳାଇ ତାଙ୍କ ବାପା କିମ୍ବା ଜେଜେ ବାପାଙ୍କ ନାଁ ରେ ଦେବା ପାଇଁ କହିଥିଲେ । କରାଚି ପାକିସ୍ତାନର ଏକ ସହର ହୋଇଥିବା ଏହି ନାଁ ମୁମ୍ବାଇରେ ବ୍ୟବହାର ନ କରିବାକୁ କହିଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଭିଡିଓ ସାମନାକୁ ଆସିବା ପରେ ବିବାଦ ଘେରକୁ ଟାଣି ହୋଇଛି ଶେବସେନା ।
ତେବେ ଦଳୀୟ କର୍ମୀଙ୍କ ଏହି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ । ସେ କହିଛନ୍ତି ଯେ କରାଚି ସ୍ବିଟ୍ସ ଓ କରାଚି ବେକେରୀ 60 ବର୍ଷ ଧରି ମୁମ୍ବାଇରେ ଅଛି । ପାକିସ୍ତାନ ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ । ବର୍ତ୍ତମାନ ତାଙ୍କୁ ନାଁ ବଦଳାଇବାକୁ କହିବାର କୌଣସି ଅର୍ଥ ନାହିଁ । ଏହା ଶିବସେନାର ଅଫିସିଆଲ ଷ୍ଟାଣ୍ଡ ନୁହେଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ