ETV Bharat / bharat

ରାହୁଲଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ନେତାଙ୍କ ମଧ୍ୟରେ ଟ୍ବିଟର ୱାର

author img

By

Published : Aug 24, 2020, 3:14 PM IST

କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକରେ ଯୁବ ବନାମ ବରିଷ୍ଠର ଲଢେଇ ତୀବ୍ର ହେବାରେ ଲାଗିଛି । ରାହୁଲଙ୍କୁ ଟାର୍ଗେଟ କରି ଦଳର ନେତାମାନେ ଟ୍ବିଟରରେ ଘମାସନ ଯୁଦ୍ଧ ମଧ୍ୟ ଆରମ୍ଭ କରିଦେଇଛନ୍ତି।

ରାହୁଲଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ନେତାଙ୍କ ମଧ୍ୟରେ ଟ୍ବିଟର ୱାର
ରାହୁଲଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ନେତାଙ୍କ ମଧ୍ୟରେ ଟ୍ବିଟର ୱାର

ନୂଆଦିଲ୍ଲୀ: କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକରେ ଯୁବ ବନାମ ବରିଷ୍ଠର ଲଢେଇ ତୀବ୍ର ହେବାରେ ଲାଗିଛି । ଏଥିରେ ରାହୁଲ ଗାନ୍ଧୀ ସୋନିଆ ଗାନ୍ଧୀଙ୍କୁ ଲେଖାଯାଇଥିବା ଚିଠିକୁ ନେଇ ନିଜର ମତ ରଖିଥିଲେ। କଂଗ୍ରେସର ଏଭଳି ସମୟରେ ଦଳର ନେତାମାନେ କିଭଳି ଭାବେ ଏପରି ଚିଠି ଲେଖିପାରିଲେ ତାକୁ ନେଇ ରାହୁଲ ପ୍ରଶ୍ନ ଉଠାଇଥିଲେ। ଏପରିକି ଦଳର ନେତାମାନେ ବିଜେପି ସହ ମିଶିଛନ୍ତି ବୋଲି ରାହୁଲ କହିଥିଲେ। ଯାହାକୁ ନେଇ କଂଗ୍ରେସର ବରିଷ୍ଠ ନେତାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏପରିକି ରାହୁଲଙ୍କୁ ଟାର୍ଗେଟ କରି ଦଳର ନେତାମାନେ ଟ୍ବିଟରରେ ଘମାସନ ଯୁଦ୍ଧ ମଧ୍ୟ ଆରମ୍ଭ କରିଦେଇଛନ୍ତି। ରାହୁଲଙ୍କ କଥାରେ ରାଗିଯାଇ କଂଗ୍ରେସର ବରିଷ୍ଠ ନେତା କପିଲ ସିବ୍ବଲ ବୈଠକ ମଝିରେ ହିଁ ଟ୍ବିଟ କରିଥିଲେ । ତେବେ କିଛି ସମୟ ପରେ ସେ ଏହାକୁ ଡିଲିଟ ମଧ୍ୟ କରିଛନ୍ତି ।

ସିବ୍ବଲ ନିଜ ଟ୍ବିଟରେ କହିଥିଲେ, 'ରାହୁଲ ଗାନ୍ଧୀ କହୁଛନ୍ତି ଆମେ ବିଜେପି ସହ ମିଶିଛୁ । ରାଜସ୍ଥାନ ହାଇକୋର୍ଟରେ ମୁଁ କଂଗ୍ରେସ ପାର୍ଟିର ପକ୍ଷ ରଖିଥିଲି। ମଣିପୁରରେ ମଧ୍ୟ ଦଳକୁ ବଞ୍ଚାଇଥିଲି। ଗତ ୩୦ ବର୍ଷ ଭିତରେ ଏପରି କିଛି ଟିପ୍ପଣୀ ଦେଇନାହିଁ ଯାହା ବିଜେପିକୁ ଫାଇଦା ଦେଇଛି। ଏହାପରେ ମଧ୍ୟ ଆମକୁ କୁହାଯାଉଛି ଯେ ଆମେ ବିଜେପି ସହ ମିଶିଛୁ । '

ତେବେ ଏହାର କିଛି ସମୟ ପରେ ସିବ୍ବଲ ତାଙ୍କର ଟ୍ବିଟ ଡିଲିଟ କରିଦେଇଛନ୍ତି। ଏହି ଟ୍ବିଟ ପରେ ସେ ଆଉ ଏକ ଟ୍ବିଟ କରି ଲେଖିଛନ୍ତି, ଯେ ରାହୁଲ ଗାନ୍ଧୀ ନିଜେ ମୋତେ କହିଛନ୍ତି ଯେ ସେ ଏପରି ଶବ୍ଦ ବ୍ୟବହାର କରିନାହାଁନ୍ତି। ତେଣୁ ମୁଁ ମୋର ପୁରୁଣା ଟ୍ବିଟ ଡିଲିଟ କରୁଛି ବୋଲି ସେ କହିଛନ୍ତି ।

ସେପଟେ ସିବ୍ବଲଙ୍କ ଟ୍ବିଟକୁ ନେଇ ବିବାଦ ଉପୁଜିବା ପରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେ, ରାହୁଲ ଗାନ୍ଧୀ ସଂଗଠନକୁ ଅଭିଯୋଗ କଲା ଭଳି କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ସିବଲଙ୍କ ଟ୍ବିଟକୁ ରିଟ୍ବିଟ କରି ସେ କହିଛନ୍ତି, ଭୁଲ ଆଲୋଚନା କିମ୍ବା ମିଥ୍ୟା ତଥ୍ୟ ବିସ୍ତାର କରି ଭ୍ରମିତ ହୁଅନ୍ତୁ ନାହିଁ । ପରସ୍ପର ସହ ଲଢିବା ଏବଂ କଂଗ୍ରେସକୁ କ୍ଷତି ପହଞ୍ଚାଇବା ପରିବର୍ତ୍ତେ ଆମକୁ ମୋଦି ସରକାରଙ୍କ ସହ ଲଢିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକ ପୂର୍ବରୁ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିବା 23 ନେତାଙ୍କ ମଧ୍ୟରେ କପିଲ ସିବ୍ବଲ ଏବଂ ଗୁଲାମ ନବୀ ଆଜାଦ ମଧ୍ୟ ରହିଛନ୍ତି। ଏହି ଚିଠିରେ କଂଗ୍ରେସର ଶୀର୍ଷ ନେତୃତ୍ବ ଉପରେ ପ୍ରଶ୍ନ ଉଠିଥିଲା ​​ଏବଂ କୁହାଯାଇଥିଲା ଯେ ଏହି ସମୟରେ ଏଭଳି ଅଧ୍ୟକ୍ଷ ଆବଶ୍ୟକ ଯିଏ ଦଳକୁ ସମ୍ପୂର୍ଣ୍ଣ ସମୟ ଦେଇପାରିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.