ETV Bharat / bharat

ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜ ଉପରେ ଆତଙ୍କୀ ଆକ୍ରମଣ: 4 ଆତଙ୍କୀଙ୍କ ସମେତ 9 ମୃତ

କରାଚିସ୍ଥିତ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜ ବିଲ୍ଡିଂ ଉପରେ ଆତଙ୍କୀ ଆକ୍ରମଣ ହୋଇଛି । ଏହି ଆତଙ୍କୀ ଆକ୍ରମଣରେ ସମ୍ପୃକ୍ତ ଚାରିଜଣ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି । ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ ଏହି ଅପରେସନରେ ଜଣେ ସବ-ଇନ୍ସପେକ୍ଟର ଏବଂ ଚାରିଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି ।

author img

By

Published : Jun 29, 2020, 11:59 AM IST

Updated : Jun 29, 2020, 1:37 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

କରାଚି: ସୋମବାର ସକାଳେ ଆତଙ୍କୀ ଗୁଳିରେ ଥରିଛି ପାକିସ୍ତାନ । କରାଚିସ୍ଥିତ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜ ବିଲ୍ଡିଂ ଉପରେ ଆତଙ୍କୀ ଆକ୍ରମଣ ହୋଇଛି । ଏହି ଆତଙ୍କୀ ଆକ୍ରମଣରେ ସମ୍ପୃକ୍ତ ଚାରିଜଣ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି । ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ ଏହି ଅପରେସନରେ ଜଣେ ସବ-ଇନ୍ସପେକ୍ଟର ଏବଂ ଚାରିଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
ଫଟୋ ସୌଜନ୍ୟ: ଏଏନଆଇ

ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ଯେ, 4 ଆତଙ୍କୀ କାରରେ ଆସିଥିଲେ । ଏହାପରେ 4ଆତଙ୍କୀ ଷ୍ଟକ୍ ଏକ୍ସଚେଞ୍ଜ କୋଠାରେ ମୁଖ୍ୟଦ୍ବାର ଉପରେ ଗ୍ରେନେଡ ମାଡ କରିଥିଲେ । ପରେ ପରେ ଆରମ୍ଭ କରିଥିଲେ ଆଖିବୁଜା ଗୁଳିମାଡ କରି ଭିତରକୁ ପ୍ରବେଶ କରିଥିଲେ ।

ଭିଡିଓ ସୌଜନ୍ୟ:‘ଟ୍ବିଟର

ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ମୋଟ 9 ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ 4 ଜଣ ଆତଙ୍କବାଦୀ, 4 ଜଣ ସୁରକ୍ଷାବାହିନୀ ଏବଂ 1 ଜଣ ପୋଲିସ ସବ-ଇନ୍ସପେକ୍ଟର ରହିଛନ୍ତି । ଏଥିସହିତ 7-8 ଜଣ ଆହତ ହୋଇଥିବା ଖବର ରହିଛି । ଆତଙ୍କୀ ଆକ୍ରମଣ ସମୟରେ ଏକ୍ସଚେଞ୍ଜ ମଧ୍ୟରେ ଥିବା ଲୋକଙ୍କୁ ବିଲ୍ଡିଂ ଭିତର ପଛ ଦ୍ବାର ଦେଇ ବାହାରକୁ ବାହାର କରାଯାଇଥିଲା ।

ସିନ୍ଧ ରେଞ୍ଜର୍ସଙ୍କ ଅନୁଯାୟୀ ପାକିସ୍ତାନର ଷ୍ଟକ୍ ଏକ୍ସଚେଞ୍ଜରେ ପ୍ରବେଶ କରିଥିବା ଚାରିଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ଏହାସହ ଘଟଣାସ୍ଥଳରୁ ଗ୍ରେନେଡ, ଗୁଳି ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

ଷ୍ଟକ୍ ଏକ୍ସଚେଞ୍ଜର ଏହି କୋଠା 8 ରୁ 10 ମହଲା ବିଶିଷ୍ଟ ।ଏଥିରେ ଷ୍ଟକ୍ ମାର୍କେଟ୍, ବ୍ୟବସାୟ ସହିତ ଜଡିତ ସମସ୍ତ ବିଭାଗ ରହିଛି । ଆତଙ୍କୀ ଆକ୍ରମଣ ସମୟରେ ସେଠାରେ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ ।

ଏହି ଆତଙ୍କୀ ଆକ୍ରମଣ ପରେ ସିନ୍ଧ୍ ରାଜ୍ୟପାଳ ଇମ୍ରାନ୍ ଇସ୍‌ମାଇଲ୍ ଏହାକୁ କଡା ନିନ୍ଦା କରିଛନ୍ତି । ଯେକୌଣସି ସ୍ଥିତିରେ ସିନ୍ଧକୁ ସୁରକ୍ଷାପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

ଏହି ଆତଙ୍କୀ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା କୌଣସି ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିନାହାଁନ୍ତି ।

@IANS

Last Updated : Jun 29, 2020, 1:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.