ETV Bharat / bharat

ବିକାଶ ଦୁବେ ଏନକାଉଣ୍ଟର ୟୁପି ସରକାରଙ୍କ ‘ଠୋକି ରାଜ’

author img

By

Published : Jul 11, 2020, 8:44 PM IST

ଶନିବାର ୟୁପିର ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସିବଲ । ସେ କହିଛନ୍ତି ଯେ ଏହା ହେଉଛି ରାଜ୍ୟ ସରକାରଙ୍କ ଠୋକି ରାଜ । ଅଧିକ ପଢନ୍ତୁ...

ବିକାଶ ଦୁବେ ଏନକାଉଣ୍ଟର ୟୁପି ସରକାରଙ୍କ ଠୋକି ରାଜ: ସିବଲ

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନକାଉଣ୍ଟର ପରେ ଉତ୍ତର ପ୍ରଦେଶ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସବୁଆଡେ ଏନକାଉଣ୍ଟରକୁ ସମାଲୋଚନା କରାଯାଉଛି । ଏହି ତାଲିକାରେ ସାମିଲ ହୋଇଛନ୍ତି କଂଗ୍ରେସ ବରିଷ୍ଠ ନେତା କପିଲ ସିବଲ ।

ଶନିବାର ୟୁପିର ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସିବଲ । ସେ କହିଛନ୍ତି ଯେ ଏହା ହେଉଛି ରାଜ୍ୟ ସରକାରଙ୍କ ଠୋକି ରାଜ । ରାଜ୍ୟର ନିୟମ ଏହାସହ ସମାନ । ଏହା ବିକାଶର ରାଜନୀତି ନୁହେଁ । ବିକାଶ ଦୁବେକୁ ଏନକାଉଣ୍ଟର କରିବା ପଛରେ ଅନେକ କାରଣ ରହିଛି । ବହୁତ ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷଙ୍କର ଲିଙ୍କ ଖୋଲିଯିବା ଆଶଙ୍କାରେ ସରକାର ଏପରି କାଣ୍ଡ କରିଛନ୍ତି । କଣ ରାଜ୍ୟ ସରକାର ଏତେ ଦୁର୍ବଳ ଯେ ଜଣେ ଅପରାଧୀକୁ ଟ୍ରାଏଲ ପାଇଁ ସୁରକ୍ଷିତ ଭାବେ ଆଣିପାରିଲେ ନାହିଁ ବୋଲି ସିବଲ ପ୍ରଶ୍ନ କରିଛନ୍ତି ।

ପ୍ରକାଶ ଥାଉ କି ଠୋକି ରାଜ ସମ୍ପର୍କରେ ପୂର୍ବରୁ ଆଦିତ୍ୟନାଥ ବୟାନ ଦେଇଥିଲେ । ସେ କହିଥିଲେ ଯେ ରାଜ୍ୟରେ ଯିଏ ଅପରାଧ କରିବ ତାକୁ ଠୋକ (ଗୁଳି କରି ଅବା ଏନକାଉଣ୍ଟର) କରିଦିଆଯିବ । ଦୁବେ ଏନକାଉଣ୍ଟର ପରେ ଏହାକୁ ନେଇ ଏବେ ବିରୋଧୀ ସମାଲୋଚନା କରିଛନ୍ତି । ଶାସକ ଦଳର ବିକାଶ ସହ ଅନେକ ଲିଙ୍କ ଥିଲା । ଯାହାର ଗୁମର ଫିଟିଯିବା ଭୟରେ ଗ୍ୟାଙ୍ଗଷ୍ଟରକୁ ଏନକାଉଣ୍ଟର କରି ଦିଆଗଲା ବୋଲି ସେମାନେ ଅଭିଯୋଗ କରିଛନ୍ତି । ଶୁକ୍ରବାର ସକାଳେ ମଧ୍ୟପ୍ରଦେଶରୁ ୟୁପି ଅଣାଯାଉଥିବାବେଳେ ରାସ୍ତାରେ ବିକାଶର ଏନକାଉଣ୍ଟର ହୋଇଥିଲା । ପୋଲିସଠାରୁ ବନ୍ଧୁକ ଛଡାଇ ଖସିଯାଉଥିବାବେଳେ ତାକୁ ଗୁଳି ମରାଯାଇଥିଲା । କାନପୁରରେ 8 ଜଣ ପୋଲିସଙ୍କ ହତ୍ୟା ମାମଲାରେ ସେ ସମ୍ପୃକ୍ତ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.